ଲକ୍ଷ୍ମଣଙ୍କୁ ଛାଡି ଦେଇ ଅଯଧ୍ୟାରେ ରାମସୀତା । ଅଯଧ୍ୟାରେ ପହଁଚିବା ପରେ ରାମ ଖୋଜିଲେ ଲକ୍ଷ୍ମଣଙ୍କୁ ।

ଅଯୋଧ୍ୟାରେ ରାମ ସୀତା ପହଞ୍ଚି ରାମ ମନ୍ଦିରକୁ ଦେଖି ମନେ ପକେଇଲେ ସେ ସମୟର କଥା । ମୁହଁରେ ହସ ଅଛି ହେଲେ ମନରେ ପ୍ରଚୁର ଦୁଃଖ କାରଣ ରାମ ହୁଅନ୍ତୁ କିମ୍ବା ସୀତା ସମସ୍ତେ ଲକ୍ଷ୍ମଣଙ୍କୁ ଖୋଜୁଛନ୍ତି । ସୀତା ମନେ ମନେ ଖୋଜୁଛନ୍ତି କୁଆଡେ ଗଲେ ମୋ ଗେହ୍ଲା ଦିଅର ଲକ୍ଷ୍ମଣ । ଆଜ୍ଞା ହଁ ଚାଲିଛି ରାମମନ୍ଦିର ନିର୍ମାଣ କାମ ଆଉ ବୁଲି ବୁଲି ଦେଖୁଛନ୍ତି ରାମ ସୀତା । କଳିଯୁଗରେ ସେ ସମସ୍ତଙ୍କ ପାଇଁ ଭଗବାନ ରାମ ପାଲଟି ଯାଇଛନ୍ତି । ଘରେ ଘରେ ତାଙ୍କ ଫୋଟୋ ରଖି ସମସ୍ତେ ତାଙ୍କ ପୂଜା କରୁଛନ୍ତି । ଆଉ ଏବେ ଅଯୋଧ୍ୟାରେ ପହିଁଞ୍ଚିବା ପରେ ଲୋକେ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି । ରାମଙ୍କୁ ଅଯୋଧ୍ୟାକୁ ନିମନ୍ତ୍ରଣ ହେବା ସହିତ ମାତା ସୀତାଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଥିଲା ।

କିନ୍ତୁ ଲକ୍ଷ୍ମଣଙ୍କ ପାଖକୁ ନିମନ୍ତ୍ରଣ ଯାଇନାହିଁ । ତେଣୁ ମନ ଦୁଃଖ ହେବା ତ ନିଶ୍ଚିତ ଅଟେ । କାରଣ ଯେଉଁ ଲକ୍ଷ୍ମଣ ମା ସୀତା ପ୍ରଭୁ ଶ୍ରୀରାମଙ୍କ ସହିତ ରହିବା କଥା ସେ ସାଙ୍ଗରେ ନାହାଁନ୍ତି । ସେହି ଲକ୍ଷ୍ମଣ ଆଜି ବିଶେଷ କରି ଶ୍ରୀରାମଙ୍କ ପାଖରେ ନାହାଁନ୍ତି । ଅଯୋଧ୍ୟାରେ ରାମ ସୀତା ଏକାଠି ହେବା ପରେ ସମସ୍ତେ ଖୁସି କିନ୍ତୁ ଲକ୍ଷ୍ମଣ ନଥିବାରୁ ପ୍ରଭୁ ଶ୍ରୀରାମ ଓ ସୀତାଙ୍କ ମନ ଦୁଃଖ ହେଇଯାଇଛି । ରାମ ତାଙ୍କ ସାନ ଭାଇଙ୍କୁ ମିସ୍ କରୁଛନ୍ତି ଆଉ ମଧ୍ୟ ସୀତା ତାଙ୍କ ଦିଅରଙ୍କୁ ମିସ୍ କରୁଛନ୍ତି । ମୁହଁରେ ସିନା ହସ ରହିଛି ହେଲେ ଉଭୟଙ୍କ ମନରେ ବହୁତ ଦୁଃଖ ମଧ୍ୟ ରହିଛି । ଆମେ କହୁଛେ ରାମାୟଣରେ ହେଇଥିବା ରାମ ଅରୁଣ ଗୋଭିଲ ଏବଂ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଛିକିଆ ଏବଂ ଲକ୍ଷ୍ମଣ ଭୂମିକାରେ ଥିବା ସୁନୀଲ ଭାଇଙ୍କ କଥା ।

କହିରଖିବୁ ଯେ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ହେବାକୁ ଯାଉଛି । ଯାହାକୁ ନେଇ ପୁରା ଅଯୋଧ୍ୟା ଚଳଚଞ୍ଚଳ ହୋଇ ପଡ଼ିଛି । ଆଉ ଏବେ ଅତିଥି ମାନେ ମଧ୍ୟ ଅଯୋଧ୍ୟାରେ ପହଞ୍ଚିବା ଆରମ୍ଭ କଲେଣି । ଏହି ଭିତରେ ଅଯଧ୍ୟା ବିମାନ ମଧ୍ଯରେ ପହଁଚି ଯାଇଛନ୍ତି ରାମାୟଣରେ ରାମ ଭୂମିକାରେ ଥିବା ଅରୁଣ କୋଭିଲ ଏବଂ ସୀତାଙ୍କ ଭୂମିକାରେ ଥିବା ଦୀପିକା । କିନ୍ତୁ ଲକ୍ଷ୍ମଣ ଭୂମିକାରେ ଥିବା ସୁନୀଲଙ୍କୁ ନିମନ୍ତ୍ରଣ ଯାନଥିବାରୁ ଉଭୟଙ୍କ ମନରେ ଅସୁମାରୀ ଦୁଃଖ ଦେଖିବାକୁ ମିଳିଛି । କିନ୍ତୁ ଏପଟେ ସାକ୍ଷାତ ରାମ ସୀତାଙ୍କୁ ଦେଖି ଲୋକଙ୍କ ଖୁସି କହିଲେ ନସରେ । କାରଣ ରାମ ସୀତା କହିଲେ ଉଭୟଙ୍କ ଆଖିରେ ଏହି ଦୁଇ ଜଣଙ୍କ ମୁହଁ ହିଁ ଆସିଥାଏ ।

Leave a Reply

Your email address will not be published. Required fields are marked *