ସମସ୍ତେ ଆଶ୍ଚର୍ଯ୍ୟ: ଘର ଭିତରେ ଲାଗିଛି ଭିଡ଼, ମହିଳାଙ୍କ ସହ ପଲଙ୍କରେ ଶୋଇଥିଲା ନାଗସାପ…

ମହିଳାଙ୍କର ନିଦ ଭାଙ୍ଗିଗଲା। ଆଉ ଉଠିଲା ବେଳକୁ ଛିଡା ହୋଇଛି ଏହିଭଳି ନାଗସାପ। କିଛି ବୁଝିପାରିଲେନି ମହିଳା ସଙ୍ଗେ ସଙ୍ଗେ ପଲଙ୍କ ତଳକୁ ଯାଇ ମୁଣ୍ଡିଆ ମାରିଥିଲେ ଆଉ ଡରିଗଲେ। କାରଣ ଆଗରୁ କେବେବି ତାଙ୍କ ଜୀବନରେ ଏଭଳି ଏଇ ରଙ୍ଗର ନାଗସାପ କେବେବି ଦେଖିନଥିଲେ। ଆଉ ତାପରେ ସଙ୍ଗେ ସଙ୍ଗେ ଶହ ଶହ ଲୋକଙ୍କ ଭିଡ଼ ହୋଇଗଲା ନାଗସାପଟିକୁ ଦେଖିବା ପାଇଁ ଆଉ ନାଗସାପଟିକୁ ସମସ୍ତେ ମଧ୍ୟ ଦର୍ଶନ କରିଥିଲେ।

ପଲଙ୍କ ଉପରେ ଚମ୍ପା ନାଗର ଗର୍ଜନ ଶୁଣି ନିଦ ଭାଙ୍ଗିଥିଲା ମହିଳାଙ୍କର। ଆଉ ତା’ପରେ ଦେଖିବାକୁ ମିଳିଥିଲା ଏଭଳି ଗହଳି। କୌଣସି ଆଘାତ ନକରି କାହିଁକି ଗର୍ଜନ କରୁଥିଲା ଏଇ ନାଗସାପ। ଏହି ଧଳା ରଙ୍ଗର ନାଗସାପ ଦେଖି ଯିଏ ନାହିଁ ସିଏ ଭୟଭୀତ ହୋଇଥିଲା।

ଏଇ ଘଟଣା ଦେଖିବାକୁ ମିଳିଛି ତିହିଡି ବ୍ଲକ ଦଳ ସାହି ପଞ୍ଚାୟତର ଅରିନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରେ। ଏଇ ବିରାଟ ଚମ୍ପା ନାଗ ଉଦ୍ଧାର କରିଛନ୍ତି ଏପଟେ ସାପ ଧରାଳି ମିର୍ଜା ଆରିଫ। ତେବେ ଶହ ଶହ ଲୋକ ଏଇ ସାପକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ତେବେ ମୃତ ମୁଖରୁ ବଞ୍ଚି ଆସିଥିବା ମହିଳା ଜଣକ କହିବା ଅନୁଯାୟୀ ଗୁରୁବାର ଦିନ ରାତିରେ ଖାଇ ସାରି ଏହି ପଲଙ୍କ ଉପରେ ଶୋଇଥିଲେ ମହିଳା। ଆଉ ହଠାତ ଏକ ଘଣ୍ଟା ପରେ ଶୁଣା ଯାଇଥିଲା ଫୋ ଫୋ ଶବ୍ଦ। ଆଉ ଉଠି ଦେଖିଲା ବେଳକୁ ଫଣା ଟେକିଛି ନାଗସାପ।

ପରିବାର ଲୋକ ଗ୍ରାମବାସି ବିରାଟ ଚମ୍ପା ନାଗକୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଆଉ ଏହାପରେ ସାପ ଧରାଳିକୁ ଖବର ଦେବା ପରେ ସାପ ଧରାଳୀ ଆସି ବିରାଟ ନାଗସାପକୁ ଉଦ୍ଧାର କରିଥିଲେ।

ତେବେ ଗୁରୁବାର ଦିନ କାହିଁକି ପଲଙ୍କରୁ ବାହାରିଲା ଏଭଳି ଚମ୍ପା ନାଗ। ତାକୁ ନେଇ ଘରେ ଆଉ ସାହି ପଡ଼ିଶାରେ ଅନେକ କଥା ଆଲୋଚନା ହେଉଛି। ଇଏ ସାପ ନାଁ ଭଗବାନ।

Leave a Reply

Your email address will not be published. Required fields are marked *