ବ୍ରିଜ ତଳକୁ ଖସି ପଡ଼ିଲା ବାଇକ, ଚାଲିଗଲେ ଦୁଇ ସାଙ୍ଗ….

କୁହାଯାଏ ଯେ ସବୁ ଦିନ କାହାରି ସମାନ ଯାଏନି । ସବୁଦିନ ଲୋକଙ୍କର ହସ ଖୁସିରେ ବିତି ନଥାଏ । ଯେଉଁଭଳି ଏହି ଦୁଇ ସାଙ୍ଗଙ୍କ ଜୀବନରେ ହୋଇଛି । ଦୁଇ ସାଙ୍ଗଙ୍କ ବାଇକ ବ୍ରିଜ ତଳକୁ ଖସି ପଡ଼ିଛି । ଆଉ ଆଖପାଖ ଲୋକ ଦୌଡ଼ି ଆସି ଘଞ୍ଚ ଗଛଲତା ଭିତରେ ଦୁର୍ଘଟଣାଗ୍ରସ୍ତ ଦୁଇ ସାଙ୍ଗଙ୍କୁ ଉଦ୍ଧାର କରିଥିଲେ । ଦୁଇ ସାଙ୍ଗ ଦୁର୍ଘଟଣାରେ ଯନ୍ତ୍ରଣା କାରଣରୁ ଛଟପଟ ହେଉଥିଲେ । ସମସ୍ତେ ଏହା ଜାଣିବାକୁ ଚେଷ୍ଟା କରିଥିଲେ ଯେ ଦୁଇଜଣ ହୁଏତ ଜୀବିତ ଅଛନ୍ତି । କିନ୍ତୁ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ସେହି ଘଟଣାସ୍ଥଳରେ ହିଁ ଜୀବନ ଚାଲି ଯାଇଥିଲା । ଅନ୍ୟ ପଟେ ଅନ୍ୟ ଜଣେ ସାଙ୍ଗକୁ ମଧ୍ୟ ହସ୍ପିଟାଲକୁ ନେଇ ଯିବା ସମୟରେ ସେ ମଧ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଦୁଇ ସାଙ୍ଗ ମଧ୍ୟରୁ ଯେମିତି କାହାକୁବି ଭାଗ୍ୟ ସାଥ ଦେଲାନି । ଆଜି ଦୁଇ ସାଙ୍ଗ ନିଜ ଗାଁ ଛେଲିଗଡ଼ରୁ ବାଇକ ଯୋଗେ ବାହାରି ନିକଟସ୍ଥ ଏକ ଝରଣାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକଟି ଏକ ବ୍ରିଜ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣକୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ସମୟରେ ତାଙ୍କର ମଧ୍ୟ ଜୀବନ ଚାଲିଗଲା । ଦୁର୍ଘଟଣାସ୍ଥଳରେ ଆର ଉଦୟଗିରି ଥାନା ଅଧିକାରୀ ଶ୍ରୀ ମଲ୍ଲ ପହଞ୍ଚି ଶବକୁ ଚନ୍ଦ୍ରଗିରି ମେଡ଼ିକାଲକୁ ପଠାଇଥିବା ବେଳେ ଅଧିକ ତଦନ୍ତ ଚଳାଇଛନ୍ତି । ସୂଚନା ଅନୁଯାୟୀ ମୃତକ ଜଣକ ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଛେଳିଗଡ଼ ଗ୍ରାମ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଳ ଏବଂ ଟୁକୁନା ସିଂ ।

ତେବେ ଦୁଇ ସାଙ୍ଗ ନିଜ ବାଇକ ଯୋଗେ ଗାଧୋଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲେ । ଯେଉଁ କାରଣରୁ ଦୁଇ ଜଣଙ୍କର ଏଭଳି ଜୀବନ ଚାଲି ଯାଇଛି । ଆଉ ଏହି ଘଟଣାକୁ ନେଇ ବର୍ତ୍ତମାନ ସବୁଠି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଏଭଳି ଘଟଣା ଘଟିବାର କାରଣ କଣ ହୋଇଥାଇ ପାରେ ତାହା ପୋଲିସର ତଦନ୍ତ ପରେ ଜଣା ପଡ଼ିବ । ଏଠାରେ କହିରଖିବୁ ଯେ ଜୀବନ ନିଶ୍ଚିତ ଭାବରେ ଅନିଶ୍ଚିତ । କିନ୍ତୁ ମନୁଷ୍ୟକୁ ଏହା ଭାବି ନିଜର ସତର୍କତାରୁ ବଞ୍ଚିତ ହେବା ଉଚିତ ନୁହେଁ ଏବଂ ସୁରକ୍ଷିତ ଭାବରେ ଗାଡ଼ି ଚଳାଇବା ଉଚିତ । ନଚେତ ଏଭଳି ଅକାରଣେ ଆହୁରି ଅନେକ ଜୀବନ ଯିବ ।

Leave a Reply

Your email address will not be published. Required fields are marked *