ଦେଖନ୍ତୁ ଭିଡ଼ିଓ : ମଦ ନିଶାରେ ରାସ୍ତାରେ ଗଡ଼ିଲେ ପୋଲିସ ବାବୁ

କୁହାଯାଏ ମଦ ପିଇଲେ ମଣିଷ ନିଜର ସବୁ ସୀମା ଅତିକ୍ରମ କରି ଯାଇଥାଏ । ସେ ଆଉ କାହାକୁ ଜାଣି ପାରେନାହିଁ । ସେ ନିଜକୁ ମଧ୍ୟ ଜାଣି ପାରେନାହିଁ । କାହାକୁ କଣ କହିବ , ସେ କଥା ତ ପୁରାପୁରି ଭୁଲି ଯାଇଥାଏ । ତାକୁ ଦୁନିଆଁଟା ପୁରା ଅଲଗା ପ୍ରକାରର ଲାଗିଥାଏ । ଆଉ ସେ ନିଶାରେ ପୁରା ମାତି ଯାଇଥାଏ । ତେବେ ଏହି ମଦ କେତେ ଯେ , ଲୋକଙ୍କୁ ନିଜର ପରିଚୟ ଭୁଲାଇ ଦେଇଥାଏ , ସେ କଥା କହି ହେବନାହିଁ ।

ଅନେକ ବଡ଼ ବଡ଼ ଲୋକମାନେ ମଧ୍ୟ ମଦ ପିଇଲା ପରେ ଆଉ କିଛି ଜାଣି ପାରନ୍ତି ନାହିଁ । ତେବେ ଠିକ୍ ସେହିପରି ଜଣେ ବଡ ବଡ଼ିଆଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପେଷାରେ ପୋଲିସ ବାବୁ । ମଦ ପିଇ ଦେଲା ପରେ ନିଜର ହିତାହିତ ଜ୍ଞାନକୁ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଉଛନ୍ତି । ଆଉ ଏଭଳି ବ୍ୟବହାର କରୁଛନ୍ତି , ଯେପରିକି ସେ ଆଜି ସବୁ କରି ପକାଇବେ । ମଦ ନିଶାରେ ଦୁଇ ପାଦ ଆଗକୁ ବଢିବାର ଶକ୍ତି ନାହିଁ , ତଥାପି ଆଗକୁ ବଢିବାରେ ଲାଗିଛନ୍ତି ।

ତେବେ ସୂଚନା ଅନୁଯାୟୀ , ଏହି ପୋଲିସ ବାବୁ ଜଣକ ହେଉଛନ୍ତି , ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ କୁଣ୍ଡାବାଇ ଥାନାର କନେଷ୍ଟବଳ ଈଶ୍ୱର ମହାନ୍ତି । ଏତେ ମଦ ପିଇ ଦେଇଛନ୍ତି ଯେ , ଦୁଇ ପାଦ ଆଗକୁ ବଢି ପାରୁ ନାହାଁନ୍ତି । କାଉଣ୍ଟର ଆଗରୁ ତାଙ୍କୁ ଘରକୁ ଫେରିବା ସମ୍ପୂର୍ଣ୍ଣ ଅସମ୍ଭାଳ ହୋଇ ପଡିଛି । କେତେବେଳେ ବଣ ବୁଦା ଭିତରେ ପଶି ଯାଉଛନ୍ତି ତ ଆଉ କେତେବେଳେ ପଡି ଯାଉଛନ୍ତି । ଆଉ ତାପରେ ରାସ୍ତା ଉପରେ ଗଡ଼ି ଯାଉଛନ୍ତି ।

 

ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇ କହୁଛନ୍ତି ମୋତେ ଯଦି ସସପେଣ୍ଡ କରିବ , କରିଦିଅ ତାପରେ ବି ମୁଁ ମଦ ପିଇବି । ମଦ ପିଇବା ଛାଡ଼ିବି ନାହିଁ । ଜଣେ ପୋଲିସ ବାବୁ ହୋଇ ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଏଭଳି ମଦ୍ୟପାନ କରିବାର ନଜର ଆସିଥିବା ବେଳେ ଲୋକମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବାବୁ ଜଣକ ଜନସେବା କିପରି କରିବେ । ତେବେ ଏହାକୁ ନେଇ ଚର୍ଚ୍ଚା ଜୋରସୋର ଚାଲିଛି ଆଉ ସୋସିଆଲ ମିଡିଆରେ ବାବୁଙ୍କର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *