ଶୋଇ ଶୋଇ ପ୍ରତି ମାସରେ ରୋଜଗାର କରୁଛନ୍ତି ୨୮ ଲକ୍ଷ ଟଙ୍କା, ଆପଣ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ।

ସୋସିଆଲ ମିଡିଆରୁ ଆପଣ ଦେଶ ବିଦେଶର ଖବର ପାଇବା ସହ ଘରେ ବସି ରୋଜଗାର ମଧ୍ୟ କରି ପାରିବେ। ଲୋକମାନେ ବର୍ତ୍ତମାନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ହେଇ ଦିନକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଯେଉଁମାନଙ୍କ କଥାବାର୍ତ୍ତା, କାମ କରିବାରେ ଶୈଳୀ ଏବଂ ବ୍ୟବହାର ଅନ୍ୟ ଲୋକମାନଙ୍କ ଉପରେ ପ୍ରଭାବ ପକାଏ ଆମେ ତାଙ୍କୁ ଇନଫ୍ଲୁଏନ୍ସର୍ ବୋଲି ମାନୁ।ଇନଫ୍ଲୁଏନ୍ସର୍ ମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କାମ କରନ୍ତି।

କେହି କେହି ନାଚିବାର ଭିଡିଓ ତିଆରି କରନ୍ତି ତ କେହି କେହି ଭଲ ଅଭିନୟ କରନ୍ତି। କେହି କେହି ମଧ୍ୟ ବ୍ଲଗର୍ ହେଇଯାଆନ୍ତି। କିନ୍ତୁ ଯଦି କେହି ଆପଣଙ୍କୁ କୁହନ୍ତି ଯେ ଜଣେ ବ୍ୟକ୍ତି ଶୋଇ ଶୋଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ତେବେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେଇଯିବେ।ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ଶୋଇବା ଭିଡିଓ ତିଆରି କରି ବର୍ଷକୁ ତିନି କୋଟି ଟଙ୍କା ରୋଜଗାର କରୁଛନ୍ତି।

 

View this post on Instagram

 

A post shared by Jakey Boehm (@jakeyboehm)

ଜ୍ୟାକି ବୋହମ୍ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ରୁହନ୍ତି। ୱେବ୍ ଡେଭଲପର୍ ଜ୍ୟାକି ବୋହମଙ୍କୁ ଟିକଟକ୍ ରେ ୨ ମିଲିୟନରୁ ଅଧିକ ଲୋକ ଅନୁସରଣ କରିଛନ୍ତି। ସେ ପ୍ରତିଦିନ ରାତି ୧୦ ଟାରେ ଶୋଇବାକୁ ଯାଆନ୍ତି। ଶୋଇବା ବେଳେ ସେ ଅନଲାଇନରେ ରୁହନ୍ତି ଏବଂ ତାଙ୍କ ଅନୁସରଣକରିମାନେ ତାଙ୍କୁ ଶୋଇଥିବାର ଅନଲାଇନରେ ଦେଖନ୍ତି। ସେ ଶୋଇବା ବେଳେ ଯଦି କେହି ତାଙ୍କୁ ନିଦରୁ ଉଠେଇ ବାକୁ ଚାହାଁନ୍ତି ତେବେ ତାଙ୍କୁ କିଛି ଟଙ୍କା ଦେଲେ ସେ ନିଦରୁ ଉଠନ୍ତି।

ଦି ଅଷ୍ଟ୍ରେଲୀୟାନ ରିପୋର୍ଟ ଅନୁଯାୟୀ, ଜ୍ୟାକି ଅନଲାଇନରେ ଶୋଇଥିବାବେଳେ ଦର୍ଶକମାନଙ୍କ ଠାରୁ ଭର୍ଚୁଆଲ୍ ଉପହାର ନିଅନ୍ତି। ଉପହାର ନେବାପରେ ଜ୍ୟାକିଙ୍କ ରୁମ୍ ରେ ଜୋରେ ଶବ୍ଦ ହୁଏ ଏବଂ ଲାଇଟ୍ ଜଳେ। ଯାହା ଦ୍ଵାରା ସେ ନିଦରୁ ଉଠି ଯାଆନ୍ତି। ତା’ପରେ ପ୍ରଶଂସକମାନେ ତାଙ୍କ ଠାରୁ ଭିଡିଓ ଗେମର ଅଭିଜ୍ଞତା ନିଅନ୍ତି। ଏମିତି ଶୋଇ ଶୋଇ ଜ୍ୟାକି ମାସକୁ ୨୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଜ୍ୟାକିର ଏହି ଅନଲାଇନ ଶୋଇବାରେ ୫ ମିନିଟ୍ ପାଇଁ ତାଙ୍କ ରୁମ୍ ଲାଇଟ୍ ଜଳେ ଏବଂ ଏହି ପାଞ୍ଚ ମିନିଟ୍ ପାଇଁ ତାଙ୍କ ପ୍ରଶଂସକ ତାଙ୍କୁ ୩୦ ହଜାର ଟଙ୍କା ଦିଅନ୍ତି।

ଜ୍ୟାକି ସବୁ ଟଙ୍କା ସଂଗ୍ରହ କରି ଗୋଟେ ବଡ଼ ଘର କିଣିବାକୁ ଚାହୁଁଛନ୍ତି । ସେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଂଗଠନଗୁଡ଼ିକୁ ମଧ୍ୟ ଟଙ୍କା ଦେଇ ସାହାଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *