ଅମିତ ଶାହା ପ୍ରଥମେ ଓଡିଶା ଆସି ସୋନପୁରରେ କାହିଁକି ପ୍ରଥମେ ପ୍ରଚାର କଲେ ଜାଣନ୍ତୁ ବଡ଼ କାରଣ।

କାହିଁକି ପ୍ରଥମେ ସୋନପୁର ଗଲେ ଅମିତ ଶାହ । ସୋନପୁର ସମାବେଶ ପଛରେ ଅମିତ ଶାହଙ୍କର କି ଉଦେଶ୍ୟ ଅଛି? ନବୀନଙ୍କୁ ଟକର ଦେବା ପାଇଁ ଅମିତ ଶାହଙ୍କର ବଡ଼ ପ୍ଲାନ।ହଁ ଆଜ୍ଞା ବନ୍ଧୁଗଣ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହ ଆଜି ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସି ସୋନପୁରରେ ବିଜୟର ସମାବେଶରେ ଯୋଗ ଦେଇଥିଲେ।ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡା ବିମାନବନ୍ଦରରେ ପହଁଚିବା ପରେ ସେଠାରୁ ଏକ ହେଲିକ୍ୟାପ୍ଟରରେ ଯାଇ ସୋନପୁରରେ ପହଁଚିଥିଲେ। ସୋନପୁରରେ ରାମେଶ୍ୱରମ ଷ୍ଟାଡିୟମରେ ଅନୁଷ୍ଠିତ ଏକ ବିଶାଳ ଜନସଭାରେ ସମ୍ବଧିତ କରି ଓଡ଼ିଶାରେ ୨୦ ଲୋକସଭା ଆସନରେ ଦଳକୁ ଜିତାଇବା ପାଇଁ ଅମିତ ଶାହ ଆହ୍ୱାନ ଦେଇଥିଲେ।

ତେବେ ଏଠାରେ ବଡ଼ ପ୍ରଶ୍ନ ହେଉଛି ଯେ ଓଡ଼ିଶାରେ ନିର୍ବାଚନ ପ୍ରଚାର ପାଇଁ ପ୍ରଥମେ ସୋନପୁରକୁ କାହିଁକି ବାଛିଲେ ଅମିତ ଶାହ। ଆସନ୍ତୁ ଜାଣିବା ଏହା ପଛରେ ଥିବା ୫ ଟି ସମ୍ଭାବ୍ୟ କାରଣ ବିଷୟରେ।ପ୍ରଥମ କାରଣ ସୋନପୁର ହେଉଛି ବଲାଙ୍ଗୀର ଲୋକସଭା ଅଧୀନରେ ଆସୁଥିବା ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଗୋଟିଏ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ କଣ୍ଟାବାଞ୍ଚୀରୁ ପ୍ରାର୍ଥୀ ହେବାର ଠିକ ପରେ ପରେ ଅମିତ ଶାହଙ୍କ ସୋନପୁର ଜନସଭା ସମ୍ପର୍କରେ ବିଜେପି ଘୋଷଣା କଲା।

ସୋନପୁର ଭଳି କଣ୍ଟାବାଞ୍ଚୀ ମଧ୍ୟ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ଆସୁଥିବା ଅନ୍ୟ ଏକ ନିର୍ବାଚନ ମଣ୍ଡଳୀ। ତେଣୁ ନବୀନଙ୍କ କଣ୍ଟାବାଞ୍ଚୀରୁ ଲଢ଼ିବା ନିଷ୍ପତ୍ତି ବଲାଙ୍ଗୀର ଲୋକସଭା ଆସନ ତଥା ପଶ୍ଚିମ ଓଡ଼ିଶାରେ ବିଜେଡିର ଯେଉଁ ନିର୍ବାଚନ ମଣ୍ଡଳୀରେ ପ୍ରଭାବ ସୃଷ୍ଟି କରିବ ତାହାକୁ ପ୍ରତିହଦ କରିବା ପାଇଁ ବଲାଙ୍ଗୀର ଲୋକସଭା ଅଧିନସ୍ଥ ଅନ୍ୟତମ ନିର୍ବାଚନ ମଣ୍ଡଳୀ ସୋନପୁରରେ ଶାହଙ୍କ ପ୍ରଚାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଇପାରେ।

ଦ୍ୱିତୀୟ କାରଣ। ୨୦୧୯ରେ ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂହ ଦେଓ ବଲାଙ୍ଗୀର ଲୋକସଭା ଆସନରୁ ମାତ୍ର ୧୯. ୫୧୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ ସଂଗୀତା କଣ୍ଟାବାଞ୍ଚୀ ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୩୩,୭୬୫ ଭୋଟରେ ଆଗୁଆ ରହିଥିଲେ। ହେଲେ ଏଥର ବିଜେଡି ମୁଖିଆ ନବୀନ ପଟ୍ଟନାୟକ କଣ୍ଟାବାଞ୍ଚୀରୁ ପ୍ରାର୍ଥୀ ହୋଇଥିବାରୁ ସଂଗୀତା ସିଂହ ଦେଓ ଏହି ଆସନରୁ ଯେଉଁ ଭୋଟ ପାଉଥିଲେ ତାହା କମିବାର ସମ୍ଭାବନା ରହିଛି।

