ଅଷ୍ଟ୍ରେଲିଆ ଠାରୁ ଫାଇନାଲରେ ହାରିଲା ଭାରତ , କାନ୍ଦିଲେ ବିରାଟ ରୋହିତ

ଗତକାଲିର ବିଶ୍ଵକପ ମ୍ୟାଚ୍ ସମସ୍ତଙ୍କ ଆଖିରୁ ଆଣି ଦେଇଥିଲା ଲୁହ । କେବଳ ସେହି ଖେଳାଳି ନୁହେଁ ସମଗ୍ର ଭାରତକୁ ଦେଇଥିଲା ଶକ୍ତ ଝଟକା । କାହିଁକି ନା ସମସ୍ତେ ଏଥିରେ ଦେଖିଥିଲେ ଅନେକ ସ୍ବପ୍ନ । ଏଥର ପୁରା ଭାରତ ରଚିଥିଲା ଷଡଯନ୍ତ୍ର ଆଉ କହିଥିଲା ଏଥର ଆମେ ଜିତିବୁ । କିନ୍ତୁ ସବୁ ସ୍ବପ୍ନ ସେହି ସ୍ୱପ୍ନରେ ରହିଗଲା । ଆଉ ଧୂଳିସାତ ହୋଇଗଲା ସବୁକିଛି । ଏବେ କେବଳ ଟିମ୍ ଇଣ୍ଡିଆ ଉପରେ ଖସି ପଡ଼ିଛି ଦୁଃଖର ପାହାଡ । ଅନେକ ପ୍ରଚେଷ୍ଟା ପରେ ମଧ୍ୟ ଟିମ୍ ଇଣ୍ଡିଆ ମୁଣ୍ଡରେ ସୁନାର ମୁକୁଟ ଲାଗି ପାରି ନଥିଲା ।

ଆଉ ୫୦ ଓଭର ମଧ୍ୟରେ ସମସ୍ତେ ଅଲଆଉଟ ହୋଇ ପ୍ୟାଭିଲିୟନ ଫେରି ଯାଇଥିଲେ । ଏହାପରେ ସମସ୍ତଙ୍କୁ ଲାଗି ଥିଲା ଏକ ଶକ୍ତ ଝଟକା । ମାତ୍ର ୨୪୦ ରନ କରି ପାରିଥିଲା ଭାରତ ଆଉ ୨୪୧ ରନ ର ଟାର୍ଗେଟ ଦେଇଥିଲା କଙ୍ଗାରୁ ଦଳକୁ । ତେବେ ସୂଚନା ଅନୁସାରେ , ଗତକାଲିର ଦଳ ପୁରା ଭାରତ ପାଇଁ ଏକ ଦୁଃଖର ଦିନ ଥିଲା । ତେବେ ସକାଳ ପହର ଠାରୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଥିଲେ ବିଶ୍ଵକପ ପାଇଁ ।

ଆଉ ପଡ଼ିଆ ମଧ୍ୟରେ ଟସ ଜିତି ପ୍ରଥମେ ବ୍ୟାଟିଂ ପାଳି ଧରିଥିଲା ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରିଥିଲେ ରୋହିତ ଶର୍ମା । କିନ୍ତୁ ମାତ୍ର କେଇ ରନ କରି ଆଉଟ୍ ହୋଇ ଯାଇଥିଲେ ସେ । ତେବେ ଏହା ପରେ ପଡିଆ ମଧ୍ୟକୁ ଓହ୍ଲାଇ ଆସିଥିଲେ ଗିଲ ଏବଂ ଆୟର । କିନ୍ତୁ ସେମାନେ ମଧ୍ୟ ମାତ୍ର ୪ ୪ କରି ଆଉଟ ହୋଇ ଯାଇଥିଲେ । ତେବେ ଏହାପରେ ପୁରା ଦାୟିତ୍ଵ ଆସି ଯାଇଥିଲେ ବିରାଟ କୋହଲି ଏବଂ କେ ଏଲ ରାହୁଲଙ୍କ ଉପରେ । ତେବେ ବିରାଟ କୋହଲି ମଧ୍ୟ ୫୦ ରୁ ଅଧିକ ରନ କରି ଆଉଟ ହୋଇ ଯାଇଥିଲେ ।

କିନ୍ତୁ କେ ଏଲ ବହୁତ ସମୟ ପର୍ଯ୍ୟନ୍ତ ପଡ଼ିଆରେ ତିଷ୍ଠି ରହିଥିଲେ ଆଉ ଶେଷରେ ୬୬ ରନ କରି ଆଉଟ ହୋଇ ଯାଇଥିଲେ । ତେବେ ଏପରି ଭାବରେ ଧିରେ ଧୀରେ ସମସ୍ତେ ଆଉଟ ହୋଇଯିବା ସହିତ ମାତ୍ର ୨୪୦ ରନ କରି ପାରିଥିଲେ । ଆଉ ଅଷ୍ଟ୍ରେଲିଆ ଟିମ କିନ୍ତୁ ମାତ୍ର ୪୩ ଓଭରରେ ୨୪୧ ରନ କରି ମ୍ୟାଚ ଜିତି ନେଇଥିଲା । ଆଉ ଏହାପରେ ପୁରା ଭାବପ୍ରବଣ ହୋଇ ଯାଇଥିଲେ ରୋହିତ ଶର୍ମା ଏବଂ ବିରାଟ କୋହଲି । କାହିଁକି ନା ଏହା ଦୁହିଁଙ୍କ ପାଇଁ ଶେଷ ବିଶ୍ଵକପ ହୋଇପାରେ । ବାକି ଅନ୍ୟ ସମସ୍ତଙ୍କ ଆଖିରେ ମଧ୍ୟ ଲୁହ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *