ଜମିବାଡ଼ି ପାଇଁ ବାପା ଦାଦା ଲାଗିଲେ କଳି, ରାଗରେ ମରିଗଲେ ଦୁଇ ଭାଇ ଭଉଣୀ। କାନ୍ଦୁଛି ସାରା ଗାଁ…

ଦାଦା ପୁଅ ଜୀବନ ହାରିବାର ଦେଖି ଦୌଡ଼ିଗଲା ବଡ଼ ବାପାର ଝିଅ। ଆଉ ସେ ବି ଜୀବନ ହାରିଦେଲା। ଭାଇ ଭଉଣୀ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ। ହେଲେ ପାରିବାରିକ କଳହ ସିନା ଏମିତି ଲାଗିଲା କେହି ବୁଝି ପାରିଲେନି ଭାଇ ଭଉଣୀର ଦୁଃଖ। ସେପଟେ ସାନ ଦାଦାଙ୍କର ପୁଅ ଜୀବନ ହାରିଦେଲା। ଆଉ ତାକୁ ଦେଖିଲା ପରେ କିଛି ସମୟ ପରେ ବଡ଼ ବାପାଙ୍କ ଝିଅ ମଧ୍ୟ ଘରେ କବାଟ ବନ୍ଦ କରି ଜୀବନ ହାରିଦେଲା। ଏବେ ସମସ୍ତେ ମୁଣ୍ଡ ପିଟି କାନ୍ଦୁଛନ୍ତି। ହେଲେ ଆଉ କ’ଣ ସେମାନେ ଫେରିବେ।

ହଁ ଆଜ୍ଞା ଜମିବାଡ଼ି ବିବାଦକୁ ନେଇ ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ପରିବାରର ଦୁଇ ଜଣ ଜୀବନ ହାରିଦେଲେ। ପ୍ରଥମେ ଭାଇ ପରେ ଭଉଣୀ ଜୀବନ ହାରିଦେଲେ। ଶୁକ୍ରବାର ଦିନ ସକାଳେ ସମୟରେ ଭଦ୍ରକ ଜିଲ୍ଲା ଧୁସରି ଥାନା ଅନ୍ତର୍ଗତ କୋଠାରି ଗ୍ରାମର ବିଦ୍ୟାଧର ବେହେରାଙ୍କର ବଡ଼ ପୁଅ ସନନ୍ତାନ ବେହେରା ଯାହାଙ୍କ ବୟସ ୨୨ ବର୍ଷ ହେବ। ପ୍ରଥମେ ସେ ଜୀବନ ହାରିଦେଲେ ଘର ଭିତରେ।

ତେବେ ସେ ଜମିବାଡ଼ି କାରଣରୁ ଜୀବନ ହାରି ଦେଇଥିବା କଥା କୁହାଯାଉଛି। ହେଲେ ଯୁବକ ଜଣକ ଅନ୍ୟ ରାଜ୍ୟରେ ରହି କାମ କରି ଘରକୁ ଟଙ୍କା ପଠାଉଥିଲେ। ତେବେ ଆଜି ତାଙ୍କର ଚାଳ ଘରଟି ଛଣ ଛପର ଚାଲିଥିବା ବେଳେ ବଡ଼ ବାପାଙ୍କ ଘର ସହିତ ଲାଗିଥିଲା ଜମିବାଡିକୁ ନେଇ ଭାଗ ବଣ୍ଟାର କଳହ। ଏହାକୁ ଆଧାର କରି ସନାନ୍ତନ ସେଇ ଘର ଭିତରେ ଜୀବନ ହାରିଦେଲେ।

ଆଉ ତାଙ୍କୁ ସେପଟେ ପୋଷ୍ଟମଟମ ପାଇଁ ମେଡିକାଲ ନିଆଯାଇଥିଲା। ଆଉ ଠିକ ସେହି ସମୟରେ ଏପଟେ ବଡ଼ ବାପାଙ୍କ ଝିଅ ଏମିତି କଳହ ଭିତରେ ଏଇ ଦୁଇ ଭାଇ ଭଉଣୀ ବଳି ପଡିଗଲେ। ସବୁଦିନ ପାଇଁ ଜୀବନ ହାରିଦେଲେ। ତେବେ ଉଭୟ ଶବକୁ ଧୂସୁରି ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *