ଚିନ୍ତାରେ ବିଦ୍ୟାଶ୍ରୀ, କିଏ ଚାଲାଉଛି ସ୍ୱାମୀ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ଫେସବୁକ ଆକାଉଣ୍ଟ।

ଏସବୁ ଦେଖି ଆଶ୍ଚର୍ଯ୍ୟ ହେଲେ ବିଦ୍ୟାଶ୍ରୀ କିଏ ଚଲାଉଛି ଆଦିତ୍ୟଙ୍କ ଫେସବୁକ। ଆଦିତ୍ୟଙ୍କ ମରିବା ଆଜକୁ ହୋଇଗଲା ବହୁ ବର୍ଷ। କେମିତି ଚାଲୁଛି ଆପେ ଆଦିତ୍ୟଙ୍କ ଫେସବୁକ।ବିଦ୍ୟାଶ୍ରୀ ଆଶ୍ଚର୍ଯ୍ୟ କିଏ ଆଉ କେମିତି ଚଲାଉଛି ଆଦିତ୍ୟଙ୍କ ଫେସବୁକ। ଫେସବୁକ ପ୍ରୋଫାଇଲରେ ଥିଲା ଆଦିତ୍ୟ ଏବଂ ବିଦ୍ୟାଶ୍ରୀଙ୍କ ଫୋଟ ହେଲେ ହଠାତ କେମିତି ଗାୟବ ହୋଇଗଲା ଆଦିତ୍ୟଙ୍କ ଫେସବୁକରୁ ବିଦ୍ୟାଶ୍ରୀଙ୍କ ଫୋଟ।

ବିଦ୍ୟାଶ୍ରୀ ଆଣିଲେ ଅଭିଯୋଗ। ଆଜି ପର୍ଯ୍ୟନ୍ତ ଏମିତି କିଛି ଘଟୁନଥିଲା। ମୋ ସ୍ୱାମୀଙ୍କୁ ମୁଁ ସବୁବେଳେ ମୋ ହୃଦୟରୁ ରଖିବାକୁ ଚାହୁଁଥିଲି । ସବୁବେଳେ ମୁଁ ତାଙ୍କୁ ମୋ ମନରୁ ପୂଜା କରେ। ଆଉ ସେ ସବୁବେଳେ ମୋ ସାଙ୍ଗରେ ଅଛନ୍ତି। ହେଲେ ଏବେ କେମିତି ଏସବୁ ଘଟି ଯାଉଛି। ଆଦିତ୍ୟଙ୍କ ଫେସବୁକରେ ଆମ ଦୁଇଜଣଙ୍କର ଫୋଟ ମିଶିକି ଥିଲା ଆଉ ଏବେ କେମିତି ଆଦିତ୍ୟଙ୍କ ଫେସବୁକରୁ ମୋ ଫୋଟ ଗାୟବ। ହୋଇଯାଇଛି।

ବିଦ୍ୟାଶ୍ରୀ ଏବଂ ଆଦିତ୍ୟଙ୍କ କାହାଣୀ ବିଷୟରେ ସମସ୍ତେ ଜାଣିଛନ୍ତି। ବିଦ୍ୟାଶ୍ରୀ ଏବଂ ଆଦିତ୍ୟ ଦୁହେଁ ପ୍ରେମ ବିବାହ କରିଥିଲେ। ସବୁକିଛି ଠିକ ଚାଲିଥିଲା ହେଲେ ଦିନେ ହଠାତ ରାତି ସମୟରେ ରେଲୱେ ଷ୍ଟେସନରୁଆଦିତ୍ୟଙ୍କ ମୃତ ଦେହ ମିଳିଥିଲା ଯାହା ପରେ ବିଦ୍ୟାଶ୍ରୀଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଏମିତିକି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଅନେକ କଥା ଉଠିଥିଲା। ସେହି ଦିନ ଠାରୁ ଆଖିରୁ ଲୁହ ପିଇ ପିଇ ବିଦ୍ୟାଶ୍ରୀ ନିଜ ସ୍ବାମୀଙ୍କୁ ଛାତିରେ ଧରି ମନରେ ସାହସ ବାନ୍ଧି ବଞ୍ଚିବାକୁ ଚାହୁଁଥିଲେ ପୁରା ଜୀବନ। ହେଲେ ଆଜି ଏମିତି ଫେସବୁକରୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ବିଦ୍ୟାଶ୍ରୀ। ଆଦିତ୍ୟଙ୍କ ଫୋଟରୁ ବିଦ୍ୟାଶ୍ରୀଙ୍କ ଫୋଟ ବାହାର କରି ଅଲଗା କରିବାକୁ ଚାହୁଁଛନ୍ତି କିଏ ବୋଲି କହିଛନ୍ତି ବିଦ୍ୟାଶ୍ରୀ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ଏତେ ଦିନ ବିତିଗଲା କେବେ କିଛି ହେଉନଥିଲା କିନ୍ତୁ ଏବେ ଆଦିତ୍ୟଙ୍କ ଏଇ ଫେସବୁକ ଆକାଉଣ୍ଟକୁ କିଏ ଚଲାଉଛି। ଆଉ କାହିଁକି କିଏ ଏମିତି ବିଦ୍ୟାଶ୍ରୀଙ୍କୁ ଆଦିତ୍ୟଙ୍କ ଫୋଟରୁ ବାହାର କରିଦେଇଛି। କଣ ଚାହୁଁଛି ସେଇ ଲୋକ। ତାକୁ ନେଇ ଅନେକ ପ୍ରଶ୍ନ। ତେବେ ବିଦ୍ୟାଶ୍ରୀ ଏଭଳି କାହାର ନାଁ ତ ନେଇନାହାନ୍ତି ହେଲେ କହିଛନ୍ତି ଯିଏ ବି ଚେଷ୍ଟା କରୁଛି ମୋ ସ୍ବାମୀଙ୍କ ଠାରୁ ମୋତେ ଅଲଗା କରିବା ପାଇଁ ତାଙ୍କ ମୃତ୍ୟୁ ପରେ ବି ସାରାଜୀବନ ସେ ମୋ ହୃଦୟରେ ରହିବେ। ତାଙ୍କସ୍ମୃତିକୁ ନେଇ ମୁଁ ସାରା ଜୀବନ ବଞ୍ଚିଯିବି।

Leave a Reply

Your email address will not be published. Required fields are marked *