ମକର ସଂକ୍ରାନ୍ତିରେ ଝିଅ ମାଛ ଭାତ ଖାଇ ବାପା ମା’ଙ୍କ ସହିତ କରିଲା କିଛି ଏଭଳି । ମୋବାଇଲରେ କଥା ହେଉ ହେଉ ହାଣିଲା ବାପା ମା’ଙ୍କୁ ।

ଗତକାଲି ମକର ସଂକ୍ରାନ୍ତିରେ ପରିବାରରେ ମାଛ ତରକାରୀ ହୋଇଥିଲା । ମାଛ ଭାତ ଖାଇ ଝିଅ ମାମା ମୋବାଇଲରେ କଥା ହେଉଥିଲା । ଝିଅ ସବୁବେଳେ ଫୋନରେ କଥା ହେଉଥିବାରୁ ମା’ ବାରଣ କରୁଥିଲା । ଆଉ ଯେଉଁ କାରଣରୁ ଝିଅ ରାଗରେ ଉତ୍କ୍ଷିପ୍ତ ହୋଇ ଯାଇଥିଲା । ଆଉ ରାଗିଯାଇ ନୃଶଂସ ଝିଅ ବାପା ମା’ଙ୍କୁ ପାନିକିରେ ହାଣିଲା । ପ୍ରଥମେ ମା’କୁ ଏବଂ ତାପରେ ବାପକୁ ମଧ୍ୟ ହାଣିଲା । ସାମାନ୍ୟ କଥାରେ ଝିଅ ଯେ ଏଭଳି ନୃଶଂସ ପାଲଟି ଯିବ ତାହାକୁ କେହିବି ବିଶ୍ୱାସ କରିପାରି ନଥିଲେ । ଝିଅ ହୋଇ କିଭଳି ବାପା ମା’ ଜୀବନ ନେବାକୁ ଉଦ୍ୟମ କରି ପାରିଲା ଝିଅ ?

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ସୋର ସଙ୍ଘ ହାତୀଗଡ଼ିଆ ଗାଁରେ ଘଟି ଯାଇଛି । ଯେଉଁଠି ଜଣେ ଝିଅ ନିଜ ବାପା ମା’ଙ୍କୁ ପନିକିରେ ହାଣି ପକାଇଛି । ମକର ସଂକ୍ରାନ୍ତିରେ ବାପା ମା’ଙ୍କୁ ଏଭଳି ଭାବରେ ଆକ୍ରମଣ କରିଥିଲା ଝିଅ । ଯେଉଁଠି ବାପା ମା’ ଚିତ୍କାର କରିବାରେ ଲାଗିଥିଲେ । ତଥାପି ଝିଅ ବାପା ମା’ଙ୍କୁ ଛାଡ଼ି ନଥିଲା । ପାଖ ପଡ଼ୋଶୀ ଚିତ୍କାର ଶୁଣି ଦୌଡ଼ି ଆସି ବାପା ମା’ଙ୍କୁ ଝିଅ କବଳରୁ ରକ୍ଷା କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଜଣେ ନିଜ ବାପା ମା’ର ଏଭଳି ବି ଅବସ୍ଥା କରିପାରେ ତାହା ଆପଣ ମାନେ ବେଶ ଭଲ ଭାବରେ ଦେଖି ପାରୁଥିବେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ରଞ୍ଜିତ ସିଂହ ଏବଂ ତାଙ୍କ ସ୍ତ୍ରୀ ବୁଧିନ ସିଂହ ଏବଂ ତାଙ୍କର ଦୁଇ ଝିଅ ମିଶି ଗତକାଲି ରାତିରେ ଖାଉଥିଲେ । ପରିବାରର ସମସ୍ତେ ମିଶି ଖାଉଥିବା ବେଳେ ହଠାତ ମା’ ଝିଅକୁ କହିଥିଲା ଯେ ଝିଅ ତୁ ଦୁଷ୍ଟ କାହିଁକି ହେଉଛୁ ? ସାନ ଭଉଣୀ ତ ଏମିତି ଦୁଷ୍ଟ ହେଉନି । ବାସ ଏତିକି କଥାରେ ଝିଅ ମାମା ଉତ୍କ୍ଷିପ୍ତ ହୋଇ ମା’ ଉପରେ ଗରମ ଭାତ ଢ଼ାଳି ଦେଇଥିଲା ।

ଏହାପରେ ପନିକିରେ ଆକ୍ରମଣ କରି ମା’ର ହାତକୁ ହାଣିବା ସହିତ ବାପାକୁ ମଧ୍ୟ ଆକ୍ରମଣ କରିଥିଲା । ଏହି ଘଟଣାରେ ଉଭୟ ବାପା ମା’ ଲୋହୁ ଲୁହାଣ ହୋଇ ପଡ଼ିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଝିଅକୁ ପୋଲିସ ଅଟକ ରଖି ପଚରା ଉଚୁରା କରିଛି । ଏଭଳି ଝିଅକୁ ଜନ୍ମ କରି ଆଜି ବାପା ମା’ ନିଜକୁ ନିନ୍ଦୁଛନ୍ତି ।

Leave a Reply

Your email address will not be published. Required fields are marked *