ମୃତକଙ୍କ ପରିବାରକୁ ସହାୟତା ପଠାଇଲେ ରାଣୀ ପଣ୍ଡା…

ଏ ଦୁନିଆ କହୁଛି ଗୋଟିଏ କଥା ପରିବାର ଲୋକେ ମଧ୍ୟ କହୁଛନ୍ତି ସେହି ସମାନ କଥା। ମୁଁ କୁଆଡେ ସୁକାନ୍ତଙ୍କୁ ମାରିଛି। ଯଦି ସମସ୍ତଙ୍କ ମନରେ ଏହି କଥା ଅଛି ତେବେ ମୁଁ କଥା ଦେଉଛି ସୁକାନ୍ତ ପରିବାରର ଦାୟିତ୍ବ ମୁଁ ନେବି। ତାଙ୍କ ପିଲା ଛୁଆଙ୍କୁ ମୁଁ ପାଠ ପଢେଇବି।

ତାଙ୍କ ଘର ସବୁ ଦାୟିତ୍ବ ମୋର ହେବ। ତାଙ୍କ ସୁଖରେ ଦୁଃଖରେ ମୁଁ ତାଙ୍କ ସାଥିରେ ରହିବି।ତାଙ୍କ ପିଲା ମାନଙ୍କ ଭବିଷ୍ୟତ ମୁଁ ଗଢିବି। ହେଲେ ହଁ ମୁଁ ମଣିଷ ମୁଁ ରାକ୍ଷାସ ନୁହେଁ। ଯଦି ଅତୀତର ମୋ ପୃଷ୍ଠା ଲେଉଟାଇବ ତେବେ କେବଳ ଆଉ କେବଳ ମତେ ଜଣେ ଭଲ ମଣିଷ ରୂପେ ପାଇବ। ମୁଁ କେମିତି ଜାଣି ଜାଣି କାହାର ଜୀବନ ନେଇ ପାରିବି।

ମୁଁ ସେଇ ରାଣୀ ପଣ୍ଡା ଅନ୍ୟର ଜୀବନ ବଞ୍ଚାଇବାକୁ ରାତି ଅଧରେ ସମୟ ଅସମୟରେ ଲୋକଙ୍କ ପାଖରେ ଛିଡା ହୁଏ। ମୁଁ ସେହି ରାଣୀ ପଣ୍ଡା ଅନ୍ୟର ଦୁଃଖ ଦେଖିଲେ ରାତି ରେ ସୋଇ ପାରେନି ଆଖିରୁ ଧାରା ଧାର ଲୁହ ଝରି ଆସି ମୋ ଶୋଇବା ତକିଆ ଲୁହରେ ଓଦା ହୋଇଯାଏ। ଆଉ ମୁଁ ସେହି ରାଣୀ ପଣ୍ଡା କାହା ଅସୁବିଧା ଦେଖିଲେ ତାକୁ ରୋଜଗାର ବାଟ ବତେଇ ଦେଇ ମୋ ସକ୍ଷମ ଅନୁଯାୟୀ ସାହାଯ୍ୟ କରେ।

ଭୁଲ ସମସ୍ତେ କରନ୍ତି। ଆଉ କୁହାଯାଏ ଯିଏ ଏ ଦୁନିଆକୁ ଯେତିକି ଦିନ ପାଇଁ ଆସିଛି ସେତିକି ଦିନ ହିଁ ରହିବ। ମୁଁ କଣ ଜାଣି ଜାଣି ସୁକାନ୍ତ ଜୀବନ ନେଇଛି। ଯଦି ମୁଁ ଆଗରୁ ଜାଣିଥାନ୍ତି ଅଧା ରାସ୍ତାରେ ଏକ ଦୁର୍ଘଟଣା ଘଟିବାର ଅଛି । ଯଦି ମୁଁ ପୂର୍ବରୁ ଜାଣିଥାନ୍ତି ରାସ୍ତା ମଝିରେ ମୋ ଗାଡି ଦ୍ୱାରା କାହାର ଜୀବନ ଯିବାର ଅଛି ମୁଁ ମୋ ଜୀବନ ଦେଇ ଦେଇଥାନ୍ତି ପଛେ ହେଲେ କାହା ଜୀବନ ନେଇ ନଥାନ୍ତି।

ହେଲେ ମୁଁ ଜାଣି ନଥିଲି ସେ ଦିନର ସେ କାଳ ରାତିରେ ଏପରି ଘଟିବ ବୋଲି ।ମୁଁ ଜାଣିନଥିଲି ମୋ ଗାଡି ରେ କାହାର ଜୀବନ ଯିବ ବୋଲି। ଆଉ ମୁଁ ଜାଣି ନଥିଲି ମୋ ଗାଡ଼ି ଦୁର୍ଘଟଣାରେ କାହାର ଜୀବନ ଦୀପ ଲିଭିଜିବ ବୋଲି। ସେ ଦିନର ସେ କାଳ ରାତି କଥା ଭାବିଲେ ମୋର ବି ମୁଣ୍ଡ ବୁଲାଇ ଦେଉଛି।

ସେ ଦିନର ସେ କାଳ ରାତିରେ ଯମ ଅଧା ରାସ୍ତାରେ ଲୁଚି ରହି ଯେଉଁ ଭଳି ଗୋଟେ ପରିବାରର ମେରୁଦଣ୍ଡ କୁ ଛଡାଇ ନେଲା ସେ କଥା ଭାବିଲେ ମୋ ହୃଦୟଟା ଫାଟି ପଡୁଛି।

ହେଲେ ମୁଁ ଅସହାୟ ହୋଇଯାଇଥିଲି। ମୃତ୍ୟୁ ସହ ଲଢ଼ିବାକୁ କାହାର ବଳ ଅଛି ? ମୃତ୍ୟୁ ସହ ଲଢ଼ିବାକୁ କାହାତ ଶକ୍ତି ଅଛି। ମୁଁ ଅସାଧାରଣ ନୁହେଁ ମୁଁ ବି ଆପଣଙ୍କ ପରି ସାମାନ୍ୟ ମଣିଷ। ମେଡ଼ିକାଲ ବେଡ଼ରେ ସୋଇ ରାଣୀ ପଣ୍ଡା ଏପରି କିଛି ଭାବୁଥିବା ଲୋକେ କହୁଥିବା ବେଳେ।

ରାଣୀ ତାଙ୍କ ଭାଇଙ୍କ ହାତରେ ମୃତ ସୁକାନ୍ତଙ୍କ ପରିବାର ନିକଟକୁ ପଠାଇଛନ୍ତି 35 ହଜାର ଟଙ୍କାର ସହାୟତା ରାଶି। ଏବେ ଯେହେତୁ ରାଣୀ ପଣ୍ଡା ନିଜେ ମଧ୍ୟ ଅସୁସ୍ଥ ଅଛନ୍ତି ତେଣୁ ରାଣୀ ପଣ୍ଡା ଅଛନ୍ତି ତେଣୁ ରାଣୀ ସୁସ୍ଥ ହେବା ପରେ ତାଙ୍କ ପରିବାର ଲୋକଙ୍କ ନିକଟକୁ ଯାଇ ଭେଟିବେ ବୋଲି କହିଛନ୍ତି।

ରାଣୀଙ୍କ ଅବସ୍ଥା ମଧ୍ୟ ଏବେ ଗୁରୁତର ଅଛି। ସେପଟେ ସୁକାନ୍ତଙ୍କ ପରିବାର ଲୋକେ ରାଣୀ ପଣ୍ଡାଙ୍କ ନାମରେ ଅଭିଯୋଗ କରିବା କଥା କହୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ରାଣୀ ପଣ୍ଡା ଡାକ୍ତରଖାନା ବେଡ଼ରେ ଥାଇ ମଧ୍ୟ କହିଛନ୍ତି କି ମୁଁ ସୁକାନ୍ତଙ୍କ ପରିବାରର ଦାୟିତ୍ୱ ନେବି।

ତାଙ୍କ ପିଲାଙ୍କୁ ପାଠ ପଢ଼ାଇବା ସହିତ ମଣିଷ କରି ଗଢି ତୋଳିବି। ମୁଁ ଜାଣି ଜାଣି ସୁକାନ୍ତଙ୍କ ଜୀବନ ନେଇନି। ମୋ ଅଜାଣତରେ ଗାଡି ଦୁର୍ଘଟଣା ଘଟିଛି। ଏଭଳି ରାଣୀ ପଣ୍ଡା କହୁଥିବା ବେଳେ ଏବେ ରାଣୀ ପଣ୍ଡା ଡାକ୍ତରଖାନା ବେଡ଼ରେ ଅଛନ୍ତି।

Leave a Reply

Your email address will not be published. Required fields are marked *