ରାମଲାଲାଙ୍କୁ ମୁଣ୍ଡିଆ ମାରୁଥିଲେ ଉଡ଼ିଗଲା ପ୍ରାଣ, ତୀର୍ଥ ଯାତ୍ରା ପାଲଟି ଗଲା ଶେଷ ଯାତ୍ରା।

ଯାଇଥିଲେ ଅଯୋଧ୍ୟା ଧାମ ପହଁଚିଗଲେ ସ୍ମଶାନରେ। ରାମ ରାମଲାଲାଙ୍କର ଦର୍ଶନ କରିବାର ଯାତ୍ରା ପାଲଟି ଗଲା ଶେଷ ଯାତ୍ରା। ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବାକୁ ଯାଇ ଗାଁ ମଶାଣିରେ ଜଳିଲା ଭକ୍ତଙ୍କର ଜୁଇ। ସବୁ ଅପେକ୍ଷାର ଅନ୍ତ ଘଟିଥିଲା ଆଉ ଶେଷରେ ଅଯୋଧ୍ୟା ଧାମ ଯାଇ ରାମଲାଲାଙ୍କ ଦର୍ଶନର ସୁଯୋଗ ମଧ୍ୟ ମିଳିଥିଲା। ରାମଲାଲାଙ୍କର ସେହି ଦିବ୍ୟ ରୂପ ଦେଖୁ ଦେଖୁ ଆଖିରୁ ଝରି ପଡିଥିଲା ଧାର ଧାର ଲୁହ। ଦୁଇ ହାତକୁ ଟେକି ନିଜକୁ ଭଗବାନଙ୍କ ପାଖରେ ସମର୍ପି ଦେଇଥିଲେ ଭକ୍ତ। ପାଟିରେ ରାମ ନାମ ଜପୁଥିବା ବେଳେ ସେଇ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଆଶିଷ ଟିକେ ପାଇବା ପାଇଁ ଯେତେବେଳେ ରାମଲାଲାଙ୍କର ପାଦ ଛୁଇଁ ଦେଲେ ସେଇଠି ହିଁ ଉଡିଯାଇଥିଲା ପ୍ରାଣ।

ରାମଲାଲାଙ୍କର ସେଇ ସୁନ୍ଦର କମନୀୟ ଶ୍ରୀମୁଖକୁ ଚାହୁଁ ଚାହୁଁ ସେଇଠି ହିଁ ଟଳି ପଡିଥିଲେ ଭକ୍ତ। ହଁ ବନ୍ଧୁଗଣ ଏମିତି ବି କ’ଣ ମୃତ୍ୟୁ ଆସେ? ସ୍ୱତେ ଯେମିତି କୋଟି ଜନ୍ମର ପୁଣ୍ୟ ତାଙ୍କୁ ମିଳିଗଲା। ଜୀବନର ସବୁ ପାପ ତାଙ୍କର ଧୋଇଗଲା। ଭାଗ୍ୟରେ ଥିଲେ ଏମିତି ମୃତ୍ୟୁ ଆସେ। ମୃତ୍ୟୁ ସମୟରେ ଯାହାଙ୍କର ନାମ ଧରିଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ହେଲେ ଇଏ ଏମିତି ଜଣେ ପୁଣ୍ୟ ଆତ୍ମା ଯିଏକି ସେଇ ଭଗବାନଙ୍କର ଦର୍ଶନ କରୁ କରୁ ତାଙ୍କର ଶ୍ରୀମୁଖକୁ ଚାହୁଁ ଚାହୁଁ ଚାଲି ଯାଇଛି ଜୀବନ। ସତରେ କେତେ ଭାଗ୍ୟବାନ ଏଇ ମଣିଷ।

ହଁ ଆଜ୍ଞା ଦୀର୍ଘ ୫ ଶହ ବର୍ଷ ପରେ ରାମଲାଲା ନିଜର ଜନ୍ମ ଭୂମିକୁ ଫେରି ଥିବାରୁ ତାଙ୍କୁ ଟିକେ ଦର୍ଶନ କରିବା ପାଇଁ ତାଙ୍କର ସେଇ ମୁଖ ମଣ୍ଡଳକୁ ଟିକେ ଦେଖିବା ପାଇଁ ଭକ୍ତମାନେ ଦେଶର କୋଣ ଅନୁକୋଣରୁ ଅଯୋଧ୍ୟା ଧାମକୁ ଦୌଡ଼ି ଆସୁଛନ୍ତି। ସେହିଭଳି ଓଡିଶାରୁ ମଧ୍ୟ ୯୮ ଜଣ ଭକ୍ତ ଅଯୋଧ୍ୟାକୁ ଯାଇଥିଲେ ରାମଲାଲାଙ୍କ ଦର୍ଶନ କରିବାକୁ ହେଲେ କିଏ ଜାଣିଥିଲା ଯେ ରାମଲାଲାଙ୍କୁ ଦର୍ଶନ କରିବା ପରେ ତାଙ୍କ ପାଇଁ ଶେଷ ଦର୍ଶନ ହେବ ବୋଲି।

