ମା’ ଫେରିବାକୁ ବିଳମ୍ବ ହେବାରୁ କାନ୍ଦି କାନ୍ଦି ଖୋଜିବାକୁ ଦୌଡ଼ି ଗଲା ଝିଅ । ଡ୍ୟାମରେ ଭାସୁଥିଲା ମା’ର ଶବ ।

ଏଭଳି ଘଟଣା ବହୁତ ଦୁଃଖ ଦେଇଥାଏ ଯେତେବେଳେ ଶୁଣିବାକୁ ମିଳେ ଯେ ଡ୍ୟାମକୁ ଗାଧେଇବାକୁ ଯାଇ ଡ୍ୟାମ ପାଣିରେ ବୁଡ଼ି ମା’ର ମୃତ୍ୟୁ ହୋଇ ଯାଇଛି । କେଉଁ ପିଲାବି ଏଭଳି ଘଟଣାକୁ ସହଜରେ ଗ୍ରହଣ କରି ପାରିବ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଏହିଭଳି ଏକ ଘଟଣା ମୟୁରଭଞ୍ଜରୁ ସାମ୍ନାକୁ ଆସିଛି । ଯେଉଁଠି ଜଣେ ମହିଳା ଡ୍ୟାମ ପାଣିରେ ବୁଡ଼ି ଯାଇଛନ୍ତି ଏବଂ ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇ ଯାଇଛି । ଏଭଳି ଏକ ଘଟଣା ଘଟିଛି ହାଣ୍ଡିଫୁଟା ଗ୍ରାମରେ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ରବିବାର ଦିନ ଅପରାହ୍ନ ସମୟରେ ଏଭଳି କିଛି ଘଟଣା ଘଟି ଯାଇଛି ।

କପ୍ତିପଦା ଥାନା ଅନ୍ତର୍ଗତ ଅଶନବଣୀ ନିକଟସ୍ଥ ହାଣ୍ଡିଫଟା ଗ୍ରାମର ନିତ୍ୟାନନ୍ଦ ସେନାପତିଙ୍କ ୩୫ ବର୍ଷୀୟ ପତ୍ନୀ ରସବତୀ ସେନାପତି ସବୁଦିନ ଭଳି ଅପରାହ୍ନ ସମୟରେ ନିକଟସ୍ଥ କାଳଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ସେ ଡ୍ୟାମ ପାଣିରେ ଗାଧୋଉଥିବାର କିଛି ପ୍ରତ୍ୟକ୍ଷଦର୍ଶୀ ଦେଖିଥିଲେ । କିନ୍ତୁ ରସବତୀ ହଠାତ ଡ୍ୟାମ ପାଣିରେ ବୁଡ଼ି ଯାଇଥିଲେ । ରସବତୀଙ୍କର ୧୮ ବର୍ଷୀୟ ଝିଅଟିଏ ଅଛି ଯିଏକି ମା’କୁ ଝୁରି ଝୁରି କାନ୍ଦୁଛି । ମା’ଙ୍କର ଯେତେବେଳେ ଫେରିବାକୁ ବିଳମ୍ବ ହେଲା ସେତେବେଳେ ଝିଅ ବ୍ୟସ୍ତ ହୋଇ ମା’କୁ ଖୋଜିବାକୁ ଡ୍ୟାମ ପାଖକୁ ଗଲା ।

ଅଧା ବାଟରେ ଗାଁ ଲୋକେ କହିଲେ ଯେ ତାର ମା’ କୁଆଡ଼େ ଡ୍ୟାମ ପାଣିରେ ବୁଡ଼ି ମରି ଯାଇଛି । ସେଠାରେ ଯାଇ ଝିଅ ଯାହା ଦେଖିଲା ତାର ପାଦ ତଳୁ ମାଟି ଖସିଗଲା । କିଛି ସମୟ ଆଗରୁ ଯେଉଁ ମା’ ତାକୁ କହି ଡ୍ୟାମକୁ ଗାଧୋଇବାକୁ ଯାଇଥିଲା ସେତେବେଳେ ସେ ଆଉ ନଥିଲା । ଯାହାକୁ ଝିଅ ବିଶ୍ୱାସ କରିପାରି ନଥିଲା । କାନ୍ଦି କାନ୍ଦି ଝିଅଟି ଚିତ୍କାର କରି ଦୌଡ଼ି ଯାଇଥିଲା ।

ପରେ ଗାଁ ଲୋକେ ଏବଂ ରସବତୀଙ୍କ ଘର ଲୋକେ ଘଟଣା ସ୍ଥଳରେ ପହଞ୍ଚି ରସବତୀଙ୍କୁ ଡ୍ୟାମ ପାଣିରୁ ଉଦ୍ଧାର କରିଥିଲେ । ପରିବାର ଲୋକେ ତାଙ୍କୁ ପ୍ରଥମେ ଅଟୋ ସାହାଯ୍ୟରେ ଉଦଳା ମେଡିକାଲକୁ ନେଇଥିଲେ କିନ୍ତୁ କାର୍ଯ୍ୟରତ ଡାକ୍ତର ରସବତୀଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ଉଦଳା ମେଡିକାଲର ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ଦେଇଥିଲେ ।

ଏପଟେ ପୋଲିସ ଉଦଳା ମେଡିକାଲରେ ପହଞ୍ଚି ଶବ ଜବତ କରି ମୃତ୍ୟୁର ତଦନ୍ତ ଆରମ୍ଭ କରିଛି । କିନ୍ତି ରସବତୀଙ୍କ ପରିବାର ଲୋକେ ବର୍ତ୍ତମାନ ରସବତୀଙ୍କ ମୃତ୍ୟୁରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଆଖି ଆଗରେ ଏଇ କିଛି ମୁହୂର୍ତ୍ତ ପୂର୍ବରୁ ହସ ଖସିରେ ଚଲା ବୁଲା କରୁଥିବା ମଣିଷ ଯଦି ନିମିଷକେ ମୃତ୍ୟୁ ବରଣ କରେ ତେବେ ତାଠାରୁ ଦୁଃଖଦ କଥା ଆଉ କଣ ହୋଇପାରେ । ବାସ୍ତବରେ କାଳ ଡ୍ୟାମରେ ତାଙ୍କର ଅକାଳ ମୃତ୍ୟୁ ହେଲା ।

Leave a Reply

Your email address will not be published. Required fields are marked *