ସ୍ବାମୀଙ୍କୁ ଛାଡି ପର ପୁରୁଷ ସହିତ ପଳାଇଥିଲା, ପ୍ରେମିକ ଛାଡି ଦେବା ପରେ ଧାରଣାରେ ମହିଳା….

ପ୍ରେମ ଭାରି ଅଜବ ଜିନିଷ । କାହା ପାଇଁ ଏହା ଭଲ ତ ଆଉ କାହା ପାଇଁ ପୁରାପୁରି ଖରାପ । କାହା ଜୀବନକୁ ଏହା ଫୁଲର ବେଶରେ ସଜାଇ ଦେଇଯାଏ ତ ଆଉ କାହାର ଜୀବନରେ ଭରି ଦେଇଥାଏ କଣ୍ଟା । ତେବେ ପ୍ରେମ କେତେବେଳେ କାହା ଜୀବନରେ କଣ ପରିବର୍ତ୍ତନ କରିଦିଏ , ସେ କଥା ତ କେବଳ ସମୟ ଆଉ ପ୍ରେମ କରିଥିବା ଲୋକ ଜାଣିଥାଆନ୍ତି ।

ତେବେ ଏପରି ମଧ୍ୟରେ ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ନିଜ ପ୍ରେମକୁ ପୁଣି ଥରେ ଫେରି ପାଇବା ପାଇଁ ଧାରଣା ଦେଇ ଗାଆଁ ଦାଣ୍ଡରେ ବସିଛନ୍ତି । ତେବେ ଆଜ୍ଞା ହଁ ଏ ଘଟଣା ବିଷୟରେ ଆପଣ ଆଗରୁ ଶୁଣି ସାରିଥିବେ । ମହିଳା ଜଣକ ନ୍ୟାୟ ନ ପାଇଲା ପର୍ଯ୍ୟନ୍ତ ସେଠାରୁ ଉଠିବେ ନାହିଁ ବୋଲି କହି ଚାଲିଛନ୍ତି।

ତେବେ ଏପରି କିଛି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ଜଗତସିଂହପୁର ଜିଲ୍ଲାର ଜଣେ ବିବାହିତ ବ୍ୟକ୍ତିଙ୍କ ସହିତ ଭଦ୍ରକ ଜିଲ୍ଲାର ଜଣେ ମହିଳା ସୁଇଟ ସ୍ୱପ୍ନାଙ୍କର ରଙ୍ଗ ନମ୍ୱରରୁ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ସୁଇଟ ନିଜେ ମଧ୍ୟ ବିବାହିତା ଥିଲେ । କିନ୍ତୁ ଏହାପରେ ବି ତାଙ୍କୁ ପ୍ରେମ ଏତେ ବାୟା କରି ଦେଇଥିଲା କି , ଆଉ ସେ ରହି ପାରି ନଥିଲେ ।

ଖାଇବା , ପିଇବା ଆଉ କାମ କରିବା ବେଳେ ସେହି ବ୍ୟକ୍ତିଙ୍କ କଥା ଭାବିବାକୁ ଲାଗିଥିଲେ । ଆଉ ଏପରି ଏକ ସମୟ ଆସିଥିଲା କି , ସୁଇଟ ନିଜ ସ୍ଵାମୀ ଏବଂ ପରିବାର କଥା ଭୁଲି ଯାଇ ଧ୍ୟାଇଁ ଆସିଥିଲେ ଜଗତସିଂହପୁରରେ ରହୁଥିବା ପ୍ରେମିକ ସୌଭାଗ୍ୟଙ୍କ ପାଖକୁ । ତେବେ ଏହାପରେ ସୌଭାଗ୍ୟ ତାଙ୍କୁ ନେଇ ପୁନେ ଚାଲି ଯାଇଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଶାରୀରିକ ସଂପର୍କ । ଆଉ ଅନେକ ଥର ସେମାନେ ସମ୍ପର୍କ ରଖି ଚାଲିଥିଲେ ।

କିନ୍ତୁ ଏହାରି ମଧ୍ୟରେ କେବେ ବି ସୌଭାଗ୍ୟ ତାଙ୍କୁ ନିଜେ ବିବାହିତ ଥିବା କଥା କହି ନଥିଲେ । ସବୁବେଳେ ସେ ସ୍ୱପ୍ନାଙ୍କୁ କହି ଚାଲିଥିଲେ କି , ଗାଁକୁ ଗଲେ ବିବାହ କରିବା। ଆଉ ଏହା ମଧ୍ୟରେ କୋର୍ଟ ମ୍ୟାରେଜ କରିବା କଥା କହିବାରୁ ମନ୍ଦିରରେ ଯାଇ ତାଙ୍କ ମଥାରେ ସିନ୍ଦୂର ଦେଇ ଦେଇଥିଲେ ସୌଭାଗ୍ୟ । ଆଉ ଏପରି କଥାକୁ ବିଶ୍ବାସ କରି ରହି ଯାଇଥିଲେ ସ୍ୱପ୍ନା । ପ୍ରେମ ପ୍ରତି ତାଙ୍କର ଏତେ ବିଶ୍ୱାସ ଥିଲା ଯେ , ସେଥିପାଇଁ ତାଙ୍କୁ ବର୍ତ୍ତମାନ ସମୟରେ ଏପରି ଦିନ ଦେଖିବାକୁ ପଡୁଛି ।

ତେବେ ଧୀରେ ଧିରେ ଗାଁକୁ ଆସିବା କଥା ପଡିବାରୁ ସୌଭାଗ୍ୟ ଏବଂ ସ୍ୱପ୍ନା ଦୁହେଁ ଗାଁକୁ ଫେରିବା ପାଇଁ ପ୍ରସ୍ତୁତ ହୋଇ ଯାଇଥିଲେ ଆଉ ଟ୍ରେନ ମାଧ୍ୟମରେ ଘରକୁ ଫେରିଥିଲେ କିନ୍ତୁ କଟକ ପାଖରେ ପହଞ୍ଚିବା ବେଳକୁ ସୌଭାଗ୍ୟ ତାଙ୍କୁ କହିଥିଲେ କି , ତୁମେ ଘରକୁ ଯାଅ ମୁଁ ତୁମକୁ ବିବାହ କରିବା ପାଇଁ ଡାକିବି । ଆଉ ଏହାପରେ ସ୍ୱପ୍ନା ମଧ୍ୟ ତାହା କରିଥିଲେ । ତାଙ୍କ କଥା ମାନି ନେଇ ଗାଁକୁ ଚାଲି ଯାଇଥିଲେ ।

ତେବେ ବର୍ତ୍ତମାନ ସମୟରେ ସ୍ୱପ୍ନା ସନ୍ଦେହ କରି ଆସି ପହଞ୍ଚି ଯାଇଛନ୍ତି ସୌଭାଗ୍ୟଙ୍କ ଗାଆଁରେ । କାହିଁକି ନା ସେ ତାଙ୍କ ଫୋନ୍ ଉଠାଇ ନଥିଲେ । ତେବେ ଗାଆଁରେ ଆସି ପହଁଚି ଦେଖିଲା ବେଳକୁ ସୌଭାଗ୍ୟ ଘରେ ନାହାଁନ୍ତି । ଆଉ ସେ ଦୁଇ ବର୍ଷ ଆଗରୁ ନିଜ ଗାଁର ପ୍ରେମିକାକୁ ମଧ୍ୟ ବିବାହ କରିଛନ୍ତି । ଆଉ ବର୍ତ୍ତମାନ ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ଯାଇ ପୁନେ ପଳାଇ ଯାଇଛନ୍ତି ।

ତେବେ ଏହା ଶୁଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଜୀବନରେ ଏତେ ବଡ଼ ଧୋକା ତାଙ୍କୁ ମିଳିବ ବୋଲି ସେ ବିଶ୍ୱାସ କରି ନଥିଲେ । ଏହା ପରେ ସେ ଧାରଣା ଦେଇ ତାଙ୍କ ଘର ଆଗରେ ବସି ଯାଇଛନ୍ତି । ଆଉ ସୌଭାଗ୍ୟଙ୍କୁ ଫୋନ୍ କରି ଘରକୁ ଡକାଇଛନ୍ତି । ସୌଭାଗ୍ୟ ଆସିଲେ ସବୁ କଥାର ଫଇସଲା ହେବ ବୋଲି ସେ କହିଛନ୍ତି । ତାଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ନେଇ ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *