ରିଲସ କରିବାକୁ ବାରମ୍ବାର ବାରଣ କରୁଥିଲା ସ୍ୱାମୀ , ମାତ୍ର ସ୍ତ୍ରୀ ନମାନିବାରୁ ଜୀବନ ନେଇଗଲା ସ୍ୱାମୀ

ଜେଲର କାରାଗାର ଭିତରେ ଜଣେ ସ୍ୱାମୀ ଚିତ୍କାର କରି ନିଜ ମନର କଥାକୁ କହି ଚାଲିଛି । ରିଲସ କରିବାକୁ ନେଇ ଘଟିଛି ଏପରି ଏକ ତୁମୂଳ କା-ଣ୍ଡ । ତେବେ ଘ-ଟଣା ଏହା ଯେ ତାଙ୍କ ସ୍ତ୍ରୀ ରିଲସରେ ଅଧିକ ସମୟ ବିତାଉ ଥିଲା । ରିଲସରେ ଅଧିକ ଲାଇକ ଆସିବା ସହିତ ଫୋଲଅର୍ସ ମଧ୍ୟ ବେଶ ଅଧିକ ବଢ଼ି ଯାଇଥିଲା । ଯାହାଦ୍ୱାରା ଅଧିକ ଲୋକପ୍ରିୟ ହୋଇ ଯାଇଥିଲା ସ୍ତ୍ରୀ । ସ୍ୱାମୀ ସ୍ତ୍ରୀ କୁ ଯେତେ ମନା କରିଲେ ବି ସ୍ତ୍ରୀର ଜିଦ ଏବଂ ପସନ୍ଦ ଆଗ ଥିଲା । ସେ କିଛିବି ଶୁଣି ନଥିଲା ବରଂ ଆହୁରି ରିଲସ କରି ଚାଲିଥିଲା । ସ୍ୱାମୀ ସବୁବେଳେ ମନା କରୁଥିଲା ଏବଂ ବୁଝାଉଥିଲା ।

ମାତ୍ର ସ୍ତ୍ରୀ ମୁଣ୍ଡରେ ରିଲସ ନି-ଶା ଏତେ ଘାରିଥିଲା ଯେ ସେ କାହାରି କଥା ଶୁଣୁ ନଥିଲା ବରଂ ଗୋଟିଏ ପରେ ଗୋଟିଏ ରିଲସ ପୋଷ୍ଟ କରି ଚାଲିଥିଲା । ଏମିତିକି ଧୀରେ ଧୀରେ ସ୍ତ୍ରୀ ନିଜକୁ ବଡ଼ ସେଲିବ୍ରିଟି ମଧ୍ୟ ଭାବି ନେଇଥିଲା । ଏମିତିକି ସେ ଅଭିନୟ ଜଗତରେ ନିଜର ନାମ କମେଇବାକୁ ଚେନ୍ନାଇ ମଧ୍ୟ ବାହାରି ଯାଇଥିଲା । ଗତ ସପ୍ତାହରେ ନିଜ ଝିଅର ବିବାହ ଥିବାରୁ ଘରକୁ ଫେରିଥିଲା ସ୍ତ୍ରୀ । ଝିଅର ବିବାହ ସାରି ସ୍ତ୍ରୀ ପୁଣିଥରେ ବାହାରିଥିଲା ଚେନ୍ନାଇ । ମାତ୍ର ସ୍ୱାମୀ ଏହାକୁ ସହଜରେ ଗ୍ରହଣ କରି ନଥିଲା । ଏମିତିରେ ତ ପୂର୍ବରୁ ରିଲସ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପା-ଟିତୁ-ଣ୍ଡ ହୋଇଥିଲା । ଆଉ ଚେନ୍ନାଇ ଯିବାକୁ ପୁଣିଥରେ ପ୍ଲାନ କରିବା ସ୍ତ୍ରୀକୁ ଭାରି ପଡ଼ିଥିଲା ।

ପୁଣିଥରେ ଏହି କଥାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗ-ଡ଼ା ହୋଇଥିଲା । ମାତ୍ର ଝ-ଗଡ଼ା ଏତେ ଉଗ୍ର ରୂପ ନେଇଥିଲା ଯେ ସ୍ୱାମୀ ଜଣକ ଉତ୍ୟକ୍ତ ହୋଇ ରା-ଗରେ ସ୍ତ୍ରୀ କୁ ହ-ତ୍ୟା କରିଥିଲେ । ଏହାପରେ ଘର ଛାଡ଼ି ମଧ୍ୟ ପଳାଇ ଯାଇଥିଲେ । ଖାଲି ସେତିକି ନୁହେଁ ଏସବୁ ବିଷୟରେ ସବୁକିଛି ନିଜ ଝିଅକୁ ମଧ୍ୟ କହିଦେଇ ଯାଇଥିଲେ । ଯାହାଦ୍ୱାରା ପୋ-ଲିସ ସୂଚନା ପାଇ ଘଟ-ଣାସ୍ଥ-ଳରେ ପହଞ୍ଚି ଘଟ-ଣାର ତ-ଦନ୍ତ କରିବା ସହିତ ସ୍ୱାମୀକୁ ଗି-ରଫ କରିଛି । ଏଭଳି ଏକ ଘ-ଟଣା ଘଟିଛି ତାମିଲନାଡ଼ୁ ତ୍ରିପୁରାର ସେଲମନଗରରେ । ହ-ତ୍ୟାକା-ରୀ ସ୍ୱାମୀ ଜଣକ ହେଉଛନ୍ତି ଅମୃତ ଲିଙ୍ଗମ । ସ୍ତ୍ରୀ ହେଉଛନ୍ତି ୩୮ ବର୍ଷୀୟା ଚିତ୍ରା ।

ଦୁହିଁଙ୍କର ସାଂସାରିକ ଜୀବନ ବେଶ ଭଲଭାବରେ ଚାଲିଥିବା ବେଳେ ରିଲସ ତାଙ୍କ ହସଖୁସିର ଜୀବନକୁ ଉଜାଡ଼ି ଦେଇଥିଲା । ତେବେ କହିରଖିବୁ ଯେ ରିଲସ ବନାଇବା କିମ୍ବା ମନୋରଞ୍ଜନ କରିବା କୌଣସି ଭୁଲ କଥା ନୁହେଁ ମାତ୍ର ତାହାକୁ ନିଜ ଜୀବନର ସବୁକିଛି ଭାବି ବାସ୍ତବ ଜୀବନର ସବୁ କର୍ତ୍ତବ୍ୟ ଠାରୁ ଦୂରେଇ ଯିବା ସବୁଠାରୁ ବଡ଼ ଭୁଲ ଅଟେ । ଏହାଦ୍ବାରା ପରିବାରରେ ବି-ବାଦ ଦେଖା ଦେବା ଏକ ସାଧାରଣ କଥା ଅଟେ ।

Leave a Reply

Your email address will not be published. Required fields are marked *