” ଯେବେଠୁ ମୋତେ ମୋ ସ୍ତ୍ରୀ ଜଗିଛି , ସେବେଠୁ ମୁଁ ଆଉ ବାଳୁଙ୍ଗାମି କରୁନାହିଁ ” ଏମିତି କିଛି କହିଲେ ସୁପରଷ୍ଟାର ବାବୁଶାନ ମୋହାନ୍ତି ।

ଯେଉଁ ମାନେ ବାବୁଶାନଙ୍କୁ ଚିହ୍ନିଛନ୍ତି ଏବଂ ଜାଣିଛନ୍ତି ସେମାନେ ନିଶ୍ଚିତ ଭାବରେ ବାବୁଶାନ ମୋହାନ୍ତିଙ୍କ ସହିତ ଘଟି ଯାଇଥିବା ସେହି ଘଟଣାକୁ ଭଲଭାବରେ ମନେ ରଖିଥିବେ । ଆଉ ଏମିତିରେ ନିଜେ ବାବୁଶାନ ମଧ୍ୟ ସେହି ଘଟଣାକୁ ଭୁଲି ପାରି ନାହାଁନ୍ତି । ସେଦିନ ରାଜରାସ୍ତା ଉପରେ ଯାହା ଘଟିଗଲା ତାହାକୁ କେହିବି ଭୁଲି ପାରି ନାହାଁନ୍ତି ।

ସେହି ଘଟଣା କାହିଁକି ହେଲା ଏବଂ ତାର ପରିଣାମ କଣ ହେଲା ଏବଂ ସମସ୍ତେ କଣ କହିଲେ ତାହା ମଧ୍ୟ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ଆଉ ବର୍ତ୍ତମାନ ବାବୁଶାନ ଏଭଳି କିଛି କହିଛନ୍ତି ଯାହାକୁ ଶୁଣିଲେ ଲାଗୁଛି ଯେମିତି ବାବୁଶାନ ସ୍ତ୍ରୀ ମାଡ଼ରେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି ।

ପୁଣି ଆଗକୁ ବାବୁଶାନ ଆଗକୁ ଯେଉଁ ସିନେମା କରିବେ ସେଥିରେ ତାହାର ନାମ କୁଆଡ଼େ ସୁନା ପିଲା ହେବ । ସମ୍ବଲପୁର ମହାନଗର ନିଗମ ମଣ୍ଡେଳିଆ ପଡ଼ିଆରେ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିନ ତମାମ ଏହି କାର୍ଯ୍ୟକ୍ରମ ଚାଲିଥିଲା ଏବଂ ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶା ଅର୍ଥାତ 5T ର ଅଧ୍ୟକ୍ଷ ଭିକେ ପଣ୍ଡିଆନ ଯୋଗ ଦେଇଥିଲେ ।

ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ମାର୍ଗଦର୍ଶନ ଦେଇଥିଲେ । ଏହି ମାର୍ଗ ଦର୍ଶନ ଭିତରେ ବାବୁଶାନ କହିଥିଲେ ଯେ , ” କୁଆଡ଼େ ଗାଡ଼ିରେ ମୋ ସ୍ତ୍ରୀ ବସିଛି , ମୁଁ ଆଉ ବାଳୁଙ୍ଗାମି କରୁନାହିଁ । ” ଖାଲି ସେତିକି ନୁହେଁ , ବାବୁଶାନ ସେଠାରେ ଗୀତ ଗାଈଥିଲେ ଏବଂ ଡାଇଲଗ ମଧ୍ୟ ମାରିଥିଲେ ।

ଆଉ ଡାଇଲଗ ମାରୁ ମାରୁ ତାଙ୍କର ଗୋଟିଏ ଡାଇଲଗ ଥିଲା ଯେ ” ମୋ ବାପା ନାଁ ଉତ୍ତମ ମୋହାନ୍ତି , ସେ ଥିଲେ ଦଣ୍ଡା ବାଳୁଙ୍ଗା , ମୁଁ ତାଙ୍କ ପୁଅ ବାବୁଶାନ ମୋହାନ୍ତି , ମୁଁ ଡାହା ବାଳୁଙ୍ଗା । ଯାହାକି ତାଙ୍କର ଏକ ସିନେମାର ଡାଇଲଗ ଅଟେ । ଆଉ ଏହା କହୁ କହୁ କହିଦେଲେ ଯେ , ନାଁ ମୁଁ ଆଉ ବାଳୁଙ୍ଗାମି କରୁନାହିଁ କାରଣ ଗାଡ଼ିରେ ମୋ ସ୍ତ୍ରୀ ବସିଛି । ଏଥିରୁ ଯିଏ ବୁଝିବା କଥା ବୁଝି ସାରିଥିବେ କାରଣ ବାବୁଶାନଙ୍କର ସେହି ମାମଲା ବାବୁଶାନଙ୍କୁ ସୁନା ପିଲା ବନାଇ ଦେଇଛି । ଯାହାକୁ ନିଜେ ବାବୁଶାନ କହିଛନ୍ତି । ତାପରେ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି ଯେ ସେହି ମାମଲା ପରେ ବାବୁଶାନଙ୍କୁ କ୍ୟାରିଅରରେ ଅନେକ ସଫଳତା ମଧ୍ୟ ମିଳିଛି ।

Leave a Reply

Your email address will not be published. Required fields are marked *