ହେଲିକେପ୍ଟର ଦେଖି ଛାନିଆ ହୋଇଥିଲେ ଲୋକେ…ଏବେ ଜଣା ପଡିଲା କାହିଁକି ଲ୍ୟାଣ୍ଡ କରିଥିଲା ହେଲିକେପ୍ଟର।

ଢେଙ୍କାନାଳରେ ଅବତରଣ କରିଥିଲା ଗୋଟେ ହେଲିକେପ୍ଟର। ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଏ ଆସିଛି ଆଉ କାହିଁକି ହେଲିକେପ୍ଟର ଓଲ୍ହାଇଲା। ତେବେ ଯାହା ଜଣାପଡିଛି ଢେଙ୍କାନାଳରେ ଜରୁରୀକାଳୀନ ଅବତରଣ କରିଥିଲା ହେଲିକେପ୍ଟର। ମଇଷା ପାଟ ପୋଲିସ ପଡ଼ିଆରେ ଅବତରଣ କରିଥିଲା VTJEB ନାମକ ଏକ ହେଲିକେପ୍ଟର। ଏଥିରେ ୫ ଜଣ ଲୋକ ଥିବା ବେଳେ ଅବତରଣ ପରେ ଏଥିରେ ୪ ଜଣ ଥିଲେ। ଏନେଇ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ମଧ୍ୟ କରିଥିଲା।

ତେବେ ଭୁବନେଶ୍ୱରରେ ହେଲିକେପ୍ଟରଟି ଅବତରଣ କରିବାର ଥିଲା କିନ୍ତୁ ସେଠାରେ ପାଗ ଭଲ ନଥିବାରୁ ଆଉ ହୁଏଲ ସରିଯିବା ଏହା ପଛର କାରଣ ବୋଲି ମଧ୍ୟ ଗୋଟେ କୁହାଯାଉଛି। ତେବେ ବଡ଼ ବିଲରୁ ଭୁବନେଶ୍ୱର ଦେଇ ମୁମ୍ବାଇ ଯାଉଥିଲା ଏହି ହେଲିକେପ୍ଟର। କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲେ ମଧ୍ୟ ହୁଏଲ ସରିଯିବା କାରଣରୁ ଅବତରଣ କରିଥିଲା ବୋଲି ଜଣା ପଡ଼ିଥିଲା। କିନ୍ତୁ ଭୁବନେଶ୍ୱରରୁ ହୁଏଲ ଆସିବା ପରେ ୧୦.୩୦ ରେ ହେଲିକେପ୍ଟରଟି ପୁଣି ଉଡାଣ ଆରମ୍ଭ କରିଥିଲା।

ତେବେ ହେଲିକେପ୍ଟରରେ ଜଣେ ପାଇଲଟ ଓ ଇଞ୍ଜିନିୟରଙ୍କ ସହିତ ୫ ଜଣ ଥିଲେ ବୋଲି ଘଟଣା ସ୍ଥଳରେ ଯାଞ୍ଚ କରୁଥିବା ଢେଙ୍କାନାଳର ଫ୍ଲାଇଙ୍ଗସ ସ୍କୁୱାର୍ଡର କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଶିବରାଜ ସେଠି ପ୍ରକାଶ କରିଛନ୍ତି। ହଁ ଆଜ୍ଞା ତେବେ ଗତ କାଲି କାଳବୈଶାଖୀ ପାଇଁ ଭୁବନେଶ୍ବରରେ ବିସ୍ତାର ବିମାନଟି ଜରୁରୀ ଅବତରଣ କରିଥିଲା। ଉଡାଣ ଭରିବାର ୧୦ ମିନିଟ ପରେ କାଳବୈଶାଖୀ ଯୋଗୁ ଜରୁରୀ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସହ ପରେ ସେମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *