ନିଜ ପ୍ରେମ କାହାଣୀ ବିଷୟରେ ଖୋଲାଖୋଲି ଭାବରେ କହିଲେ ଅଭିନେତା ଅଙ୍କିତ , କିପରି ପାଇଥିଲେ ପ୍ରେମରେ ଧୋ-କା

ବର୍ତ୍ତମାନ ସମୟରେ ଓଲିଉଡ଼ ଜଗତର ଜଣେ ଜଣାଶୁଣା ନାମ ପାଲଟି ଗଲେଣି ଅଙ୍କିତ । ସମସ୍ତେ ତାଙ୍କୁ ଜାଣିଛନ୍ତି । ଅନେକ ଚଳଚିତ୍ରରେ କାମ କରିବା ସହିତ ଅନେକ ମେଗା ଧାରାବାହିକରେ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ସେ । ଆଉ ତାଙ୍କୁ ଲୋକଙ୍କ ଭଲ ପାଇବା ମଧ୍ୟ ମିଳିଛି । ତାଙ୍କ ଅଭିନୟରେ ଯାଦୁ ରହିଥାଏ ବୋଲି ପ୍ରାୟତଃ ଲୋକ କହିଥାନ୍ତି ଆଉ ସେଥିପାଇଁ ସେ ଆଜି ଏତେ ଆଗକୁ ଯାଇ ପାରିଛନ୍ତି । ଆଉ ଏତେ ନାମ କମାଇ ପାରିଛନ୍ତି ବୋଲି ସମସ୍ତେ କହିଥାନ୍ତି । ନଚେତ୍ ଏତେ ଆଗକୁ ଯିବା ସହଜ ନୁହେଁ।

ତେବେ ଅନ୍ୟ ପକ୍ଷରେ ଆମେ ଦେଖିଥାନ୍ତି , ଗଣମାଧ୍ୟମ ଆଗରେ ସେଲିବ୍ରିଟି ମାନେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କଥା ହେବା ପାଇଁ ଟିକିଏ ସହଜ ମନେ କରି ନଥାନ୍ତି । କିନ୍ତୁ ଏହି ସବୁ ଜିନିଷକୁ ପଛରେ ପକାଇ ନିଜ ପ୍ରେମ କାହାଣୀ ବିଷୟରେ ଖୋଲାଖୋଲି ଭାବରେ ବଖାଣିଛନ୍ତି ଅଭିନେତା ଅଙ୍କିତ । କିପରି ତାଙ୍କ ପ୍ରେମ ଜୀବନ ଥିଲା ଆଉ କିପରି ଗୋଟିଏ ମୁହୂର୍ତ୍ତରେ ସବୁକିଛି ଶେଷ ହୋଇଗଲା ବୋଲି ସେ କହିଛନ୍ତି । ତେବେ ନିଜ ପ୍ରେମକୁ ପାଇବା ପାଇଁ ସେ କଣ କଣ କରିଥିଲେ , ତାହା ବିଷୟରେ ଆଜି ସେ ଭାବି ହସିଥାନ୍ତି ବୋଲି କହିଛନ୍ତି ।

ତେବେ ତାଙ୍କ କହିବା ଅନୁଯାୟୀ , ଏପରି ଜଣେ ଝିଅ ତାଙ୍କ ଜୀବନରେ ରହିଥିଲେ ଯାହାଙ୍କୁ ସେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ । ଆଉ ତାଙ୍କ ସହିତ ସାରା ଜୀବନ ମଧ୍ୟ ଲେଖି ଦେଇଥିଲେ । ନିଜର ଅନେକ ଜିନିଷ ଯେପରିକି ବିଜନେସ ମଧ୍ୟ ତାଙ୍କ ନାମରେ କରି ଦେଇଥିଲେ ଆଉ ଝିଅ ମଧ୍ୟ ତାଙ୍କର କିଛି ଜିନିଷ ଅଙ୍କିତଙ୍କ ନାମରେ କରି ଦେଇଥିଲେ । କିନ୍ତୁ ହଠାତ୍ ଏମିତି ହେବ ବୋଲି କିଏ ବା ଜାଣିଥିଲା । ଥରେ ସେ ଶୁଣିବାକୁ ପାଇଲେ କି , ସେ ଭଲ ପାଉଥିବା ଝିଅଙ୍କ ନିର୍ବନ୍ଧ ମନ୍ଦିରରେ ହେଉଛି , ଯାହା ପରେ ସାଙ୍ଗେ ସାଙ୍ଗେ ନିଜ ପ୍ରେମିକାଙ୍କୁ ଖୋଜି ଖୋଜି ପାଖରେ ପହଞ୍ଚି ଯାଇଥିଲେ ଆଉ ତାଙ୍କ ବାପାଙ୍କୁ ପଚାରି ଥିଲେ , କାହିଁକି ସେ ଏପରି କଲେ ।

ତେବେ ଅଙ୍କିତ କହିଛନ୍ତି କି , ଏହାପରେ ସେ ପାଗଳ ପାଲଟି ଯାଇଥିଲେ ଆଉ ତାନ୍ତ୍ରିକ ସାହାରା ନେବାକୁ ମଧ୍ୟ ପଛାଇ ନଥିଲେ । ଆଉ ତାନ୍ତ୍ରିକ ଯାହା ଯାହା ମାଗିଥିଲେ , ତାହା ମଧ୍ୟ ଦେଇଥିଲେ । ତେବେ ଏହା ପରେ ଏକଦା ସେ ବୁଝିବାକୁ ପାଇଥିଲେ କି , ଯାହାର ଯିବାର ଥିବ ସେ ଯେମିତି ହେଉ ଯିବ । ତାର ରହିବା ପାଇଁ ବାସ୍ ଗୋଟିଏ ହିଁ କାରଣ ଦରକାର ଆଉ ଯିବା ପାଇଁ ମଧ୍ୟ ଗୋଟିଏ କାରଣ ଦରକାର । ତେଣୁ ସେ ଯାହା କରୁଛନ୍ତି ତାହା ସବୁ ବୃଥା। ତେଣୁ ନିଜ ପ୍ରେମିକାକୁ ଯିବାକୁ ଦିଆଯାଉ ଆଉ ତାକୁ ଶାନ୍ତିରେ ରହିବା ପାଇଁ ଦିଆ ଯାଉ । ଖାଲିରେ କାହା ପଛରେ ଗୋଡାଇଲେ , ସେ ଫେରି ଆସିବ ନାହିଁ । ତେଣୁ ଏପରି ସମ୍ପ-ର୍କକୁ ଛାଡ଼ିଦେବା ଆବଶ୍ୟକ ବୋଲି ସେ ନିଜେ ଅନୁତାପ କରିଥିଲେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *