ସାମ୍ନାକୁ ଆସିଲା ବଡ଼ ସତ, ହ-ତ୍ୟା ପରେ କାହିଁକି ଖୁସି ଥିଲା ନିହାରିକା ? ନିଜ ଭଉଣୀଙ୍କୁ ମେସେଜ କରି କହିଥିଲେ ……

ପ୍ରେମିକା ସାମ୍ନାରେ ପ୍ରେମିକ ହତ୍ୟା କରିବା ପରେ ଘରକୁ ପ୍ରେମିକା କଲ କରି କହିଥିଲା ଯେ ” ମୁଁ ଖୁସିରେ ଅଛି କେହି ଚିନ୍ତା କରିବନି । “କିନ୍ତୁ ଏଠାରେ ଭାବିବା କଥା ଯେ ଜଣେ ଝିଅ ଏତେ କମ ବୟସରୁ ଏଭଳି ନିଷ୍ଠୁର କେମିତି ହୋଇପାରେ । ଯାହାକୁ ଦେଖିଲେ ଲାଗୁଛି ଆଜିକା ସମୟରେ ଲୋକଙ୍କ ମଧ୍ୟରେ ଆଉ ମାନବିକତା ନାହିଁ । ଆଉ ଏହି ମାମଲାକୁ ନେଇ ପୁରା ଅଞ୍ଚଳରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ସୋସିଆଲ ମିଡ଼ିଆରେ ଯୁବତୀଙ୍କର ଭିନ୍ନ ରୂପ କିନ୍ତୁ ବାସ୍ତବରେ ଆଉ ଗୋଟିଏ ରୂପ । ଆମେ ରାଜଧାନୀର ସେହି ଦୁଃଖଦ ଘଟଣା ବିଷୟରେ କହୁଛୁ ଯେଉଁଠି ଜଣେ ପ୍ରେମିକ ନିଜ ପ୍ରେମିକା ନିହାରିକା କଥାରେ ପଡ଼ି ବିଚ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣୀ ହତ୍ୟା କରିଥିଲା ।

ତାପରେ ଦୁଇଜଣ ଫେରାର ହୋଇଯାଇଥିଲେ । ଏହାରି ପରେ ନିହାରିକା ନିଜ ଭଉଣୀକୁ ମେସେଜ କରିଥିଲା ଯେ ସେ ଖୁସିରେ ଅଛନ୍ତି ତେଣୁ କେହିବି ଚିନ୍ତା କର ନାହିଁ । ତେବେ ଏହାକୁ ନେଇ ସନ୍ଦେହ ହେଉଛି ଯେ କଣ ସେମାନେ ଏତେ ନିଷ୍ଠୁର ଥିଲେ ଯେ ଅଞ୍ଜନଙ୍କ ହତ୍ୟା କରିବା ପରେ ଖୁସି ହୋଇ ଯାଇଥିଲେ । ଆଉ ବର୍ତ୍ତମାନ ଦୁଇ ପ୍ରେମୀ ଯୁଗଳଙ୍କୁ ଗିରଫ କରାଯିବା ପରେ ସବୁ ସତ ଗୋଟିଏ ପରେ ଗୋଟିଏ ବାହାରକୁ ଆସିଛି ।

ଏପଟେ ନିହାରିକା କହିଛନ୍ତି ଯେ ତଥାକଥିତ ପୂର୍ବ ବୟଫ୍ରେଣ୍ଡ ଗୌତମ କୁଆଡ଼େ ତାଙ୍କ ପଛରେ ପଡ଼ିଥିଲେ । କିନ୍ତୁ ଗୌତମ କହିଛନ୍ତି ଯେ ଦୁହେଁ ପ୍ରେମ ସମ୍ପର୍କରେ ଥିଲା କିନ୍ତୁ ନିହାରିକା ନୂଆ ବୟଫ୍ରେଣ୍ଡ ପାଇବା ପରେ ତାଙ୍କୁ ଛାଡ଼ି ଦେଇଥିଲା ।

ଏହି ମାମଲାକୁ ନେଇ ସେମାନଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ଏହି ମାମଲାର ସମାଧାନ ପାଇଁ ନୂଆ ପ୍ରେମିକ କାହ୍ନା ପ୍ରଧାନ ତାଙ୍କୁ ଡାକିଥିଲା । କିନ୍ତୁ ସମାଧାନ ତ ଦୂରର କଥା , ପୁରୁଣା ପ୍ରେମିକ ଗୌତମଙ୍କ ସହିତ ଆସିଥିବା ଅଞ୍ଜନଙ୍କ ଦେହକୁ କାହ୍ନା ହାଣୀ ପକାଇ ଥିଲା । ଏପଟେ ନିହାରିକାଙ୍କ ମା’ଙ୍କୁ ପଚାରିବା ପରେ ନିହାରିକାଙ୍କ ମା’ କହୁଛନ୍ତି ତାଙ୍କ ଝିଅ ଯଦି ଅପରାଧ କରିଛି ତେବେ ତାକୁ ଶାସ୍ତି ଦିଅ ।

ଏପଟେ ଗୌତମଙ୍କ ମା’ କହିଛନ୍ତି ଯେ ପୂର୍ବରୁ ଗୌତମ ଏବଂ ନିହାରିକା ଭଲ ସାଙ୍ଗ ଭାବରେ ମିଶୁଥିଲେ କିନ୍ତୁ ଦୁହିଁଙ୍କ ଭିତରେ କିଛି ସମ୍ପର୍କ ଥିଲା କି ନାହିଁ ତାହା କେହିବି ଜାଣି ନାହାଁନ୍ତି । ତେବେ ତଦନ୍ତ ପରେ ଏଭଳି ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ଜଣା ପଡ଼ିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *