କାହିଁକି ପୁଷ୍ପା ଫିଲ୍ମରୁ ମିଟୁ ମିଥୁନଙ୍କୁ ବାହାର କରିଦେଲେ ଅଲ୍ଲୀ ଅର୍ଜୁନ କିଏ କରିଲା ଷଡ଼ଯନ୍ତ୍ର।

ଯେଉଁ କଥାକୁ ଭୟ କରୁଥିଲେ ମିଟୁ ମିଥୁନ ଠିକ ସେହି କଥା ତାଙ୍କ ସହିତ ଘଟିଗଲା। ପୁଷ୍ପା-୨ ଫିଲ୍ମରୁ ତାଙ୍କ ସିନ କଟାଗଲା ବୋଲି ଫୋନ ଆସିଲା। ଯାହାକି ସେ କହିଛନ୍ତି ମିଟୁ ମିଥୁନ। ପୁଷ୍ପା-୨ ରେ ଅଲୁ ଅର୍ଜୁନଙ୍କୁ ସୁଯୋଗ ମିଳିଲା କିନ୍ତୁ କାହିଁକି କାଟିଦେଲେ ମିଟୁ ମିଥୁନଙ୍କର ସିନ। ଯାହାଙ୍କ ପାଖରେ ୨୫ ବର୍ଷର ଅଭିଜ୍ଞତା ଥିଲା। ଇଏ କେମିତି ସମ୍ଭବ। ଏସବୁ କ’ଣ ହୋଇଯାଉଛି।

ସୁଟିଂ ପରେ ଟଙ୍କା ଦେଲେ ଆଉ ସେହି ଟଙ୍କାରେ ମିଟୁ ମିଥୁନ ଫିନାଇଲ କମ୍ପାନୀ କରିଲେ କିନ୍ତୁ ପୁଷ୍ପା-୨ ଫିଲ୍ମ ରିଲିଜ ହେବା ବେଳକୁ ସିନ କାଟିଦେଲେ। ଏକଥାକୁ ନେଇ ତେଲଙ୍ଗୁ ଵାଲା ଫୋନ କରିଥିଲେ ଆଉ ସିଧା ସିଧା ମିଟୁ ମିଥୁନଙ୍କୁ ଜଣେଇଦେଲେ। ତୁମେ ଓଡ଼ିଶାରେ ବହୁତ ହାଇଲାଇଟ ହେଲା ତମକୁ ଆଉ ଆମ ଫିଲ୍ମରେ ରଖିବୁ ନାହିଁ।ଏମିତି କହି ସିନ କାଟିଦେଲେ ଯେଉଁଥିପାଇଁ ମର୍ମାହତ ହୋଇ ପଡିଲେ ମିଟୁ ମିଥୁନ।

ହଁ ଆଜ୍ଞା ତେବେ ଆପଣ ମାନେ ଦେଖିଥିବେ ତଳ ଦିନେ ମିଟୁ ମିଥୁନ କହିଥିଲେ ପୁଷ୍ପା-୨ ପାଇଁ ମନରେ କେତେ ଆଶା କେତେ ଆକାଂକ୍ଷା ଭରି ରହିଥିଲା ଯେଉଁଥିପାଇଁ ଦୂର ସେଲୁନକୁ ଯାଇ ଚୁଟି ମଧ୍ୟ କାଟିଥିଲେ ମିଟୁ ମିଥୁନ।ତେବେ ଅଲୁ ଅର୍ଜୁନଙ୍କୁ ଧରିବା ପାଇଁ ପାହାଡ଼ ପଥର ସନ୍ଧାରେ ପାଦ ରଖି ଦୌଡିଥିଲେ ମିଟୁ ମିଥୁନ। ଆଉ ସୁଟିଂ ସମୟରେ ମିଟୁ ମିଥୁନଙ୍କ ରୋଲ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ପୁଷ୍ପା ଫିଲ୍ମର ସବୁ କଳାକାର। ହେଲେ କାହିଁକି ଶେଷରେ ମିଟୁ ମିଥୁନଙ୍କ ନିଖୁଣ ଅଭିନୟକୁ ପୁଷ୍ପା-୨ରୁ ଏଭଳି ଇଗନର କରିଦେଲେ କାଟିଦେଲେ ସିନ।

ତେବେ ଏପଟେ ମିଟୁ ମିଥୁନଙ୍କୁ ଭଲପାଉଥିବା କୋଟି କୋଟି ଦର୍ଶକ ଏବଂ ତାଙ୍କ ଅଭିନୟକୁ ପସନ୍ଦ କରୁଥିବା ମିଟୁ ମିଥୁନଙ୍କ ଫ୍ୟାନମାନେ ଏ କଷ୍ଟକୁ ସହି ପାରିନାହାନ୍ତି।ତେବେ ପୁଷ୍ପା-୨ରେ ଚନ୍ଦନ କାଠ ଟ୍ରକରେ ଧରି ଫେରାର ହୋଇଯାଉଥିବା ମାନସ ଏଭଳି କିଛି କହିଛନ୍ତି।ହଁ ଆଜ୍ଞା ଦୁଃଖର ବିଷୟ ମିଟୁ ମିଥୁନଙ୍କୁ ମିଳିଥିଲା ପୁଷ୍ପା-୨ରେ ରୋଲ। ହେଲେ ସେ ରୋଲ କଟି ଯାଇଛି ବୋଲି ଏବେ ଅନୁମାନ କରୁଛନ୍ତି ମିଟୁ ମିଥୁନ।

ତେବେ ଆଗରୁ ମାନସ ମଧ୍ୟ କହିଥିଲେ ଯେ ମୋ ସିନ କୋନଫର୍ମ ପୁଷ୍ପା-୨ରେ। କିନ୍ତୁ ମିଟୁ ମିଥୁନଙ୍କ କଥା କହିପାରିବି ନାହିଁ। କ୍ୟାମେରାରେ ଯଦି ଆସିବେ ତ ଆସିବେ ନହେଲେ ତାଙ୍କ ସିନ କଟିଯିବ।ତେବେ ସିନ କଟିଗଲେ ମିଟୁ ମିଥୁନଙ୍କୁ ଭଲପାଉଥିବା ତାଙ୍କ ଫ୍ୟାନମାନେ ଯାହାକି କୋଟି କୋଟି ସଂଖ୍ୟାରେ ଅଛନ୍ତି ସେମାନଙ୍କୁ ହୁଏତ କଷ୍ଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *