‘ଅଧା ରାତିର ସାଥୀ’ ହିରୋଇନ୍ କହିଲେ , କାହିଁକି ତାଙ୍କୁ ଟେକିକି ନେଇଯାଆନ୍ତି ।

ଯାତ୍ରାରେ କ୍ୟାରିୟର ଗଢ଼ିବା ତାଙ୍କ ପାଇଁ କେତେ ଯେ ସଂଘର୍ଷମୟ ଥିଲା ସେକଥା କେବଳ ସେ ହିଁ ଜାଣିଥିବେ ଆଉ ଓଡ଼ିଶାବାସୀ ତାଙ୍କୁ ଅନେକ ଭଲ ପାଇବା ଦିଅନ୍ତି ଆଉ କୁହନ୍ତି ଯେ ମାମା ଅପାଙ୍କର ଅଭିନୟ ବହୁତ୍ ଭଲ । ନିକଟରେ ଏକ ସାକ୍ଷାତକାରରେ ସେ ମିଡ଼ିଆ ସାମ୍ନାରେ ନିଜ ବିଷୟରେ କିଛି ଜଣା ଅଜଣା କଥା ଖୋଲି କହିଛନ୍ତି । ଯାତ୍ରାର ଏତେ ଦିନ ପରେ ସେ କଣ ହରେଇଛନ୍ତି ଆଉ କଣ ପାଇଛନ୍ତି ଏ ବିଷୟରେ ମଧ୍ୟ ମାମା କହିଛନ୍ତି । ତେବେ ଲୋକମାନେ ତୋ ତାଙ୍କୁ ଯାତ୍ରାରେ ତାଙ୍କ ଅଭିନୟ ଦେଖି ଅଜସ୍ର ଭଲପାଇବା ଦିଅନ୍ତି ।

ତେବେ ତାଙ୍କ ସହିତ ଖୋଲା କଥାବାର୍ତ୍ତା ସମୟରେ ପ୍ରଭାସିନୀ ପାଣିଗ୍ରାହୀରୁ ମାମା ହେବା ପାଇଁ କେତେ ସମୟ ଲାଗିଲା ବୋଲି ପ୍ରଶ୍ନର ଉତ୍ତରରେ ମାମା କହିଥିଲେ ଯେ ପ୍ରଭାସିନୀ ପାଣିଗ୍ରାହୀ ଟା ତାଙ୍କ ସ୍କୁଲ ନାମ କିନ୍ତୁ ମାମା ନାଁ’ଟା ତାଙ୍କ ମା ଡାକନ୍ତି । ଯାତ୍ରା କଥା ଯଦି କହିବା ଦର୍ଶକଙ୍କ ପାଖରେ ମାମା ନାଁରେ ସେ ଖୁବ୍ ପରିଚିତ । ତେବେ ଏଥିପାଇଁ ବହୁତ୍ ସମୟ ଲାଗିଛି । ଯାତ୍ରା ଜଗତରେ ପ୍ରାୟ ମାମା ନାଁରେ ବହୁତ୍ ଲୋକ ଅଛନ୍ତି କିନ୍ତୁ ଯେହେତୁ ତାଙ୍କ ନାଁ ତାଙ୍କ ମାଆ ଦେଇଥିଲେ ତେଣୁ ସେ ବହୁତ୍ ଖୁସି ଯେ ଲୋକମାନେ ତାଙ୍କୁ ସେହି ନାମରେ ଜାଣିଛନ୍ତି।

ତେବେ ମାମା କମ୍ ବୟସରେ ବହୁତ୍ କିଛି ଆଚିଭ୍ କଲେ ଯେପରିକି ଓଡ଼ିଶା ଲୋକଙ୍କ ଭଲ ପାଇବା ହେଉ କିମ୍ଵା ଆର୍ଥିକ ଅବସ୍ଥା ଦୃଢ଼ ହେଉ ଏସବୁ ପାଇବା ପାଇଁ ସେ କଣ କଣ ସବୁ ସହିଛନ୍ତି ବୋଲି ପ୍ରଶ୍ନରେ ମାମା ଉତ୍ତର ଦେଇଛନ୍ତି ଯେ ମଣିଷ ଜୀବନରେ ସମସ୍ତେ ତୋ ସଂଘର୍ଷ କରନ୍ତି ।

ସଂଘର୍ଷ ନଥିଲେ ଏ ଯାଗାରେ କେହି ବି ପହଞ୍ଚି ପାରିନଥାନ୍ତେ ତାଙ୍କ ଜୀବନରେ ଭି ବହୁତ୍ ସଂଘର୍ଷ ଅଛି ମିଡ଼ିଆ ତଥା ପବ୍ଲିକ୍ ମଧ୍ୟ ଏହାକୁ ନେଇ ଅବଗତ ଅଛନ୍ତି । ତେଣୁ ସେ ଆଉ ସେହି ପୁରୁଣା କଥାକୁ ଆଲୋଚନା କରିବାକୁ ଚାହାନ୍ତି ନାହିଁ । କିନ୍ତୁ ସେ ବହୁତ୍ କଷ୍ଟ ସହିକି ଆଜି ଏହି ଯାଗାରେ ଆସି ପହଞ୍ଚିଛନ୍ତି ।

ତାପରେ ଭି ଭଗବାନଙ୍କ ଆଶୀର୍ବାଦ ଆଉ ବାପା ମା’ଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଆଶୀର୍ବାଦ ପାଇଁ ସେ ଆଜି ଏଠାରେ ପହଞ୍ଚି ପାରିଛନ୍ତି । ତାଙ୍କ ରାସ୍ତାରେ ପଥର ଥିଲା ଯେ ସେତେବେଳେ ଆର୍ଥିକ ଅବସ୍ଥା ଭଲ ନଥିଲା ଯେଉଁଟା କି ଧୀରେ ଧୀରେ ଏବେ ସୁଧୁରୁଛି । ଆଗକୁ ଯିବାକୁ ଚାହାଁନ୍ତି ତେଣୁ ଆସନ୍ତା ବର୍ଷ ପାର୍ଟି ବଦଳାଇ ମାମା ସୂର୍ଯ୍ୟମନ୍ଦିରକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *