ଲୁଚିକି ଦ୍ୱିତୀୟ ବିବାହ କରୁଥିଲା ସ୍ୱାମୀ, ଧରିଦେଲା ସ୍ତ୍ରୀ। ଆଉ ତା’ପରେ…

ଓଡ଼ିଶାରେ ସ୍ୱାମୀ ପୁଣି ବାହା ହେଉଥିଲା। କୋଲକତାରୁ ଦୌଡ଼ି ଆସିଲା ପ୍ରଥମ ସ୍ତ୍ରୀ। ବେଦୀରେ ସ୍ତ୍ରୀ ଭାଙ୍ଗିଦେଲା ସ୍ୱାମୀର ବାହାଘର। ଆଶ୍ଚର୍ଯ୍ୟ ପୁରୋହିତ। କାନ୍ଦି ପକାଇଲା କନ୍ୟା। ହାତ ଗଣ୍ଠି ହେଲା ସ୍ୱାମୀର ତଣ୍ଟି। ଆଜି ଯେମିତି ରାଗିଥିଲା ସ୍ତ୍ରୀ ଇଏ କେମିତିକା ସ୍ୱାମୀ। ପ୍ରଥମେ ବାହା ହୋଇଥିଲା ଜୀବନ ସାରା ସାଥୀରେ ରହିବ ବୋଲି କଥା ଦେଇଥିଲା। ହେଲେ ଏପଟେ ଆସି ଲୁଚି ଲୁଚି ଆଉ ଜଣଙ୍କୁ ବାହା ହେଉଥିଲା। ପହଁଚିଗଲା ସ୍ତ୍ରୀ ଆଉ ଫିଟାଇଦେଲା ସ୍ୱାମୀର ଏଭଳି ହାତଗଣ୍ଠି। ବେଦୀ ଉପରେ ଭାଙ୍ଗି ଦେଲା ବାହାଘର।

ହଁ ଆଜ୍ଞା ପ୍ରଥମ ସ୍ତ୍ରୀକୁ ଜଣେ ଫୋନ କରି କହିଥିଲା। ଭାଉଜ ଭାଇନା କ’ଣ ଆଉ ଥରେ ବାହା ହେଉଛନ୍ତି। ଆଉ ଏକଥା ଶୁଣି ଡେରି ନକରି ତୁରନ୍ତ ପ୍ରଥମ ସ୍ତ୍ରୀ ଦୌଡ଼ି ଆସିଲା। ଆଉ ବେଦୀ ପାଖରେ ପହଁଚି ଏଭଳି ବାହାଘର ଭାଙ୍ଗିଦେଇଛି। ହଁ ଆଜ୍ଞା ଚାଲିଥିଲା ବାହାଘର ଆଉ ମାତ୍ର କିଛି ମିନିଟ ଯାଇଥିଲେ ବାହାଘର ଶେଷ ହୋଇଯାଇଥାନ୍ତା। କିନ୍ତୁ ସ୍ତ୍ରୀ ଠିକ ସମୟରେ ପହଁଚି ହାତ ଗଣ୍ଠି ଫିଟାଇ ଦେଲା।

କୋଲକତାରେ ରୋମା ସ୍ୱାଇଁଙ୍କୁ ପ୍ରଥମେ ୨୦୧୩ ମସିହାରେ ପ୍ରେମ କରି ବିବାହ କରିଥିଲେ। ଆଉ କିଛି ବର୍ଷ ରହିବା ପରେ ୨୦୧୯ ମସିହା ଠାରୁ ରାଜେନ୍ଦ୍ର ରୋମାଙ୍କୁ ଛାଡି ଦେଇ ଧରା ଛୁଆଁ ଦେଉନଥିଲେ। କୁଆଡେ ଇଣ୍ଟରେଷ୍ଟ କମି ଯାଇଥିଲା। ଆଉ ଏପଟେ ଆଉ ଜଣଙ୍କୁ ବାହା ହେବା ପାଇଁ ମନ ଭିତରେ ଇଣ୍ଟରେଷ୍ଟ ବଢି ଯାଇଥିଲା। ଆଉ ଏଇ ଇଣ୍ଟରେଷ୍ଟ ଯୋଗୁ ବେଦୀ ଉପରେ ବାହା ହେବାକୁ ନିଷ୍ପତ୍ତି ନେଇ ଏଭଳି ବାହା ହେଉଥିଲେ। ଆଉ ଠିକ ସମୟରେ ପହଁଚିଗଲା ସ୍ତ୍ରୀ।

ପ୍ରଥମ ସ୍ତ୍ରୀକୁ ନଜଣାଇ ଦ୍ୱିତୀୟ ବିବାହ ଭୁବନେଶ୍ୱରରେ ରାଧାକୃଷ୍ଣ ମନ୍ଦିରରେ କରୁଥିଲେ। ଆଉ ସେପଟେ ସିଧା କୋଲକତାରୁ ଆସି ଭୁବନେଶ୍ୱରରେ ରୋମା ପିହଁଚି ଯାଇଥିଲା। ଆଉ ମାନବଅଧିକାର ମହିଳା କର୍ମୀଙ୍କ ସହଯୋଗରେ ଜିତେନ୍ଦ୍ର ଦ୍ଵିତୀୟ ବିବାହ କରୁଥିବାର ଖବର ପାଇ ସିଧା ବାହା ବେଦିରେ ପହଁଚି ବିବାହକୁ ବନ୍ଦ କରିବାକୁ କହିଥିଲା। ଆଉ ହାତଗଣ୍ଠି ସ୍ୱାମୀର ଏଭଳି ଫିଟାଇଥିଲା।

ଏହା ପରେ କ୍ୟାପିଟାଲ ପୋଲିସକୁ ଖବର ଦେବା ପରେ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ସ୍ୱାମୀ ଜିତେନ୍ଦ୍ରଙ୍କୁ ଉଠାଇ ଆଣିଛି ପୋଲିସ। ବର୍ତ୍ତମାନ ବର ଜିତେନ୍ଦ୍ରଙ୍କୁ କ୍ୟାପିଟାଲ ପୋଲିସ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି।ତେବେ ବିବାହ ସମୟରେ ସବୁ ଡକ୍ୟୁମେଣ୍ଟକୁ ପ୍ରଥମ ସ୍ତ୍ରୀ ପୋଲିସକୁ ଦେଇଛି। ଆଉ କହିଛି ମୁଁ ହେଉଛି ପ୍ରଥମ ସ୍ତ୍ରୀ। ମୁଁ ଥାଉ ଥାଉ ଇଏ ବାହାହେଉଥିଲା। ମୋତେ ଏତେ ନ୍ୟାୟ ଦିଅନ୍ତୁ।

Leave a Reply

Your email address will not be published. Required fields are marked *