ରାଜା ହସ ହସି ଡାଏଲଗ ମାରିଲେ ପ୍ରଶାନ୍ତ ଜଗଦେଵ…କାଳୁ ଖଣ୍ଡାୟତ ରାୟଙ୍କୁ କଲେ କଟାକ୍ଷ।।

କାଳୁଙ୍କୁ ଜବାବ ଦେଲେ ପ୍ରଶାନ୍ତ ଜଗଦେଵ। ନିଜ ଦଳର ବିଦ୍ରୋହକୁ କଲେ ବେଖାତିର। କହିଲେ ମୋର ନାହିଁ କେହି ପ୍ରତିଦ୍ୱନ୍ଦୀ।ଆଜ୍ଞା ହଁ ବନ୍ଧୁଗଣ କାଳୁ ଖଣ୍ଡାୟତ ରାୟଙ୍କୁ ଟିକେଟ ନଦେଇ ପ୍ରଶାନ୍ତ ଜଗଦେବଙ୍କୁ ବିଧାୟକ ପ୍ରାର୍ଥୀ କରିବା ପରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ବିଜେପିରେ ଦେଖା ଦେଇଛି ବିଦ୍ରୋହ। କାରଣ ଖୋର୍ଦ୍ଧାରୁ ବିଜେପି ପ୍ରାର୍ଥୀ ଭାବେ ଦୃଢ଼ ଦାବିଦାର କୁହାଯାଉଥିବା କାଳୁ ଖଣ୍ଡାୟତ ରାୟଙ୍କୁ ବିଜେପିରେ ଟିକେକ ନମିଳିବା ପରେ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡି ଦେଇଛନ୍ତି ଆଉ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ଲଢ଼ିବେ ବୋଲି ମଧ୍ୟ କହି ସାରିଛନ୍ତି।

ଟିକେଟ ନମିଳିବାରୁ ମଳି ପଡ଼ାରେ ସମାବେଶ କରି ଅପରାଜିତାଙ୍କ ଉପରେ ବର୍ଷିଥିଲେ କାଳୁ। ପରେ ରାଜ୍ୟ ସଭାପତି ମନମୋହନ ସାମଲ କାଳୁଙ୍କୁ ସହ ଆଲୋଚନା କରି ୪୮ ଘଂଟା ସମୟ ଦେବାକୁ କହିଥିଲେ। କିନ୍ତୁ ଏହି ସମୟ ଅବଧି ପୂରଣ ପୂର୍ବରୁ ହିଁ କାଳୁ ଖଣ୍ଡାୟତ ରାୟ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

ତେବେ ଦଳ ଛାଡିବା ସହ ଟିକେଟ ନମିଳିବା ପାଇଁ ସାଂସଦ ଅପରାଜିତା ସଡ଼ଙ୍ଗୀଙ୍କୁ ଦାୟୀ କରିଛନ୍ତି କାଳୁ। ବିଜେପି ଛାଡିବା ବେଳେ ବେସ ଭାବୁକ ହୋଇବପିଡ଼ିବା ସହ କାଳୁ କହିଛନ୍ତି କି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ତଥାପି ସେ ସ୍ୱାଧୀନ ଭାବେ ଲଢ଼ିବେ ଆଉ ଘରକୁ ଘର ବୁଲି ଲୋକଙ୍କୁ କାନି ପାତି ଭୋଟ ମାଗିବେ। ଆଉ ଅପରାଜିତା ସଡ଼ଙ୍ଗୀଙ୍କୁ ହରାଇବା ସହ ଖୋର୍ଦ୍ଧା ଏବଂ ଭୁବନେଶ୍ୱର ରାଜନୀତିରୁ ବିଦାୟ ଦେବେ ବୋଲି କହିଛନ୍ତି କାଳୁ।

ସେପଟେ କାଳୁ ଖଣ୍ଡାୟତ ରାୟଙ୍କ ଦଳ ଛାଡିବା ଏବଂ ତାଙ୍କ ସମର୍ଥକ ମାନେ ବିଦ୍ରୋହ କରିବା କଥାକୁ ବେଖାତିର କରିଛନ୍ତି ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ଜଗଦେଵ। ନିଜକୁ ପାଇକ ପୁଅ ବୋଲି କହିବା ସହ ସେ ହାଇସ୍କୁଲରେ ପଢ଼ୁଥିବା ବେଳେ ମନିଟର ହେବାରୁ ହିଁ ରାଜନୀତି ଆରମ୍ଭ କରିଥିବା କହିଛନ୍ତି ପ୍ରଶାନ୍ତ।ଚଳଚିତ୍ର ଡାଇଲଗ ଶୈଳୀରେ ସେ କହିଛନ୍ତି କି ରାଜନୀତିର ଅନ୍ୟ ନାଁ ବିଦ୍ରୋହ। ଆଉ ବିଦ୍ରୋହ ଭିତରୁ ଯିଏ ଜନ୍ମ ନିଏ ସେ ପ୍ରଶାନ୍ତ ଜଗଦେଵ।

ଖାଲି ସେତିକି ନୁହେଁ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ତାଙ୍କର କେହି ପ୍ରତିଦ୍ୱନ୍ଦୀ ନାହାଁନ୍ତି ବୋଲି ମଧ୍ୟ ହସି ହସି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେଵ। ସେ ଆଜି ବହୁତ ଆଗରେ ଅଛନ୍ତି ଆଉ ତାଙ୍କୁ ବିରୋଧ କରୁଥିବା ଲୋକ ତାଙ୍କ ଠାରୁ ବହୁତ ପଛରେ ଅଛନ୍ତି। ତାଙ୍କ ଜାଗାରେ ପହଁଚିବା ପାଇଁ ବହୁତ ସମୟ ଲାଗିବ ବୋଲି କାଳୁ ଖଣ୍ଡାୟତ ରାୟଙ୍କୁ ଆକ୍ଷେପ କରି କହିଛନ୍ତି ପ୍ରଶାନ୍ତ।ତେବେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଦୁର୍ଘ ବର୍ଷ ଧରି ସଙ୍ଗଠନ କରି ଆସିଥିବା କାଳୁ ଖଣ୍ଡାୟତ ରାୟଙ୍କ ଦଳ ଛାଡିବା ପରେ ଏଠାରେ ବିଜେପିର ଭୋଟ ବ୍ୟାଙ୍କ ଉପରେ କିଛି ପ୍ରଭାବ ପଡୁଛି କି ନାହିଁ ତାହା ଜାଣିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *