ପୁଅ ଦ୍ୱିତୀୟ ଥର ବାହା ହେଉଥିଲା ଜେଲକୁ ଘୋଷାଡି ଘୋଷାଡି ନେଇଗଲା ବାପା।

ଦ୍ୱିତୀୟ ଥର ପୁଅ ବାହା ହେଉଥିଲା ଲୁଚି ଲୁଚି କୋର୍ଟରେ ମ୍ୟାରେଜ କରୁଥିଲା ହେଲେ ଖବର ପାଇ ପହଁଚି ଯାଇଥିଲେ ବାପା। ଆଉ ତାପରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଅର ଡ୍ରେସକୁ ଧରି ଘୋଷାଡି ଘୋଷାଡି ଆଣୁଛନ୍ତି ବାପା କହୁଛନ୍ତି ତୋର ସାହସ କେମିତି ହେଲା ମୋ ବୋହୂକୁ ଧୋକା ଦେବା ପାଇଁ ମୋ ବୋହୂ ନାତିକୁ ଛାଡି ତୁ ଦ୍ୱିତୀୟ ବିବାହ କରିବାକୁ ଯାଇଥିଲୁ କେମିତି। ତୋତେ କେବେ ହେଲେ କ୍ଷମା କରିବି ନାହିଁ ତୋର ସ୍ଥାନ ଘରେ ନୁହେଁ ଏ ଏବେ ତୁ ଜେଲରେ ଦିନ କାଟିବୁ। ଏମିତି କହି ପୁଅକୁ ରାସ୍ତା ଉପରେ ଘୋଷାଡି ଘୋଷାଡି ଆଣି ଜେଲରେ ଛାଡିଦେଲେ ବାପା।

ହଁ ଆଜ୍ଞା ଏମିତି ଶ୍ୱଶୁର ଜଗତରେ ଖୋଜିଲେ ବି ମିଳିବେ ନାହିଁ। ଯେଉଁ ସମୟରେ ବୋହୂ ମାନଙ୍କ ଉପରେ ଶାଶୂ ଶ୍ୱଶୁର ଯୌତୁକ ନିର୍ଯ୍ୟାତନା ଦେଉଛନ୍ତି ସେହି ସମୟରେ ବୋହୂର ସାଥ ଦେଇଛନ୍ତି ଏମିତି ଜଣେ ଶ୍ୱଶୁର ବାପା। ବୋହୂର ଜୀବନ ନଷ୍ଟ ହେବାରୁ ବଞ୍ଚାଇ ଦେଇଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁର ଥାନା ଅଞ୍ଚଳରେ।

ଟିକେ ଏହି ଫୋଟଟିକୁ ଦେଖନ୍ତୁ କେମିତି ରାସ୍ତା ଉପରେ ବାପା ପୁଅର କଲର ଧରି ଘୋଷାଡି ଘୋଷାଡି ଟାଣି ଆଣୁଛନ୍ତି। ଆଗରେ ଚାଲିଛନ୍ତି ବାପା ପଛରେ ପୁଅକୁ ଘୋଷାଡି ଆଣୁଛନ୍ତି। ସାଙ୍ଗରେ ରହିଛନ୍ତି ବାହା ହେବାକୁ ଯାଉଥିବା ଦ୍ୱିତୀୟ ସ୍ତ୍ରୀ। ବାପାର ଏମିତି ସାବସ ପଣିଆକୁ ଦେଖି ସମସ୍ତେ ତାରିଫ କରୁଛନ୍ତି ଆଉ ରାସ୍ତାରେ ଏଭଳି ଦୃଶ୍ୟକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି।ଏଭଳି ଶ୍ୱଶୁରକୁ ପାଇ ଏ ବୋହୂଟିଏ ଆଜି ନିଜକୁ ଧନ୍ୟ ମନେ କରୁଥିବେ। ଆଉ ଭାବୁଥିବେ ଏମିତି ଶଶୁର ଦୁନିଆର ସବୁ ବୋହୂ ମାନଙ୍କୁ ମିଳୁ।

ତେବେ ଅଭିଯୋଗ ମୁତାବିକ ଏଡ଼ତାଳ ଗାଁର ବିଷ୍ଣୁମୋହନ ଜେନାଙ୍କ ପୁଅ ଅଜୟ କୁମାର ଜେନା ୧୦ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅଜୟଙ୍କର ୧୦ ବର୍ଷର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛନ୍ତି କିନ୍ତୁ ସମୟ କ୍ରମେ ଅନୈତିକ ସମ୍ପର୍କରେ ଲିପ୍ତ ହୋଇଥିଲେ ଅଜୟ। ଚାନ୍ଦିମାଳ ଅଞ୍ଚଳର ଉକ୍ତ ସ୍ତ୍ରୀ ଲୋକ ସହ ପ୍ରେମ ବିବାହ କରିବାକୁ ମନସ୍ତ କରିଥିଲେ। ଦିନ ଧାର୍ଯ୍ୟ ଅନୁସାରେ କୋର୍ଟରେ ପହଞ୍ଚିଥିଲେ ବାହା ହେବା ପାଇଁ। ସବୁକିଛି ପ୍ରସ୍ତୁତ ହୋଇସାରିଥିଲା।

ଖାଲି ସିଗନେଚର ମାରିଥିଲେ ବାହାଘର ସରିଯାଇଥାନ୍ତା। ହେଲେ ଏ ନେଇ ପ୍ରଥମ ସ୍ତ୍ରୀ ଖବର ପାଇବା ପରେ ନିଜ ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ସବୁକଥା ଜଣାଇଥିଲେ ଯାହା ପରେ ପୁଅର ଏଭଳି କାର୍ଯ୍ୟକୁ ଦେଖି ରାଗରେ ସହି ପାରିନଥିଲେ ଶ୍ୱଶୁର ବାପା। କୋର୍ଟରେ ପହଁଚି ପୁଅକୁ ଘୋଷାଡି ଘୋଷାଡି ବାସୁଦେବପୁର ଥାନାକୁ ଆଣିଥିଲେ।

ସେପଟେ ଯଦି ଦେଖିବା ଗୋଟିଏ ବାପାର ଏଭଳି କାର୍ଯ୍ୟ ପାଇଁ ସେ ଉଦାହରଣ ପାଲଟି ଯାଇଛନ୍ତି ସେ ଦେଖାଇ ଦେଇଛନ୍ତି କି ତାଙ୍କ ବହୁ ତାଙ୍କ ପାଇଁ ସବୁକିଛି। ଘରର ବୋହୂ ହେଉଛନ୍ତି ମାନ ସମ୍ମାନ। ଯାହାକୁ ସୁରକ୍ଷା ଦେବା ଗୋଟିଏ ଶ୍ୱଶୁରର ବି କର୍ତ୍ତବ୍ୟ। ଏଭଳି ଶ୍ୱଶୁର ଆଜି ସାରା ରାଜ୍ୟର ପ୍ରଶଂସାର ପାତ୍ର ପାଲଟି ଯାଇଛନ୍ତି।

Leave a Reply

Your email address will not be published. Required fields are marked *