କିଛି ବୁଝିଲେନି ବିଡିଓ… ରା-ଗରେ ତମ ତମ ହୋଇ ରାସ୍ତା ଉପରେ ଠୋ ଠୋ କରି ମାରିଲେ….

ରାସ୍ତା ଉପରେ ଦେଖିବାକୁ ମିଳିଛି ବିଡିଓଙ୍କ ଦବଙ୍ଗଗିରି । ସମସ୍ତଙ୍କ ସାମ୍ନାରେ ଜଣେ ବ୍ୟକ୍ତିଙ୍କୁ ଚା-ପୁଡା ମା-ରିଲେ ଜଗତସିଂହପୁର କୁଜଙ୍ଗ ଭିଡିଓ । ଆଉ ବର୍ତ୍ତମାନ ସମୟରେ ବିଡିଓ ମା-ଡ଼ ମା-ରୁଥିବା ସମୟର ସେହି ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଭିଡିଓରେ ଯାହା ଦେଖା ଯାଇଛି ଯେ, କୁଜଙ୍ଗ ବିଡ଼ିଓ ସୋମ୍ୟଶ୍ରୀ ପାଣିଗ୍ରାହୀ ଜଣେ ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ମା-ଡ଼ ମା-ରୁଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ମା-ଡ଼ ମା-ରୁଥିବାର ଦୃଶ୍ୟ ଏବେ କେବଳ ସେହି ଜିଲ୍ଲାରେ ନୁହଁ ବରଂ ସାରା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟ-ଣାଟି ଗତକାଲିର ଅର୍ଥାତ୍ ମଙ୍ଗଳବାର ଦିନ ଘଟିଛି ।

ଖବର ନେବାରୁ ଜଣାପଡ଼ିଛି ଯେ, କାଲି ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ କୁଜଙ୍ଗ ବିଡ଼ିଓ ସୋମ୍ୟଶ୍ରୀ ପାଣିଗ୍ରାହୀ ଏକ ସ୍କୁଟି ଯୋଗେ ଯିବା ସମୟରେ ଜଣେ ବ୍ୟକ୍ତି ଦୁର୍ଗା ଚରଣ ପରିଡାଙ୍କୁ ତାଙ୍କ ଗାଡି ଧ-କ୍କା ଦେଇଥିଲା । ଦୁର୍ଗା ଚରଣ ଆ-ଘାତ ପାଇ ବିଡ଼ିଓଙ୍କୁ ଅଟକିବା ପାଇଁ କହିଥିଲେ । ହେଲେ ସେ ଗାଡି ନ ଅଟକାଇବାରୁ ଦୁର୍ଗା ଚରଣ କୁଆଡେ ତାଙ୍କୁ ଗା-ଳି ଦେଇଥିଲେ ।

ଏଥିରେ ଉତକ୍ଷିପ୍ତ ହୋଇ ବାବୁ ଜଣଙ୍କ ରାସ୍ତା ଉପରେ ତାଙ୍କୁ ମା-ଡ ମା-ରିଥିଲେ । ଏପରିକି ଠେଲା ପେଲା ମଧ୍ୟ କରିଥିଲେ । ଏହି ଘଟଣାକୁ ନେଇ କୁଜଙ୍ଗ ଅଞ୍ଚଳରେ ବେଶ୍ ଉଦବେଗ ପ୍ରକାଶ ପାଇଛି । ଜଣେ ସରକାରୀ ଅଧିକାରୀ ହୋଇ କିଭଳି ଭାବେ ଜଣେ ବ୍ୟକ୍ତିଙ୍କୁ ମା-ଡ଼ ମା-ରି ଆଇ-ନକୁ ହାତକୁ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଅପରପକ୍ଷରେ କୁଜଙ୍ଗ ବିଡ଼ିଓ ସୌମ୍ୟଜିତ ପାଣିଗ୍ରାହୀ ଏହି ବିଷୟରେ ପ୍ରତି-କ୍ରିୟା ଦେଇ କହିଛନ୍ତି ଯେ, ସେ ଯିବା ସମୟରେ ଜଗନ୍ନାଥପୁରର ଦୁର୍ଗା ଚରଣ ତାଙ୍କୁ ଅ-ଶ୍ଳୀଳ ଭାଷାରେ ଗା-ଳିଗୁ-ଲଜ କରିଥିଲା ।

ସେଥିରେ ସେ ଉତକ୍ଷିପ୍ତ ହୋଇ ତାଙ୍କୁ ମା-ଡ଼ ମା-ରିଥିବା ନିଜେ ସ୍ବୀକାର କରିଛନ୍ତି । ତେବେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏହି ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ମା-ଡ଼ ଖାଇଥିବା ଦୁର୍ଗା ଚରଣ ବିଡ଼ିଓଙ୍କ ବିରୋ-ଧରେ କୁଜଙ୍ଗ ଥା-ନାରେ ଅଭି-ଯୋଗ କରିଥିବା କହୁଥିବା ବେଳେ କୁଜଙ୍ଗ ଥା-ନା ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ରାତି ୯ଟା ସୁଦ୍ଧା ଏହି ଘଟ-ଣାରେ ଉଭୟଙ୍କ ପକ୍ଷରୁ ଏତ-ଲା ହୋଇନଥିବା ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *