ସାଂସଦରେ ନିଜର ଏବଂ ବାବୁଶାନ ମାମଲାକୁ ନେଇ ପ୍ରଶ୍ନ ଉଠାଇଲେ ଅନୁଭବ :-

ବର୍ତ୍ତମାନ ସମୟରେ ବାବୁଶାନଙ୍କୁ ନେଇ ଯେଉଁ ମାମଲା ସବୁଠି ଚର୍ଚ୍ଚା ସୃଷ୍ଟି କରୁଛି ତାହା ଉପରେ ଅନେକ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତେଣୁ କେନ୍ଦ୍ରାପଡ଼ା ସାଂସଦ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତି ସାଂସଦରେ ନିଜର କଥା ରଖିବା ବେଳେ କିଛି ଏପରି ପ୍ରଶ୍ନ କରିଛନ୍ତି ଯାହା ନିଜ ବ୍ୟକ୍ତିଗତ ଜୀବନ ଏବଂ ବାବୁଶାନଙ୍କ ବ୍ୟକ୍ତିଗତ ଜୀବନ ଦିଗକୁ ମଧ୍ୟ ଇସାରା କରୁଛି । ଆପଣ ମାନେ ବି ଅନୁଭବ ମହାନ୍ତିଙ୍କ ପାରିବାରିକ କଳହ ମାମଲା ବିଷୟରେ ବେଶ ଭଲ ଭାବରେ ଜାଣିଥିବେ ।

ଏବେ ସୁଦ୍ଧା ବି ସେହି ମାମଲା କୋର୍ଟରେ ରହିଛି । ପୁରାପୁରି ସମାଧାନର ବାଟ ବାହାରି ନାହିଁ । କିପରି ପାରିବାରିକ କଳହ ମାମଲା ମଧ୍ୟରେ ସେ ନିଷ୍ପେସିତ ହୋଇ ଯାଇଛନ୍ତି ତାହା ସମସ୍ତେ ଜାଣିଛନ୍ତି । ତେଣୁ ସେ ପାରିବାରିକ କଳହ ମାମଲାକୁ ନେଇ ସାଂସଦରେ ପ୍ରଶ୍ନ କରିଛନ୍ତି ଏବଂ ତାହାର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଉଭୟଙ୍କ ସମସ୍ୟା ପାରିବାରିକ କଳହକୁ ନେଇ ଅର୍ଥାତ ଉଭୟ ଘଟଣାର ସମାନ କାରଣ ରହିଛି ।

ଅନୁଭବଙ୍କ ପ୍ରଶ୍ନ ଏହା ଥିଲା ଯେ ଦେଶରେ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ପାରିବାରିକ କଳହ ମାମଲା ଦେଖାଯାଉଛି । ତେଣୁ ଏହିସବୁ ମାମଲାର ସମାଧାନ ପାଇଁ କେଉଁ ସବୁ ସ୍ୱତନ୍ତ୍ର ଆଇନ ରହିଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି । ମୁଖ୍ୟତଃ ତାଙ୍କ କହିବା କଥା ଯେ ପାରିବାରିକ କଳହ କାରଣରୁ ପିଲାମାନେ ଅଧିକ ପୀଡ଼ିତ ହେଉଛନ୍ତି । ବାପା ମାଙ୍କ ଝଗଡ଼ାରେ ସମାଧାନ ମିଳିବା ତ ବହୁତ ଦୂରର କଥା । ସେତେ ସମୟ ପର୍ଯ୍ୟନ୍ତ ପିଲା ମାନେ ଉଭୟ ବାପା ମାଙ୍କ ସ୍ନେହରୁ ବଞ୍ଚିତ ହେଉଛନ୍ତି । ପୁଣି ବିବାହ ବିଚ୍ଛେଦ ମାମଲାର ସମାଧାନ ହେଉ ହେଉ ଦୀର୍ଘ ସମୟ ବିତି ଯାଉଛି ।

ବାପା ମାଙ୍କ ଝଗଡ଼ା ମଧ୍ୟରେ କିପରି ପିଲାମାନେ ଫସି ଯାଉଛନ୍ତି । ବାବୁଶାନଙ୍କ କ୍ଷେତ୍ରରେ ମଧ୍ୟ ଏହିପରି ହୋଇଛି । ଅନୁଭବ ହୁଏତ ଆଉ କାହା ମାମଲାକୁ ନେଇ ଏହି ପ୍ରଶ୍ନ କରିଛନ୍ତି । କିନ୍ତୁ ତାମଧ୍ୟରେ ନିଜର କେଉଁଠି ନା କେଉଁଠି ବେଦନା ଲୁଚି ରହିଛି । ତେଣୁ ସେ ସରକାରଙ୍କୁ ଏ ସମ୍ବନ୍ଧରେ ପ୍ରଶ୍ନ କରିବା ସହିତ ଏହାର ଉପଯୁକ୍ତ ପଦକ୍ଷେପ ପାଇଁ କିଛି ଦୃଢ଼ ଆଇନ ପ୍ରଣୟନ କରିବା ଉଚିତ । ସେ ଏ ସମ୍ବନ୍ଧରେ ନିଜ ଟ୍ୱିଟର ରେ ମଧ୍ୟ ସେୟାର କରିଛନ୍ତି । ଏପଟେ କିରଣ ରିଜିଜୁ ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ ଆଶ୍ୱାସନା ଦେଇ ନିଶ୍ଚିତ ଭାବରେ ଏହା ଉପରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *