ସ୍ୱାମୀଙ୍କୁ ଜିତାଇବାକୁ ଦୌଡୁଛନ୍ତି ସ୍ତ୍ରୀ, ସ୍ୱାମୀ ମାନଙ୍କର ବିଜୟ ଯୁଦ୍ଧରେ ପାଲଟିଛନ୍ତି ସାରଥୀ।

ସ୍ୱାମୀଙ୍କୁ ଜିତାଇବାକୁ ଦୌଡୁଛନ୍ତି ସ୍ତ୍ରୀ। ସ୍ୱାମୀ ମାନଙ୍କର ବିଜୟ ଯୁଦ୍ଧରେ ସାରଥୀ ପାଲଟିଛନ୍ତି। ଏ ଗାଁରୁ ସେ ଗାଁକୁ ସ୍ୱାମୀ ମାନଙ୍କ ସହିତ କରୁଛନ୍ତି ପ୍ରଚାର। ସ୍ୱାମୀ ମାନଙ୍କୁ ଜିତାଇବା ପାଇଁ ସ୍ତ୍ରୀ ମାନେ କରୁଛନ୍ତି ଅକ୍ଳାନ୍ତ ପରିଶ୍ରମ। କେବଳ ସେଇଥିପାଇଁ ସ୍ତ୍ରୀ ମାନେ ଘରେ ଆଉ ରହୁନାହାଁନ୍ତି। ଘର ଘର ଗାଁ ରୁ ଗାଁ ସ୍ତ୍ରୀ ମାନେ ନିଜ ସ୍ୱାମୀ ମାନଙ୍କ ସହିତ ଯାଉଛନ୍ତି।

ମହିଳା ମାନଙ୍କୁ ହାତେଇବା ପାଇଁ ପ୍ରଚାର କରୁଛନ୍ତି। ଗାଁ ଗାଁ ବୁଲି ବୁଲି ମହିଳା ମାନଙ୍କ ସଙ୍ଗଠନ ବୁଝୁଛନ୍ତି। ସ୍ୱାମୀ ମାନଙ୍କ ବିଜୟ ଯୁଦ୍ଧରେ ସାରଥୀ ପାଲଟିଛନ୍ତି।ହଁ ଆଜ୍ଞା ରାଜ୍ୟ ରାଜନୀତି ପୁରା ସରଗରମ ହୋଇଯାଇଛି। ବିଜୟ ହାସଲ କରିବା ପାଇଁ କଳେବଳେ କୌଶଳେ ଲାଗିପଡିଛନ୍ତି। ବୁଭିନ୍ନ ପ୍ରକାରର ପନ୍ଥା ଅବଲମ୍ବନ କରୁଛନ୍ତି ପ୍ରାର୍ଥୀମାନେ। ଏଇ ଯେମିତି ସ୍ତ୍ରୀମାନେ ପ୍ରଚାରରେ ସାମିଲ ହୋଇଛନ୍ତି। ବିଜୟର ରଥକୁ ଚଲାଇବା ପାଇଁ ସାରଥୀ ପାଲଟିଛନ୍ତି ସ୍ତ୍ରୀମାନେ।

ତେବେ ସମ୍ବଲପୁରର କିଛି ରୋଚକ ଦୃଶ୍ୟ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଦେଇଛି। କେନ୍ଦ୍ରମନ୍ତ୍ରୀ ତଥା ବିସିପି ସମ୍ବଲପୁରର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଲା ଠାକୁର ପ୍ରଧାନ ସ୍ବାମୀଙ୍କୁ ନିର୍ବାଚନରେ ଜିତାଇବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି। ଗତ ବର୍ଷରୁ ପ୍ରତି ଗାଁ ଗାଁ ବୁଲି ସଙ୍ଗଠନ ସଜାଡୁଛନ୍ତି। ରାଜିନୀତି କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ସେ ଏବେ ପ୍ରତ୍ୟକ୍ଷ ରାଜନୀତିରେ ନାହାନ୍ତି। ହେଲେ ସ୍ବାମୀଙ୍କ ବିଜୟର ବାନା ଉଡାଇବାକୁ ନିଜେ ଏହାର ନେତୃତ୍ୱ ନେଇଛନ୍ତି। ବିକାଶ ଫାଉଣ୍ଡେସନ ହେଉ କିମ୍ବା ନାରୀଶକ୍ତି ବନ୍ଦନା କାର୍ଯ୍ୟକ୍ରମ ନିୟମିତ ଆୟୋଜିତ କରୁଛନ୍ତି। ମହିଳା ଭୋଟ ହାତେଇବାକୁ ପ୍ରୟାସ ଜାରି ରଖିଛନ୍ତି।

ଢେଙ୍କାନାଳ ସମ୍ବଲପୁର ଅନୁଗୁଳ ଓ ଦେଉଗଡ଼ରେ ସେ ଗତ ୧ବର୍ଷ ହେଲା ଦାୟିତ୍ବ ସମ୍ଭାଳୁଛନ୍ତି। ସେହିପରି କିଛି ମାସ ପୂର୍ବରୁ ସମ୍ବଲପୁରର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ସମୟରେ ତାଙ୍କର ସ୍ତ୍ରୀ ଜସ୍ନାରାଣୀ ମିଶ୍ର ଓ ଝିଅ ଶୁଭଶ୍ରୀ ମିଶ୍ର ସଙ୍ଗଠନକୁ ସମ୍ଭାଳିଥିଲେ। ତାଙ୍କର ଅନୁପସ୍ଥିତିରେ ଗୁରୁଖା ନେତାଙ୍କ ସହ ଜସ୍ନାରାଣୀ ନିଜେ ସମ୍ପର୍କରେ ରହି ପ୍ରଚାର କରିଥିଲେ। ଏବେବି ବିଜୟଙ୍କ ସହ ମିଶି ପ୍ରତି ସ୍ଥାନକୁ ଯାଉଛନ୍ତି। ବିଭିନ୍ନ ସାଂସ୍କୃତିକ ଏବଂ ସାମାଜିକ ସଙ୍ଗଠନରେ ସାମିଲ ହେଉଛନ୍ତି। ଯାହାକୁ ପୂର୍ବରୁ ନିର୍ବାଚନରେ ଦେଖିଵାକୁ ମିଳିନଥିଲା।

ମହିଳା ଭୋଟ ସ୍ବାମୀଙ୍କ ପାଖକୁ କେମିତି ଆସିବ ସେ ନେଇ ଯୋଜନା କରୁଛନ୍ତି ସବୁ ସ୍ତ୍ରୀମାନେ। ଏହା ଦ୍ବାରା ସ୍ୱାମୀ ମାନଙ୍କର ନିର୍ବାଚନ ସହଜ ହୋଇଥିବା କଥା କୁହାଯାଉଛି। ଗତ ଦୁଇଟି ନିର୍ବାଚନରେ ରେଳାଖୋଲ ବିଧାନସଭା ଆସନରୁ ବାଜି ମାରି ମନ୍ତ୍ରୀ ହୋଇଥିବା ରୋହିତ ପୂଜାରୀ ଏବେ ସମ୍ବଲପୁର ବିଧାନସଭା ଆସନ ପ୍ରାର୍ଥୀ। ତେଣୁ ଏଠାରେ ଥିବା ପୂର୍ବ ସଙ୍ଗଠନକୁ ପୁଣିଥରେ ସକ୍ରିୟ କରିବାକୁ ଲାଗି ପଡିଛନ୍ତି। ଯେଉଁଥିରେ ସହଯୋଗର ହାତ ବଢ଼ାଇଛନ୍ତି ପତ୍ନୀ ବୈଶାଳୀ ପୂଜାରୀ। ଆସନ୍ତୁଷ୍ଟ ଥିବା ବିଶିଷ୍ଟ ମହିଳାନେତ୍ରୀଙ୍କୁ ସ୍ବାମୀଙ୍କ ନିର୍ବାଚନରେ ବୈଶାଳୀ ପ୍ରତି ନେତ୍ରୀଙ୍କୁ ଭେଟୁଛନ୍ତି।

ଠିକ ସେହିଭଳି ଅନ୍ୟପଟେ ରେଙ୍ଗାଲୀ କଂଗ୍ରେସ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଦିଲ୍ଲୀପ ତୁରିଆଙ୍କ ପତ୍ନୀ କିରଣ ଜୟପୁରିଆ ଏବେ ସ୍ବାମୀଙ୍କ ପ୍ରଚାର ମଙ୍ଗ ଧରିଛନ୍ତି। ଉଚ୍ଚଶିଖିତା କିରଣ ଗାଁ ଗାଁ ବୁଲି ସ୍ବାମୀଙ୍କ ପାଇଁ ଭୋଟ ମାଗୁଛନ୍ତି। କଂଗ୍ରେସ ତଥା ନିଜ ସାଂଗଠନ କେମିତି ମଜବୁତ କରି ସ୍ୱାମୀ କେମିତି ବାଜି ମାରିବେ ସେନେଇ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।ତେବେ ଏବେ ସମ୍ବଲପୁର ରାଜନୀତିକୁ ଆହୁରି ସରଗରମ କରିଦେଇଛି ଯେଉଁଥିରେ ସେମାନଙ୍କ ସ୍ତ୍ରୀମାନେ ସେମାନଙ୍କୁ ଜିତାଇବାର ମଙ୍ଗ ଧରିଛନ୍ତି।

Leave a Reply

Your email address will not be published. Required fields are marked *