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଜପତି ଜିଲ୍ଲାରୁ। ଗଜପତି ଜିଲ୍ଲା ନୂଆଗଡା ଗ୍ରାମର ଇଏ ହେଉଛନ୍ତି ଯାଦବ ଚନ୍ଦ୍ର ଦଳାଇ। ଗତ ୨୫ ତାରିଖରେ ଗଜପତି ଜିଲ୍ଲାରୁ ୯୮ ଜଣ ଭକ୍ତ ଯାଇଥିଲେ ଅଯୋଧ୍ୟା ଧାମକୁ ଆଉ ସେମାନଙ୍କ ମଧ୍ୟରେ ଥିଲେ ନୂଆଗଡ଼ ଗ୍ରାମର ଯାଦବ ଚନ୍ଦ୍ର ଦଳାଇ। ହେଲେ ଅଯୋଧ୍ୟା ଯିବା ପରେ ହଠାତ ତାଙ୍କର ଦେହ ଖରାପ ହୋଇଯାଇଥିଲା।

ଆଉ ସେଇଠାରେ ହିଁ ତାଙ୍କର ଦେହାନ୍ତ ହୋଇଛି। ଆଉ ଗତ କାଲି ତାଙ୍କର ପାର୍ଥିବ ଶରୀର ନୂଆଗଡ଼ ଗ୍ରାମରେ ପହଁଚିବା ପରେ ତାଙ୍କୁ ଟିକେ ଦର୍ଶନ କରିବା ପାଇଁ ବୋହୁ ଦୂର ଦୂରଦୂରାନ୍ତରୁ ଲୋକେ ଦୌଡ଼ି ଆସିଛନ୍ତି। ପୁରା ଗାଁଟା ସାରା ତାଙ୍କୁ ବୋହୁ ଆଡ଼ମ୍ବର ସହକାରେ ବୁଲାଇ ତାଙ୍କର ଶେଷକୃତ୍ୟ କରାଇଛନ୍ତି। ପଡୁଛି ଖୋଇ କଉଡ଼ି ରାମ ନାମ ସତ୍ୟ ହେ। ରାମ ନାମ ସତ୍ୟ ହେ ଧ୍ଵନିରେ ପ୍ରକମ୍ପିତ ହେଉଛି ପୁରା ଗାଁଟା। ସମସ୍ତେ ଆଜି ରାମଲାଲାଙ୍କ ଭକ୍ତିରେ ମଜି ଯାଇଛନ୍ତି। ଏଇ ଶୋକାକୁଳ ପରିବେଶରେ ମଧ୍ୟ ସମସ୍ତେ ରାମ ନାମ ଜପି ଚାଲିଛନ୍ତି। ଆଉ ଏଭଳି ଏକ ପୁଣ୍ୟ ଆତ୍ମାଙ୍କୁ ଶେଷ ଥର ପାଇଁ ଅତି ଶ୍ରଦ୍ଧାର ସହ ବିଦାୟ ଦେଉଛନ୍ତି।

ତେବେ ମିଳିଥିବା ସୂଚନା ଅନୁସାରେ ଯାଦବ ଚାଷ କାମ କରି ନିଜ ପରିବାର ଚଳାଉଥିବା ବେଳେ ତାଙ୍କ ଝିଅର ବାହାଘର ସରିଯାଇଛି। ହେଲେ ଗୋଟିଏ ପୁଅଟି ପାଠ ପଢୁଛି। ତାଙ୍କର ବହୁତ ଗରିବ ପରିବାର ହୋଇଥିବା ବେଳେ ଯାଦବଙ୍କର ମୃତ୍ୟୁ ପରେ ଏହି ଅଭାବୀ ପରିବାର ଚଳିବ କେମିତି ସେଥିପାଇଁ ପୁରା ପରିବାର ଆଜି ଦୁଃଖରେ ଭାଙ୍ଗି ପଡିଛି।

Leave a Reply

Your email address will not be published. Required fields are marked *