ଭାଇରାଲ ଭିଡ଼ିଓ:- ସ୍ମାର୍ଟ ଫୋନ ବଞ୍ଚେଇ ଦେଲା ଜୀବନ, ଅଳ୍ପକେ ବର୍ତ୍ତିଗଲେ ୟୁକ୍ରେନ ଯୁବକ। ଦେଖନ୍ତୁ କଣ ଘଟିଥିଲା।

ସୋସିଆଲ ମିଡିଆରେ ସର୍ବଦା କିଛି ନା କିଛି ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିବା ପରେ ଆପଣ ଆପଣଙ୍କ ହସକୁ ରୋକି ପାରିବେ ନାହିଁ। ସେହିଭଳି ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଅତି ସହଜରେ ବିଶ୍ୱାସ କରି ହୁଏ ନାହିଁ। ଏହିଭଳି ଭିଡ଼ିଓ ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେଇଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ମଧ୍ୟ କିଛି ଏହି ଭଳି ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଲୋକମାନେ ସ୍ତବ୍ଧ ହେଇଯାଉଛନ୍ତି।

ଆପଣମାନେ ଜାଣିଛନ୍ତି ଯେ ରୁଷ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ବ ହେବ ଯୁ-ଦ୍ଧ ଲାଗି ରହିଛି। ଦୁହିଁଙ୍କ ମଧ୍ୟରେ ଅ-ସ୍ତ୍ର ବିରତି ଲାଗି ରହୁଛି। ଦୁହିଁଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ବୁଝାମଣା ହୋଇ ପାରି ନାହିଁ। ଯାହାଫଳରେ ଯୁ-ଦ୍ଧ ମଧ୍ୟ ଲାଗି ରହିଛି। ୟୁକ୍ରେନ ରୁଷ ତୁଳନାରେ ବହୁତ ଛୋଟ ଦେଶ ହୋଇଥିଲେ ମଧ୍ୟ ରୁଷ ଆଗରେ ମୁଣ୍ଡ ନୁହେଁଇଁ ନାହିଁ। ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ନିଜ ସୈନ୍ୟ ବାହିନୀ ଏବଂ ଦେଶ ବାସୀଙ୍କ ଆତ୍ମବଳ ବୃଦ୍ଧି କରୁଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଇବେ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏହି ଯୁ-ଦ୍ଧ ସହ ଜଡିତ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣ ସ୍ତବ୍ଧ ହୋଇଯିବେ। ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଯବାନ ଯୁ-ଦ୍ଧ କରୁଥିବା ଥିବା ସମୟରେ ତାଙ୍କର ନିଜ କିପରି ଏକ ସ୍ମାର୍ଟ ଫୋନ ବଞ୍ଚେଇଲା। ଯୁ-ଦ୍ଧ ସମୟରେ ଏକ ଗୁଳି ଯବାନଙ୍କ ଆଡକୁ ଆସିଥିଲା। ତେବେ ସେହି ଗୁଳି ଯବାନଙ୍କ ଶରୀରରେ ବାଜିବା ପରିବର୍ତ୍ତେ ସ୍ମାର୍ଟ ଫୋନରେ ବାଜିଥିଲା। ଯାହାଫଳରେ ଅଳ୍ପକେ ଜୀବନ ବଞ୍ଚି ଯାଇଥିଲା।

ତେବେ ଯବାନ ଜଣକ ଏହି କଥା ପାଖରେ ବସିଥିବା ଅନ୍ୟ ଜଣ ଯବାନଙ୍କୁ ଦେଖାଉଛନ୍ତି। ତେବେ ଫୋନ୍‌ ଭିତରେ ୭.୬୨ ଏମ୍‌ଏମ୍‌ର ଏକ ଗୁ-ଳି ପଶିକି ରହିଥିବାର ଦେଖିବାକୁ ପାଇବେ। ୩୦ ସେକେଣ୍ଡର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓକୁ ସୋସିଆଲ ମିଡିଆ ସାଇଟ୍‌ ରେଡିଟ୍‌ରେ ଅପଲୋଡ୍‌ କରାଯାଇଛି। ଯଦି ଗୁଳି ଫୋନରେ ନ ବାଜି ଯବାନଙ୍କ ଶରୀରରେ ବାଜି ଥିଲେ ବୋଧ ହୁଏ ଯବାନ ଜଣକ ସେହିଠାରେ ସ-ହି-ଦ ହୋଇ ଯାଇଥାନ୍ତେ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୫୨ ହଜାରରୁ ଅଧିକ ଲୋକେ ଦେଖିସାରିଲେଣି। ତେବେ ଏହି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଦେଖି ଲୋକମାନେ ସ୍ତବ୍ଧ ହେଇ ଯାଉଛନ୍ତି। କେବଳ ସେତିକି ନୁହେଁ ସେମାନେ ନିଜ ନିଜର ମତ ମଧ୍ୟ ସେୟାର କରୁଛନ୍ତି।

Leave a Reply

Your email address will not be published. Required fields are marked *