ସାମ୍ନାକୁ ଆସିଲା ବଡ଼ ସତ । ବିବାହିତ ହୋଇବି କାହିଁକି ଶାମିଙ୍କୁ ବିବାହ କରିଥିଲେ ହସିନ ।

ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳ ଦିନିକିଆ ବିଶ୍ୱକପ ୨୦୨୩ ଖେଳୁଛନ୍ତି । ଆଉ ଦଳର ସମସ୍ତ ଖେଳାଳି ଫର୍ମରେ ଅଛନ୍ତି । ଏହାରି ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ଯାହା ବିଷୟରେ ହେଉଛି , ସେ ହେଉଛନ୍ତି ମହମ୍ମଦ ଶାମି । ଯାହାଙ୍କୁକି ପ୍ରଥମ କିଛି ମ୍ୟାଚରେ ଦଳରେ ସାମିଲ କରଯାଇ ନଥିଲା । କିନ୍ତୁ ପ୍ରାୟତଃ ଶାମି ଆଉ ଏକ କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି । ତାହା ହେଉଛି ତାଙ୍କ ସ୍ତ୍ରୀ ହସିନ ଜହାଁ । ଶାମି ବର୍ତ୍ତମାନ ହସିନଙ୍କ ସହିତ ରହୁ ନାହାଁନ୍ତି ଏବଂ ଅନେକ ସମୟରେ ଶାମିଙ୍କ ବିଷୟରେ ତାଙ୍କୁ କିଛି ପ୍ରଶ୍ନ କରାଗଲେ ହସିନ ଅଜବ ବୟାନ ଦେଇଥାନ୍ତି । କିନ୍ତୁ ବର୍ତ୍ତମାନ ଆଉ ଏକ ସତ ସାମ୍ନାକୁ ଆସୁଛି , ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ କହିରଖିବୁ ଯେ ହସିନ ଶାମିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତା ପୂର୍ବରୁ ସେ ମହମ୍ମଦ ସୈଫଉଦ୍ଦିନ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଯେତେବେଳେ ଶାମି ସେମିରେ ଭଲ ପ୍ରଦର୍ଶନ କରିଥିଲେ ସେବେଠାରୁ ହିଁ ହସିନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ସମେତ ଅନେକ ସତ୍ୟ ସାମ୍ନାକୁ ଆସୁଛି । କହିରଖିବୁ ଯେ ହସିନ ୨୦୦୨ ରେ ମହମ୍ମଦ ସୈଫଉଦ୍ଦିନଙ୍କୁ ବିବାହ କରିଥିଲେ ଏବଂ ୨୦୧୦ ରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ମହମ୍ମଦ ସୈଫଉଦ୍ଦିନ ବେଷ୍ଟ ବେଙ୍ଗଲରେ ରହନ୍ତି ଏବଂ ସେ ଏକ ଛୋଟ ଗ୍ରସେରି ଦୋକାନ ଚଳାନ୍ତି । ତେବେ ତାଙ୍କ ସହିତ ଛାଡ଼ପତ୍ର ପରେ ହସିନ ଶାମିଙ୍କୁ ବିବାହ କରିଥିଲେ । ସେତେବେଳେ ଶାମି ହସିନଙ୍କ ପୂର୍ବ ବିବାହ ବିଷୟରେ ଜାଣି ପାରି ନଥିଲେ ।

ଏମିତିକି ହସିନଙ୍କର ଦୁଇଟି ଛୁଆ ଥିଲେ ଯାହାକୁ ହସିନ ନିଜ ଭଉଣୀଙ୍କ ଛୁଆ ବୋଲି କହିଥିଲେ ଯାହାର ବାପା ମା’ର ମୃତ୍ୟୁ ହୋଇଥିବା ସେ କହିଥିଲେ । ଆଉ ସେହି ଦୁଇ ଝିଅ ତାଙ୍କୁ ବାପା ମା’ ଡାକିବେ କହିବାରୁ ଶାମି ମଧ୍ୟ ରାଜି ହୋଇଥିଲେ । ତେବେ ଏସବୁ ବିଷୟରେ ହସିନ ଶାମିଙ୍କୁ ମିଛ କହିଥିଲେ । କିନ୍ତୁ ଶାମି ପରେ ହସିନଙ୍କ ପୂର୍ବରୁ ବିବାହ କଥା ଜାଣି ପାରିଥିଲେ । ଏପଟେ ସୈଫଉଦ୍ଦିନ କହିଛନ୍ତି ଯେ ହସିନ ଜହାଁଙ୍କର ଅଭିଳାଷ ସବୁବେଳେ ଉଚ୍ଚ ଥିଲା ଏବଂ ସେ କୌଣସି ବନ୍ଧନରେ ବାନ୍ଧି ହେବାକୁ ଚାହୁଁନଥିଲେ । କିନ୍ତୁ ଦୁଇଟି ପିଲା ଜନ୍ମ ହେବା ପରେ ହସିନଙ୍କୁ ଅନେକ ନେହୁରା ହୋଇଥିଲେ ସୈଫଉଦ୍ଦିନ । କିନ୍ତୁ ହସିନ କିଛି ମାନି ନଥିଲେ ଏବଂ ଛାଡ଼ପତ୍ର ହୋଇ ଯାଇଥିଲା ।

ତାପରେ ୨୦୧୪ ରେ ଆଇପିଏଲ ସମୟରେ ହସିନଙ୍କ ସହିତ ଶାମିଙ୍କର ଦେଖା ହୋଇଥିଲା ଏବଂ ଶାମି ହସିନଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆଗକୁ ବଢ଼ିବା ପରେ ଉଭୟେ ବିବାହ ମଧ୍ୟ କରି ନେଇଥିଲେ । କିନ୍ତୁ ଏହି ପ୍ରେମ ବିବାହକୁ ଶାମିଙ୍କ ଘର ଲୋକ କୁଆଡ଼େ ଅନୁମତି ଦେଇ ନଥିଲେ । ତଥାପି ଘର ଲୋକଙ୍କ ବିରୋଧରେ ଯାଇ ଶାମି ବିବାହ କରିଥିଲେ । ତାପରେବି ଏହି ପ୍ରେମ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିଲା । ଶାମିଙ୍କୁ ସନ୍ଦେହ କରି ତାଙ୍କ ନାମରେ ବଡ଼ ବଡ଼ ଅଭିଯୋଗ ଆଣିଥିଲେ ଏବଂ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । କ୍ରିକେଟ ମ୍ୟାଚ ଫିକ୍ସିଂ କରିବା ଭଳି ଅଭିଯୋଗ ମଧ୍ୟ ଶାମିଙ୍କ ବିରୋଧରେ ଆଣିଥିଲେ ହସିନ । ଯେଉଁ କାରଣରୁ ଶାମି ଚିନ୍ତାରେ ରହିଥିଲେ । କିନ୍ତୁ ବିଶ୍ୱକପ କଥା କହିଲେ ଶାମିଙ୍କ ଜବରଦସ୍ତ ପ୍ରଦର୍ଶନ ପାଇଁ ଆଜି ସାରା ଦେଶ ଗର୍ବିତ ଅନୁଭବ କରୁଛି ।

Leave a Reply

Your email address will not be published. Required fields are marked *