ଏଣିକି ଗରମରୁ ମିଳିବ ତ୍ରାହି। ମଣିଷ ଦେହରେ ଲାଗିବ ଇଉ, ଯାହାର ଦାମ ଶୁଣିଲେ ଆପଣ ଚମକି ପଡିବେ।

ଏଥର ଆଉ ହେବନି ଗରମ। ମାର୍କେଟକୁ ଆସିଲା ଆଉ ଏକ ଡିଭାଇସ। ଯାହା ଆପଣଙ୍କ ଦେହକୁ ଏକଦମ କରିଦେବ ଥଣ୍ଡା। ଏବେ ଦେହରେ AC ପିନ୍ଧିକି ବୁଲିବେ। ଯାହାର ଦାମ ବହୁତ ଶସ୍ତା। ହଁ ଆଜ୍ଞା ବର୍ତ୍ତମାନ ସମୟରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଆକାଶରୁ ଯେମିତି ଅଗ୍ନି ବର୍ଷା ହେଉଛି। ଭୀଷଣ ହେଉଛି ଗ୍ରୀଷ୍ମର କୋପ। ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲେଶ୍ଵରରେ ପାରଦ ୪୬ ଡିଗ୍ରୀ ଛୁଇଁ ଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୫. ୪ ଡିଗ୍ରୀ ରେକର୍ଡ କରାଯାଇଛି। ଯାହା ଫଳରେ ଅସହ୍ୟ ତାତି ଆଉ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଲୋକେ। ତାତିରୁ ତ୍ରାହି ତ୍ରାହି ହେଉଛନ୍ତି ରାଜ୍ୟବାସୀ। ଖରା ସାଙ୍ଗକୁ ଗରମ ଆଉ ଝାଂଜି ପବନ କଲବଲ କରୁଛି। ଠିକ ଏହି ସମୟରେ ସମସ୍ତଙ୍କ ପାଇଁ ଆସିଛି ଏକ ଖୁସି ଖବର।

ଏଣିକି ପ୍ରଚଣ୍ଡ ଖରା ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନି ସାଧାରଣ ଲୋକଙ୍କୁ। ଏଭଳି ଏକ ପରିସ୍ଥିତିକୁ ନଜରରେ ରଖି ଏବେ ମାର୍କେଟକୁ ଆସିଛି ଏଭଳି ଏକ ଡିଭାଇସ। ଯାହାକି ଆପଣଙ୍କ ଶରୀରକୁ ଏକଦମ ଥଣ୍ଡା ରଖିବ ଆଉ ଗରମ ହେବନି କି ଝାଞ୍ଜି ତାତି ପାଇଁ ତ୍ରାହି ତ୍ରାହି କରିବେନି।

ଆଜ୍ଞା ହଁ ବନ୍ଧୁଗଣ ପ୍ରଚଣ୍ଡ ଗରମରୁ ରକ୍ଷା ପାଇବା ପାଇଁ ଏକ ନୂଆ ଡିଭାଇସ ଲଞ୍ଚ କରିଛି ସୋନି। ଏହି ଡିଭାଇସଟି ହେଉଛି ମଣିଷ ଶରୀରରେ ପିନ୍ଧି ପାରୁଥିବା ଏକ AC। ଯାହାର ନାମ ହେଉଛି ରୀୟଲ ପକେଟ ଫାଇପ। ଏହି ଡିଭାଇସ ଖରାଦିନେ ହାତରେ ଧରାଯାଉଥିବା ଫ୍ୟାନର ଏକ ନୂତନ ବିକଳ୍ପ। ଆପଣ ଏହାକୁ ଆପଣଙ୍କ ସାର୍ଟ କିମ୍ବା ଟିସାର୍ଟର ପଛ ଭାଗରେ ଲଗେଇ ପାରିବେ। ରୀୟଲ ପକେଟ ଫାଇପ ହେଉଛି ଏକ ବ୍ୟକ୍ତିଗତ ପରିବେଶ ନିୟନ୍ତ୍ରକ ଯାହାକି ଆପଣ ମାନେ ଯାତ୍ରା କରୁଥିବା ସମୟରେ ଏହାକୁ ବ୍ୟବହାର କରିପାରିବେ। ଏହା ଆପଣଙ୍କୁ ଥଣ୍ଡା ପ୍ରଦାନ କରିବା ସହିତ ଏକ ଥର୍ମ ମଡ୍ୟୁଜ ଏବଂ ତାପମାତ୍ରା ଆଦ୍ରତା ଓ ଗତି ପରି ସେନ୍ସର ଉପରେ ନିର୍ଭର କରିଥାଏ।।

ରୀୟଲ ପକେଟ ଫାଇପ ଉଭୟ ଥଣ୍ଡା ଏବଂ ଗରମ ଦେବା ପାଇଁ କାମ କରେ। ଏହାର ଅର୍ଥ ଆପଣ ଏହାକୁ ଉଭୟ ଗ୍ରୀଷ୍ମ ଏବଂ ଶୀତ ଋତୁରେ ବ୍ୟବହାର କରିପାରିବେ। ତେବେ ରୀୟଲ ପକେଟ ଫାଇପ ଡିଭାଇସ ମଧ୍ୟବେକ ନୂତନ ରୀୟଲ ପକେଟ ଡିଭାଇସ ଆପ ସହିତ କାମ କରେ। ଏହି ଆପ ଉଭୟ ଆଇଫୋନ ଏବଂ ଆଣ୍ଡରେଡ଼ ଫୋନ ପାଇଁ ଉପଲବ୍ଧ। ଆପଣ ଏହାକୁ ଯଥାକ୍ରମେ ଆଷ୍ଟର ଏବଂ ପ୍ଲେଷ୍ଟରରେ ଡାଉନଲୋଡ଼ କରିପାରିବେ। ଏହି ଡିଭାଇସ ବ୍ଲୁଟୁଥ ପାଇଁ ସଂଯୋଗ କରେ ଏବଂ ଏହି ଆପ ମାଧ୍ୟମରେ ଆପଣ ଥଣ୍ଡା କିମ୍ବା ଗରମର ଲେବୁଲକୁ ବୃଦ୍ଧି କିମ୍ବା ହ୍ରାସ କରିବା ପରି ମୁଖ୍ୟ କାଠି ଗୁଡିକୁ ନିୟନ୍ତ୍ରଣ କରିପାରିବେ।

ତେବେ ରୀୟଲ ପକେଟ ଫାଇପ ଡିଭାଇସ ଅଟୋ ଷ୍ଟାଟ ଏବଂ ଷ୍ଟୋକ ଫାନକ୍ସନ ମଧ୍ୟ ରହିଛି। ଏହାର ଅର୍ଥ ହେଉଛି ଯେ ଏହାକୁ ବାରମ୍ବାର ଅଫ ଏବଂ ଅନ କରିବାର କୌଣସି ଆବଶ୍ୟକତା ନାହିଁ। ଏହା ୫ ଡିଗ୍ରୀ ସେଲ୍ସିୟସରୁ ୪୦ ଡିଗ୍ରୀ ତାପମାତ୍ର ମଧ୍ୟରେ କାର୍ଯ୍ୟ କରିଥାଏ ଆଉ ଏହାର ମୂଲ୍ୟ ମଧ୍ୟ ବେସ ଶସ୍ତା। ଅଫିସିୟାଲ ପେଜ ଅନୁସାରେ ଏହି ଡିଭାଇସର ମୂଲ୍ୟ ପ୍ରାୟ ୨୦୭୯୦ ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *