ଚାଲିଗଲେ ବାହାଦୂର ପାଇଲଟ ଯିଏ ଥିଲେ ଆକାଶର ଭୂତ, ଯାହାଙ୍କ ବିଷୟରେ ଶୁଣିଲେ ଆପଣ ବି ସଲାମ କରିବେ

ବେଳେବେଳେ ଅନେକ ରୋଚକ ଖବର ସାମ୍ନାକୁ ଆସିଥାଏ, ଯାହା ବିଷୟରେ ଯେତେ ଶୁଣିବା କିମ୍ବା ଜାଣିବା ପରେ ମଧ୍ୟ ଆହୁରି ଜାଣିବାପାଇଁ ଇଚ୍ଛା ହୋଇଥାଏ । ବର୍ତ୍ତମାନ ସମୟରେ ଆମେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଖବର ବିଷୟରେ ଜାଣି ପାରୁଛେ । କେବଳ ଦେଶ ନୁହେଁ ସାରା ବିଶ୍ୱର ସମସ୍ତ ଆକର୍ଷଣୀୟ ଖବର ବିଷୟରେ ଆମେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିପାରୁଛୁ । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ପାଇଲଟଙ୍କ କାହାଣୀ ଭାଇରାଲ ହୋଇଛି , ଯାହାଙ୍କ ବିଷୟରେ ଆପଣ ଶୁଣିବା ପରେ ଆପଣ ତାଙ୍କୁ ସାଲ୍ୟୁଟ ମାରିବେ । ତେବେ ଆଜିର ଏହି କାହାଣୀର ନାୟକ ହେଉଛନ୍ତି ମେଜର ଷ୍ଟିପାନ ତାରାବଲକା । ୟୁକ୍ରେନର ଏହି ଯୁଦ୍ଧ ହିରୋଙ୍କର ଖବର ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏହାରି ମଧ୍ୟରେ ଦୁଃଖଦ ଖବର ହେଉଛି ଯେ , ଆଉ ନାହାଁନ୍ତି ଏହି ବୀର । ଚିର ନିଦ୍ରାରେ ଶୋଇ ପଡିଛନ୍ତି ଏହି ଯୋଦ୍ଧା ଜଣକ । ବର୍ତ୍ତମାନ ସମୟରେ ବହୁତ ଚର୍ଚ୍ଚାରେ ଅଛନ୍ତି ଏହି ରହସ୍ୟମୟ ପାଇଲଟ । ତେବେ ଏହି ପାଇଲଟଙ୍କର କୃତିତ୍ବ ବିଷୟରେ କହିବାକୁ ଗଲେ ସେ ଏକୁଟିଆ ଋଷର ପ୍ରାୟତଃ ୪୦ଟି ବିମାନକୁ ଖସାଇ ଦେଇଥିଲେ । ଆଉ ବର୍ତ୍ତମାନ ସମୟରେ ସେ ନିଜେ ଆଖି ବୁଜି ଦେଇଛନ୍ତି । ତାଙ୍କୁ ସମସ୍ତେ ଘୋଷ୍ଟ ଅଫ କିଭ ଭାବରେ ସମସ୍ତେ ଜାଣିଥିବେ ।

ତେବେ ଏହି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଗଲେ , ସେ ୟୁକ୍ରେନ ବାୟୁସେନାର ପାଇଲଟ ଭାବରେ କାର୍ଯ୍ୟରତ ଥିଲେ । ଆଉ ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତାରାବଲକାଙ୍କର ବିଶେଷ ଭୂମିକା ରହିଛି । କାରଣ ସେ ଏକାକୀ ଋଷର ଗୋଟିଏ ନୁହେଁ କି ଦୁଇଟି ନୁହେଁ ବରଂ ୪୦ଟି ଲଢୁଆ ବିମାନକୁ ଖସାଇ ଦେଇଥିଲେ । ଆଉ ୟୁକ୍ରେନକୁ ରକ୍ଷା କରିଥିଲେ । ତେବେ ଦୁଃଖର ବିଷୟ ଏହା ଯେ , ଏହି ସାହସୀ ବୀର ଗତ ମାସରେ ଆଖି ବୁଜି ଦେଇଛନ୍ତି । ତେବେ ଦି ଟାଇମ୍ସର ରିପୋର୍ଟ ଅନୁଯାୟୀ , ମିଗ-୨୯ ନାମକ ବିମାନ ଚଳାଇ ମାର୍ଚ୍ଚ ୧୩ ତାରିଖରେ ସେ ଯୁଦ୍ଧ କରୁଥିଲେ ।

କିନ୍ତୁ ଏହି ସମୟ ମଧ୍ୟରେ ସବୁକିଛି ଶେଷ ହୋଇ ଯାଇଥିଲା କାରଣ ଋଷ ତାଙ୍କ ଦ୍ୱାରା ପରିଚାଳିତ କରା ଯାଉଥିବା ବିମାନକୁ ଗୁଳି କରି ଉଡାଇ ଦେଇଥିଲା ଆଉ ଏହି ସମୟରେ ଚିର ନିଦ୍ରାରେ ଶୋଇ ପଡ଼ିଥିଲେ ତାରାବଲକା । ଆଉ ଏ ବିଷୟରେ ୟୁକ୍ରେନ ସରକାର ଟ୍ୱିଟ କରି ଜଣାଇଥିଲେ । ତେବେ ତାରାବଲକାଙ୍କ ଜୀବନୀ ବିଷୟରେ କହିବାକୁ ଗଲେ ସେ ପଶ୍ଚିମ ୟୁକ୍ରେନର କାରଲିପକା ନାମକ ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଆଉ ପିଲାଟି ବେଳରୁ ଜଣେ ପାଇଲଟ ହେବା ପାଇଁ ଇଚ୍ଛା ରଖିଥିଲେ । ତେବେ ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତାରାବଲକାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।

Leave a Reply

Your email address will not be published. Required fields are marked *