ଯଦି ତାହା ହୁଏ ତେବେ ସୋନପୁର ଭଳି ଅନ୍ୟ ନିର୍ବାଚନ ମଣ୍ଡଳୀରୁ ସେହି ଭୋଟକୁ ଭରଣା କରିବାର ଆବଶ୍ୟକତା ରହିଛି। କାରଣ ୨୦୧୯ରେ ସଂଗୀତା ସୋନପୁର ଆସନରୁ ପ୍ରାୟ ୧୨,୦୦୦ ଭୋଟରେ ପଛୁଆ ରହିଥିଲେ। ତେଣୁ ଶାହଙ୍କ ସୋନପୁର ଗସ୍ତ ଏଥର ମଧ୍ୟ ସଂଗୀତା ସିଂହ ଦେଓଙ୍କ ବିଜୟକୁ ସୁନିଶ୍ଚିତ କରିବା ସହ ପଶ୍ଚିମ ଓଡ଼ିଶାରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ବିଜେପି ଭାବୁଥାଇପାରେ।

ତୃତୀୟ କାରଣ। ସର୍ବାଧିକ ଭୋଟ ପାଇଥିବା କଣ୍ଟାବାଞ୍ଚୀ ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ସଂଗୀତା ସିଂହ ଦେଓ ପାଟଣାଗଡ଼ରୁ ୭,୯୮୩ ଭୋଟ ଲୋଇସିଂହାରୁ ୧୨,୬୧୮ ଭୋଟ ଏବଂ ଟିଟିଲାଗଡ଼ ଆସନରୁ ୧,୯୪୮ଭୋଟରେ ଆଗୁଆ ରହିଥିଲେ। ଯେତେବେଳେ କି ୨୦୧୯ରେ ବିଜେଡିର ବଲାଙ୍ଗୀର ସାଂସଦ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗୀର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓଙ୍କ ଠାରୁ ପ୍ରାୟ ୨୦,୦୦୦ରୁ ଅଧିକ ଭୋଟରେ ଆଗୁଆ ରହିଥିଲେ। ଏହା ସହ କଳିକେଶ ସୋନପୁର ଆସନରୁ ସଂଗୀତାଙ୍କ ଠାରୁ ୧୧,୮୪୯ ଭୋଟରେ ଏବଂ ବୀର ମହାରାଜପୁର ଆସନରୁ ୬,୬୪୪ ଭୋଟରେ ଆଗୁଆ ରହିଥିଲେ। ଅର୍ଥାତ ୨୦୧୯ରେ ବିଜେପି ପ୍ରାର୍ଥୀ କଳିକେଶ ସିଂହଦେଓ ଦ୍ୱିତୀୟ ସର୍ବାଧୁକ ଭୋଟରେ ଆଗୁଆ ରହିଥିଲେ ସୋନପୁରରେ। ତେଣୁ ଏହା ମଧ୍ୟ ଅମିତ ଶାହଙ୍କ ସୋନପୁରକୁ ପ୍ରଥମେ ପ୍ରଚାର ପାଇଁ ଆସିବାର କାରଣ ହୋଇପାରେ।

ଚତୁର୍ଥ କାରଣ। ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଏଥର ସେହି କଣ୍ଟାବାଞ୍ଚୀରୁ ପ୍ରାର୍ଥୀ ହୋଇଛନ୍ତି ଯେଉଁ ଆସନରୁ ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା ସିଂହଦେଓ ୨୦୧୯ରେ ସର୍ବାଧିକ ଭୋଟରେ ଆଗୁଆ ରହିଥିଲେ। ଆଉ ବୋଧେ ଏହାକୁ ଚ୍ୟାଲେଞ୍ଜ କରି ଅମିତ ଶାହ ସେହି ସୋନପୁରରେ ସମାବେଶ କରୁଛନ୍ତି ଯେଉଁ ଆସନରୁ ବିଜେଡି ପ୍ରାର୍ଥୀ କଳିକେଶ ସିଂହଦେଓ ଦ୍ୱିତୀୟ ସର୍ବାଧିକ ଭୋଟରେ ଆଗୁଆ ରହିଥିଲେ।ପଞ୍ଚମ କାରଣ। ୨୦୧୯ ରେ ବିଜେପି ପଶ୍ଚିମ ଓଡ଼ିଶାର୫ ଟି ଲୋକସଭା ଆସନ ସୁନ୍ଦରଗଡ଼, ସମ୍ବଲପୁର ବରଗଡ଼ ବଲାଙ୍ଗୀର ଓ କଳାହାଣ୍ଡିରେ ବିଜୟୀ ହୋଇଥିଲେ। ତେଣୁ ବିଜେପିର ଲୋକସଭାରେ ଗଡ଼ ପାଲଟି ଥିବା ପଶ୍ଚିମ ଓଡ଼ିଶାରୁ ପ୍ରଚାର ଅଭିଯାନ ଆରମ୍ଭ କରିବା ପାଇଁ ହୁଏତ ଅମିତ ଶାହ ନିଷ୍ପତ୍ତି ନେଇଥାଇପାରନ୍ତି।

Leave a Reply

Your email address will not be published. Required fields are marked *