ଟିକେଟ କଟିବା ପରେ ଦମ ଦେଖାଇଲେ କାଳୁ ଖଣ୍ଡାୟତରାୟ। ଭୟରେ ଅପରାଜିତା।

କାଳୁ ଖଣ୍ଡାୟତରାୟଙ୍କ ଦମ ଦେଖି ଛାନିଆ ଅପରାଜିତା। କାଳୁ ଖଣ୍ଡାୟତରାୟ ଖୋର୍ଦ୍ଧାରୁ ନେଇଯିବେ ଅଧା ଭୋଟ। ବିଜେପିକୁ ହରାଇବାକୁ ଅଣ୍ଟା ଭିଡ଼ିଲେ କାଳୁ ଖଣ୍ଡାୟତରାୟ। ମୋତେ ଟିକେଟ ଦେଲନି ଏଥର ମୋ ଦମ ଦେଖିବ। ତୁମ ମାନଙ୍କୁ ନହରାଇବା ଯାଏଁ ମୁଁ ପଛଘୁଞ୍ଚା ଦେବିନାହିଁ। ଏବେ ମୋର ଗୋଟିଏ ଲକ୍ଷ୍ୟ ତୁମ ମାନଙ୍କୁ ନିର୍ବାଚନରେ ପରାସ୍ତ କରିବା। ମୋ ପିଠିକୁ ଆଉଁଶି ବିଧାଏ ମାରିଛ ଏବେ ମୁଁ ଖୋର୍ଦ୍ଧାରେ ଖେଳ କରିବି ତୁମେ ମାନେ ସବୁ ଦେଖିବ। ପ୍ରଶାନ୍ତ ଜଗଦେବଙ୍କୁ ଖୋର୍ଦ୍ଧା ଆସନରୁ ଜିତାଇବାକୁ ଦେବିନାହିଁ ଏମିତି କିଛି ଆମେ ନୁହେଁ ଆଜ୍ଞା ଏମିତି କିଛି ଭାବନାକୁ ନେଇ ବିଶାଳ ଜନସମାବେଶ କରିଛନ୍ତି କାଳୁ ଖଣ୍ଡାୟତରାୟ।

ସ୍ବାଧୀନରେ ନିର୍ବାଚନ ଲଢ଼ିବା ପାଇଁ ଦେଖାଇଛନ୍ତି ନିଜର ଅମାପ ଶକ୍ତିକୁ। ଯାହାକୁ ଦେଖି ଛାନିଆ ଅପରାଜିତା ଏବଂ ପ୍ରଶାନ୍ତ ଜଗଦେଵ। ସେପଟେ ବିଜେଡି ମଧ୍ୟ କାଳୁ ଖଣ୍ଡାୟତରାୟଙ୍କୁ କୋଳେଇ ନେବାକୁ ଅପେକ୍ଷା କରିଛି। ହଜାର ହଜାର ସମର୍ଥକ କେବଳ ଗୋଟିଏ ନାଁ ଶୁଭୁଛି କାଳୁ ଖଣ୍ଡାୟତରାୟ ଜିନ୍ଦାବାଦ। ପୋକ ମାଛି ଭଳି ଭିଡ଼ ଜମାଇଛନ୍ତି କାଳୁଙ୍କ ପାଇଁ ଗଦା ହୋଇଛନ୍ତି ଆଉ ଶୁଣୁଛନ୍ତି କାଳୁଙ୍କ ଭାଷଣ। ଏହା ପୂର୍ବରୁ କୌଣସି ସ୍ୱାଧୀନ ପ୍ରାର୍ଥୀ ଏମିତି ସମାବେଶ କରିନଥିଲେ। ହେଲେ ଚୋଟ ଖାଇବା ପରେ କାଳୁ ଦେଖାଇଛନ୍ତି ତାଙ୍କର ଶକ୍ତିକୁ। ଯାହାକୁ ଦେଖି ବିଜେପି ପୁରା କାବା ହୋଇଯାଇଛି। କାରଣ ଯେଉଁ କାଳୁକୁ ସେ ଟିକେଟ ଦେଇନି ସେଇ କାଳୁ ଏବେ ଜନ ସମୁଦ୍ର ଛିଡା କରିଛି ଖୋର୍ଦ୍ଧାରେ।

କାଳୁ କହିଛନ୍ତି କି ମୋତେ ୨ କୋଟି ଟଙ୍କା ଟିକଟ ପାଇଁ ମାଗିଲେ ହେଲେ ମୁଁ ଦେଇ ପାରିଲିନି ବୋଲି ମୋ ଟିକେଟ ପ୍ରଶାନ୍ତ ଜଗଦେବଙ୍କୁ ଦେଇଦେଲେ। ଏଭଳି କିଛି ସାଂଘାତିକ ଅଭିଯୋଗ ଅପରାଜିତା ସଡ଼ଙ୍ଗୀଙ୍କ ନାଁରେ କହିଛନ୍ତି କାଳୁ ଖଣ୍ଡାୟତରାୟ। ଆଉ କହିଛନ୍ତି କି ମୁଁ ମୋ ଅଞ୍ଚଳ ପାଇଁ ଲଢ଼ିବି ଦଳରେ ନହେଲେ ନାହିଁ ସ୍ବାଧୀନରେ ଲଢ଼ିବି। କିନ୍ତୁ ଲଢ଼ିବି ନିଶ୍ଚୟ।

୧୦ ହଜାର ଭୋଟରେ ହାରିଥିଲେ କାଳୁ। ୭୪ ହଜାର ଭୋଟ ପାଇଥିଲେ। ଯଦି କାଳୁ ସ୍ବାଧୀନରେ ଛିଡା ହେଉଛନ୍ତି ତେବେ ଅପରାଜିତା ଏବଂ ପ୍ରଶାନ୍ତ ଜଗଦେବଙ୍କ ପାଇଁ ଅଡ଼ୁଆ ହୋଇପାରେ। କାରଣ ୧ ଲକ୍ଷ ପାଖାପାଖି ଭୋଟ କାଳୁଙ୍କ ହାତରେ ରହିଛି। ଯାହା ବିଜେପିକୁ ହରାଇବା ପାଇଁ ବହୁତ ସହାୟକ ହେବ। ପ୍ରଶାନ୍ତ ଜଗଦେଵଙ୍କୁ ଟିକେଟ ମିଳିବା ପରେ କାଳୁ ଖଣ୍ଡାୟତରାୟ ସ୍ୱାଭିମାନ ସମାବେଶ କରି ସମର୍ଥକ ମାନଙ୍କୁ ଏକଜୁଟ କରିଛନ୍ତି।

Leave a Reply

Your email address will not be published. Required fields are marked *