ପ୍ରକୃତିଙ୍କୁ ଧରି ବାବୁଶାନଙ୍କ ଘରକୁ ଆସିବେ ମନ୍ମଥ ମିଶ୍ର , କରିବେ ବିବାଦର ସମାଧାନ :-

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଟିଭିରେ ପ୍ରକୃତି ମିଶ୍ର ଏବଂ ତୃପ୍ତି ଶତପଥୀ ବିବାଦ ଜୋରସୋରରେ ଚର୍ଚ୍ଚାରେ ରହିଛି । ତେବେ ଏହାକୁ ନେଇ ବର୍ତ୍ତମାନ ଏକ ସୂଚନା ସାମ୍ନାକୁ ଆସୁଛି ଯେ ଏହି ମାମଲା ହୁଏତ କୋର୍ଟକୁ ଯାଇପାରେ କିମ୍ୱା ଉଭୟ ପରିବାର ଏହାର ସମାଧାନ ବାହାର କରି ପାରନ୍ତି । ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ମାମଲା ସମାଧାନ ହୋଇପାରେ ।

ସୂଚନା ଏହା ରହିଛି ଯେ ପ୍ରକୃତି ଏବଂ ନିଜ ସ୍ତ୍ରୀ କୃଷ୍ଣପ୍ରିୟାଙ୍କୁ ଧରି ମନ୍ମଥ ମିଶ୍ର ବାବୁଶାନଙ୍କ ଘରକୁ ଆସିବେ । କୁଆଡ଼େ ଦୁଇ ପରିବାର ଏକାଠି ବସି ପ୍ରକୃତି ଏବଂ ତୃପ୍ତିଙ୍କ ବିବାଦର ସମାଧାନ କରିବେ । କାରଣ ପୋଲିସ କେସ ଅନୁଯାୟୀ ତଦନ୍ତ କରିବେ ଏବଂ ସେମାନଙ୍କୁ ପଚରା ଉଚୁରା କରି ଛାଡ଼ିଦେବେ । କିନ୍ତୁ ଯେହେତୁ ଏହା ଏକ ହାଇ ପ୍ରୋଫାଇଲ ଘଟଣା ତେଣୁ ପୋଲିସ କେବେବି ଏହାର ନିଷ୍କର୍ସ ବାହାର କରି ପାରିବ ନାହିଁ ।

ବରଂ ମାମଲା କୋର୍ଟରେ ହୁଏତ ସମାଧାନ ଜଲଦି ହୋଇପାରେ କିମ୍ବା ବିଳମ୍ବ ମଧ୍ୟ ହୋଇପାରେ । ତେଣୁ ସେମାନେ ହୁଏତ କୋର୍ଟ ଯିବେ କିମ୍ବା ଉଭୟେ ସମାଧାନ କରିବେ । ଏକଥା ଅନେକ ଆଇନଜୀବୀ ଏବଂ ସମାଜସେବୀ ମଧ୍ୟ କହି ସାରିଛନ୍ତି । ଏଥିରୁ ସମାଧାନ ଏହା ଆସୁଛି ଯେ ମନ୍ମଥ ମିଶ୍ର ପ୍ରକୃତି ଏବଂ କୃଷ୍ଣପ୍ରିୟାଙ୍କୁ ନେଇ ବାବୁଶାନଙ୍କ ଘରକୁ ଯାଇ ସବୁ ସମାଧାନ କରିବେ । ବାବୁଶାନଙ୍କ ଘରେ ବର୍ତ୍ତମାନ ଓଲିଉଡର ବିଶିଷ୍ଠ ବ୍ୟକ୍ତି ମାନେ ଅଛନ୍ତି ଯେଉଁମାନେ ବାବୁଶାନଙ୍କୁ ସୁପରଷ୍ଟାର କରିଛନ୍ତି । ଏବଂ ସେହିମାନେ ହିଁ ପ୍ରକୃତିଙ୍କୁ ଜଣେ ଅଭିନେତ୍ରୀ କରିଛନ୍ତି ।

 

ତେଣୁ ସେମାନଙ୍କ କଥାରୁ କେବେବି ବାବୁଶାନ ଏବଂ ପ୍ରକୃତି ଓହରି ଯିବେନାହିଁ । ଆଉ ତୃପ୍ତିଙ୍କ କଥା କହିବାକୁ ଗଲେ ସେ ନିଜେ ବାବୁଶାନଙ୍କ ସହିତ ସାମ୍ନା ସାମ୍ନି ହିଁ କଥା ହେବେ । ତେବେ ଏଥିରୁ ଏହି ନିଷ୍ପତ୍ତି ନିଆଯିବ ଯେ ଆଗାମୀ ସମୟରେ ପ୍ରକୃତି ଏବଂ ବାବୁଶାନ ଉଭୟେ ମିଳାମିଶା କରିବେ ନା ଦୂରେଇ ରହି ନିଜ ନିଜ ପରିବାର ଏବଂ କ୍ୟାରିଅର ସହିତ ଆଗକୁ ବଢ଼ିବେ । ଏହାସହିତ ବନ୍ଧୁତ୍ୱ ଖବରର ସତ୍ୟତା ମଧ୍ୟ ବେଶ ଭଲ ଭାବରେ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *