କିମ ଜୋଙ୍ଗ ଉନଙ୍କ ବଡ ସଙ୍କଟ, ବାହାର ଦେଶର ସାହାଯ୍ୟ ନେବେ ନା ଦେଶର ଲୋକଙ୍କୁ ମରିବା ପାଇଁ ଛାଡିଦେବେ…

ଏକ ଦଶନ୍ଧିରୁ ଅଧିକ ସମୟ ଧରି ଉତ୍ତର କୋରିଆର ନେତା ଭାବରେ କିମ ଜୋଙ୍ଗ ଉନ ତାଙ୍କ ଶାସନରେ “ଆତ୍ମନିର୍ଭରଶୀଳତା” ଉପରେ ଗୁରୁତ୍ୱାରୋପ କରିଛନ୍ତି । କିନ୍ତୁ ତାଙ୍କ ଦେଶରେ କୋଭିଡ-୧୯ ର ସଂକ୍ରମଣ ବୃଦ୍ଧି ହେତୁ ସେ ବୈଦେଶିକ ସହଯୋଗକୁ ନେଇ ଏକ ଗୁରୁତର ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ବୋଲି ଜଣାପଡିଛି।

ଏହାପୂର୍ବରୁ, ସେ ଏକ ଘରୋଇ ରଣନୀତି ସହିତ ନିଜର ଦୁର୍ବଳ ଅର୍ଥନୀତିକୁ ଠିକ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଉତ୍ତର କୋରିଆରେ ହଜାର ହଜାର ଲୋକଙ୍କ କୋଭିଡ-୧୯ ସଂକ୍ରମିତ ହେବାର ଭୟ ଯୋଗୁଁ କିମଙ୍କୁ ଏବେ ଘାରିଛି। କିମ୍ ବର୍ତ୍ତମାନ ଦୋ ଛକିରେ ଫସି ଯାଇଛନ୍ତି ଯେଉଁଠାରେ ସେ ନିଜ ଗର୍ବର ମୁକାବିଲା କରିବା ସହ ଏହି ରୋଗର ମୁକାବିଲା ପାଇଁ ବିଦେଶୀ ସାହାଯ୍ୟ ଲୋଡ଼ିବା କିମ୍ବା ଏକା ଚାଲିବାକୁ ପଡିବ। କିନ୍ତୁ ଏକା ଚାଲିବା ଦ୍ୱାରା ବହୁ ସଂଖ୍ୟକ ଲୋକ କୋଭିଡ-୧୯ ରେ ମୃ-ତ୍ୟୁବରଣ କରିପାରନ୍ତି।

ସିଓଲର ୟେଙ୍ଗନାମ୍ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ ଇଷ୍ଟର୍ନ ଷ୍ଟଡିଜ୍ର ପ୍ରଫେସର ଲିମ୍ ଇଲ୍-ଚୁଲ୍ କହିଛନ୍ତି ଯେ ଯଦି କିମ୍ ଆମେରିକୀୟ କିମ୍ବା ପାଶ୍ଚାତ୍ୟ ସହାୟତା ଗ୍ରହଣ କରନ୍ତି, ତେବେ ସେ ଯେଉ ଆତ୍ମନିର୍ଭରଶୀଳ ନୀତି ପାଳନ କରନ୍ତି ତାକୁ ହଟାଇବାକୁ ପଡ଼ିବା ଏବଂ ଏଥିପାଇଁ ତାଙ୍କ ଉପରେ ଲୋକଙ୍କର ଆଉ ଅଧିକ ବିଶ୍ୱାସ ରହିବନି।

ପ୍ରଫେସର କହିଛନ୍ତି ଯେ ଯଦି ସେମାନେ କିଛି କରନ୍ତି ନାହିଁ ଅର୍ଥାତ୍ ଏକୁଟିଆ ଚାଲନ୍ତି, ତେବେ ସଂକ୍ର-ମଣ ହେତୁ ବହୁ ସଂଖ୍ୟକ ଲୋକଙ୍କ ମୃ-ତ୍ୟୁ ହେଇପାରେ। ସେ କହିଛନ୍ତି ଯେ ଗତ ସପ୍ତାହରେ କୋଭିଡ-୧୯ ସଂକ୍ରମଣ ବୃଦ୍ଧି ପାଇବା ପରେ ଉତ୍ତର କୋରିଆରେ ୫୬ ଜଣଙ୍କର ମୃ-ତ୍ୟୁ ହୋଇଥିବାବେଳେ ୧.୫ ଲକ୍ଷରୁ ଅଧିକ ଲୋକ ଅସୁସ୍ଥ।

ବାହ୍ୟ ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ଅଧିକାଂଶ ରୋଗ କରୋନା ଜୀବାଣୁ କାରଣରୁ ହେଉଛି। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ ଯାହା ବି କହିପାରେ, କିନ୍ତୁ କରୋନା ଜୀବାଣୁ ସଂକ୍ର-ମଣ ଗୁରୁତର ହେବ ବୋଲି କୁହାଯାଉଛି। କୋଭିଡ-୧୯ ପାଇଁ ଉତ୍ତର କୋରିଆରେ ପର୍ଯ୍ୟାପ୍ତ ପରୀକ୍ଷଣର ଅଭାବ ରହିଛି। ସେଥିପାଇଁ ଅଧିକ ଲୋକଙ୍କ ମୃ-ତ୍ୟୁ ହେଇପାରେ ବୋଲି ଅନୁମାନ କରାଯାଉଛି।

କେତେକ ପର୍ଯ୍ୟବେକ୍ଷକ କହିଛନ୍ତି ଯେ ଉତ୍ତର କୋରିଆରେ କୁହାଯାଇଥିବା ମୃ-ତ୍ୟୁ ସଂଖ୍ୟା କମ୍, ଯେଉଁଠାରେ ୨୬ ମିଲିୟନ ଜନସଂଖ୍ୟା ମଧ୍ୟରୁ ଅଧିକାଂଶଙ୍କୁ କୋଭିଡ ପାଇଁ ଟୀକା ଦିଆଯାଇନି। ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ଉତ୍ତର କୋରିଆ ସର୍ବସାଧାରଣଙ୍କ ପାଖରୁ ଲୁଚାଇବାକୁ ସକ୍ଷମ ହୋଇପାରେ,୨ ବର୍ଷରୁ ଅଧିକ ସମୟ ଧରି ମହାମାରୀ ଏବଂ ସୀମା ବନ୍ଦ ପାଇଁ ଉତ୍ତର କୋରିଆରେ ଅର୍ଥନୀତି ତଳକୁ ଖସି ଯାଇଛି।

ଉତ୍ତର କୋରିଆର ସିଓଲ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ୟାଙ୍ଗ ମୋ-ଜିନ୍ କହିଛନ୍ତି ଯେ ସୀମା ବନ୍ଦ ହେଲେ ଚିକିତ୍ସା ସାମଗ୍ରୀ ଏବଂ ଖାଦ୍ୟ ତଥା ଦୈନନ୍ଦିନ ଆବଶ୍ୟକ ଜିନିଷ ପାଇଁ ଉତ୍ତର କୋରିଆ ଏବେ ବହୁତ୍ ଚିନ୍ତିତ। ମିଳିତ ଜାତିସଂଘ ସମର୍ଥିତ କୋଭାକସ୍ ବିତରଣ କାର୍ଯ୍ୟ-କ୍ରମରେ କିମ ଲକ୍ଷ ଲକ୍ଷ ଟିକା ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଏବେ ଦେଶରେ କୋଭିଡ ଟୀକା ନାହିଁ।

ଅନ୍ୟ ଜଣେ ପ୍ରଫେସର କହିଛନ୍ତି କିମ ଶେଷରେ ଚାଇନାର ସହାୟତା ନେବକୁ ପସନ୍ଦ କରିବେ, କିନ୍ତୁ ସେ ଦକ୍ଷିଣ କୋରିଆ ଏବଂ ଆମେରିକାର ସାହାଯ୍ୟ ଲୋଡିବେ ନାହିଁ କାରଣ ଏହା ତାଙ୍କ ସମ୍ମାନ ଉପରେ ପ୍ରଭାବ ପକାଇବ। ବିଗତ ଦୁଇ ବର୍ଷ ମଧ୍ୟରେ କିମ ବାରମ୍ବାର ନିଜ ଦେଶକୁ ମହାମାରୀ ପାଇଁ “ଅଭେଦ୍ୟ” ବୋଲି କହିଛନ୍ତି। କିନ୍ତୁ ଗତ ଶନିବାର ଦିନ ସେ କହିଛନ୍ତି ଯେ ତାଙ୍କ ଦେଶ ଅଶାନ୍ତିର ସମ୍ମୁଖୀନ ହୋଇଛି।

Leave a Reply

Your email address will not be published. Required fields are marked *