ଏଥିପାଇଁ ଅନୁଭବଙ୍କୁ ମିଳିଲା ନାହିଁ ଟିକେଟ।

ଅନୁଭବ ମହାନ୍ତିଙ୍କୁ ଟିକେଟ ନମିଳିବା ପଛରେ ବଡ଼ କାରଣ। ଏହି କାରଣ ପାଇଁ ମିଳିଲାନି ସାଂସଦ ଅନୁଭବଙ୍କୁ ପ୍ରାର୍ଥୀ ଟିକେଟ। ବର୍ଷାଙ୍କ ଉପରେ ଘରୋଇ ହିଂସା ନଷ୍ଟ କରିଦେଲା ରାଜନୈତିକ ଜୀବନ।ନାଁ କେନ୍ଦ୍ରାପଡାରୁ ଟିକେଟ ପାଇଲେ ନାଁ କଟକ ବାରବାଟିରୁ ବିଜେପି ଟିକେଟ ଦେଲା। ଟିକେଟ ପାଇବା ଆଶାରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ବିଜେଡି ଅଣଦେଖା କରିବାରୁ ବିଜେପିରେ ସାମିଲ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି। ହେଲେ ବିଜେପି କୌଣସି ଆସନରୁ ମଧ୍ୟ ସାଂସଦ ଅନୁଭବ ମହାନ୍ତିଙ୍କୁ ଟିକେଟ ଦେଲା ନାହିଁ। ଆଉ ଏବେ ଜଣା ପଡିଗଲା ବିଜେପି କ’ଣ ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ଟିକେଟ ଦେଇନାହିଁ ବୋଲି।

ଶେଷ ସମୟରେ କ’ଣ ପାଇଁ ନିଷ୍ପତ୍ତି ବଦଳାଇଦେଲା ବିଜେପି। ଯେଉଁଥିପାଇଁ ଏମିତି ସବୁ ହୋଇଗଲା ଆଉ ସେହି କାରଣ ଏବେ ଜଣା ପଡିଯାଇଛି। ବିଜେପିର ମନିଣ୍ଟେରିଂ ଟିମ ଯାଞ୍ଚ କଲା ପରେ ଟିକେଟ ଦେଇନାହିଁ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି। କହିବାକୁ ଗଲେ ଏହି କାରଣ ଅନୁଭବଙ୍କୁ ଟିକେଟ ନମିଳିବାର ମୁଖ୍ୟ କାରଣ ହୋଇଥାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କାରଣଟି ହେଉଛି ଏମିତି କିଛି।

ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣିଥରେ ଯେମଏମ୍ସି କୋର୍ଟରୁ ଝଟକା ଲାଗିଛି। ପୁରୀ ଘାଟ ଥାନାରେ ବର୍ଷାଙ୍କ ଉପରେ ହୋଇଥିବା ଘରୋଇ ହିଂସାକୁ ନେଇ କୋର୍ଟରେ ଚାର୍ଟସିଟ ଦାଖଲ ହୋଇଛି। ଆଉ ଯେଉଁ ଚାରସିଟରେ ଅନୁଭବ ମହାନ୍ତି ଘରୋଇ ହିଂସା କରିଥିବାର ପ୍ରମାଣ ରହିଛି।ଯଦି ଦେଖିବା ବିଜେପି ଟିକେଟ ଦେବା ପୂର୍ବରୁ ତାର ଏଣ୍ଟରନାଲ ସର୍ଭେ କରେ। ଆଶାୟୀ ପ୍ରାର୍ଥୀ ମାନଙ୍କର ପୁରା ଡାଟାକୁ ଯାଞ୍ଚ କରେ। ବୋଧେ ଏହି ଯାଂଚରେ ବିଜେପି ଆଗୁଆ ଜାଣି ସାରିଥିଲା କି ପୁଣିଥରେ ଘରୋଇ ହିଂସା ମାମଲାରେ ପଶିବାକୁ ଯାଉଛନ୍ତି ଆଉ ତାଙ୍କୁ ଟିକେଟ ଦେଲେ ବିରୋଧୀ ଦଳ ମାନେ ତାଙ୍କର ଏଭଳି ଚାରସିଟକୁ ନେଇ ଦଳକୁ ଟାର୍ଗେଟ କରିପାରନ୍ତି।

ଆଉ ସେଥିପାଇଁ କଟକ ବାରବାଟିରୁ ଅନୁଭବଙ୍କୁ ଟିକେଟ ନଦେଇ ବିଧାନସଭା ଟିକେଟ ପୂର୍ଣଚନ୍ଦ୍ର ମହାପାତ୍ରଙ୍କୁ ଦେଇଥିବା ଏବେ ଚର୍ଚ୍ଚା ହେଉଛି। ନାଁ ବିଜେପିରେ ହେଲେ ନାଁ ବିଜେଡିରେ ହେଲେ ଏବେ ଘରୋଇ ହିଂସା ମାମଲାରେ ଫସି ରାଜନୈତିକ ଜୀବନ ନଷ୍ଟ ହେବା ଉପରେ। କାରଣ କାଠ ଗଡାକୁ ଟାଣି ହୋଇ ଆସିପାରନ୍ତି ଅନୁଭବ ମହାନ୍ତି। ଜେଏମ୍ସି ସ୍ୱତନ୍ତ୍ର ଅନୁଭବଙ୍କ ଓକିଲଙ୍କୁ ଯାଞ୍ଚ ଫେମ ଦାଖଲ କରିବାକୁ କହିଛନ୍ତି। ଆସନ୍ତା ୧୦ ତାରିଖରେ କୋର୍ଟରେ ଅନୁଭବ ଏବଂ ତାଙ୍କର ଦୁଇ ସହଯୋଗୀ ସୁଜି ଏବଂ ଖଗେନ୍ଦ୍ରଙ୍କୁ ମଧ୍ୟ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *