ମୋ ମାର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି, ଆପଣ ମାନେ ସାହାଯ୍ୟ କଲେ ମୋ ମା ବଞ୍ଚି ଯିବ…

ଏକ ସାଧାରଣ ପରିବାର ଆଉ ସାଧାରଣ ବୋହୂଟିଏ ଚିନ୍ମୟୀ । ବର୍ଷକ ତଳେ ଡାକ୍ତର କହିଥିଲେ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇ ଯାଇଛି । ଆଉ ଏପରି କଥା ଶୁଣିବା ପରେ ତାଙ୍କର ପାଦ ତଳୁ ମାଟି ଖସି ଯାଇଥିଲା । ଏତେ କମ୍ ବୟସରେ ହଠାତ୍ ଏପରି କଥା ଶୁଣି ତାଙ୍କ ପରିବାର ଲୋକ ମଧ୍ୟ ସହି ପାରି ନଥିଲେ । ଏକ ମଧ୍ୟମ ପରିବାରର ଚିନ୍ମୟୀଙ୍କ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଲାଗିବ ବୋଲି ଡାକ୍ତର କହି ଦେଇଥିଲେ ।

ଏପରିକି ଯଦି ତାଙ୍କ କିଡନୀ ସ୍ଥାନାନ୍ତରଣ କରାଯିବ ତେବେ ଯାଇ ଚିନ୍ମୟୀ ଭଲ ହୋଇଯିବେ ବୋଲି ଡାକ୍ତର କହିଥିଲେ । ତେବେ ଏହାପରେ ତାଙ୍କ ସ୍ଵାମୀ କଣ କରିବେ ବୋଲି ଭାବି ପାରି ନଥିଲେ । ବର୍ତ୍ତମାନ ସମୟରେ ତାଙ୍କ ପାଖରେ ଯାହା ଟଙ୍କା ଥିଲା , ସେ ସବୁ ସରି ଗଲାଣି ତେଣୁ ସେ ସାରା ଓଡିଶାବାସୀଙ୍କୁ ହାତ ଯୋଡ଼ି ସାହାଯ୍ୟ କରିବା ପାଇଁ କହିଛନ୍ତି ।

ତେବେ ଆମେ କହୁଛୁ ଭୁବନେଶ୍ଵରର ସେହି ସ୍ଵାମୀ ଆଉ ସ୍ତ୍ରୀଙ୍କ ବିଷୟରେ । ଚିନ୍ମୟୀ ଏବଂ ଭାସ୍କର ସ୍ଵାମୀ ସ୍ତ୍ରୀ । ତିନି ଚାରି ବର୍ଷ ପୂର୍ବରୁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ସମୟରେ ତାଙ୍କର ଏକ ପୁଅ ମଧ୍ୟ ରହିଛି । ପରିବାର କହିଲେ ସ୍ଵାମୀ ସ୍ତ୍ରୀ ଏବଂ ତାଙ୍କ ପୁଅ ଏବଂ ଶାଶୁ ଶଶୁର । ଘରେ ଏକ ମାତ୍ର ରୋଜଗାରିଆ ପୁଅ ଭାସ୍କର । ମାତ୍ର ୮ ହଜାର ଟଙ୍କା ମାସକୁ ତାଙ୍କର ଦରମା ।

ସେହି ଟଙ୍କାରେ କିପରି ନିଜ ସ୍ତ୍ରୀର ଚିକିତ୍ସା କରିବେ , ସେ କଥା ଜାଣି ପାରି ନଥିଲେ । ଆଉ କଣ କରିବେ ବୋଲି ଭାବି ପାରି ନଥିଲେ । ତେବେ ବର୍ତ୍ତମାନ ସମୟରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଆଉ ତାଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଅନେକ ଟଙ୍କା ମଧ୍ୟ ଯୋଗାଡ ହୋଇ ସାରିଲାଣି । ଆଉ ଚିନ୍ମୟୀଙ୍କର ଚିକିତ୍ସା ମଧ୍ୟ ଚାଲିବ ।

ରୋଗ ସମ୍ପର୍କରେ କହି ଚିନ୍ମୟୀ କହିଛନ୍ତି କି , ତାଙ୍କ ଜୀବନରେ ଏତେ ବାସ୍ ଝଡ ଆସିବ ବୋଲି ଜାଣି ନଥିଲେ । ହଠାତ୍ ଆସିଥିଲା ତାଙ୍କର ଏପରି ସମୟ , ଯେଉଁଥିରେ ସେ ପୂରାପୁରି ଭାଙ୍ଗି ଯାଇଥିଲେ । କିଛି ନଥିଲା କିନ୍ତୁ ଦିନେ ତାଙ୍କୁ ହଠାତ୍ ବାନ୍ତି ହୋଇଥିଲା । ଯାହା ପରେ ସେ କିଛି ବି ଜାଣି ପାରି ନଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କୁ ଅଧିକ ବାନ୍ତି ହେବାରେ ଲାଗିଲା ଆଉ ସେଥିପାଇଁ ସେ ଭୟଭୀତ ହୋଇ ଯାଇଥିଲେ ଆଉ ଡାକ୍ତର ପାଖକୁ ଯାଇଥିଲେ ।

ତେବେ ସବୁ ପରୀକ୍ଷା କରାଇ ଦେଖିଲା ବେଳକୁ ଜଣା ପଡ଼ିଥିଲା କି , ତାଙ୍କ କିଡନୀ ଦୁଇଟି ଯାକ ଖରାପ ହୋଇ ଯାଇଛି ଆଉ ସେଥିପାଇଁ ଡାଏଲିସିସ କରିବାକୁ ପଡ଼ିବ । ଏହାପରେ ପ୍ରତି ମାସରେ ତାଙ୍କ
ଡାଏଲିସିସ ଚାଲିଛି । ଆଉ ଯଦି ତାଙ୍କୁ ବଞ୍ଚାଇବା ପାଇଁ ଚାହୁଁଛନ୍ତି ତେବେ ତାଙ୍କର କିଡନୀ ସ୍ଥାନାନ୍ତରଣ କରିବାକୁ ପଡ଼ିବ ବୋଲି କୁହାଯାଇଛି ।

ତେଣୁ ବର୍ତ୍ତମାନ ସମୟରେ ତାଙ୍କ ପରିବାର ଲୋକ ଓଡ଼ିଶା ବାସୀଙ୍କ ନିକଟରେ ସାହାଯ୍ୟର ହାତ ବଢାଇଛନ୍ତି । ତାଙ୍କୁ ସାହାଯ୍ୟ କଲେ ଚିନ୍ମୟୀ ବଞ୍ଚି ଯାଇପାରିବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ସମୟରେ ଅନେକ ଲୋକ ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଘରକୁ ମଧ୍ୟ ପହଞ୍ଚି ଯାଇଛନ୍ତି ଆଉ ତାଙ୍କୁ ସାହାଯ୍ୟ କରିବେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବା ପରେ ତାଙ୍କ ପରିବାର ଲୋକଙ୍କ ମୁଁହରେ ହସ ଟିକିଏ ଫୁଟିଛି ।

ତାଙ୍କ ବୋହୂ ଜଲଦି ଭଲ ହୋଇଯିବେ ବୋଲି ସେମାନେ ସ୍ବପ୍ନ ଦେଖିଛନ୍ତି ଆଉ ତାଙ୍କ ଘର ପୁଣିଥରେ ହସ ଖୁସିରେ ଭରି ଉଠିବ । ତେବେ ଜଣାପଡିଛି କି , ବର୍ତ୍ତମାନ କିଡନୀ ଦେବା ପାଇଁ ତାଙ୍କ ଘରର ଲୋକଙ୍କ ରକ୍ତ ପଠାଇ ଦିଆଯାଇଛି । ଯାହାଙ୍କ ସହିତ ମିଶିବ ସେ ହିଁ ତାଙ୍କୁ କିଡନୀ ଦେବେ ବୋଲି କୁହାଯାଇଛି । ତେବେ ଆପଣ ଯେତେ ପାରୁଛନ୍ତି ଚିନ୍ମୟୀଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢନ୍ତୁ ।

Leave a Reply

Your email address will not be published. Required fields are marked *