୨୨୦୦୦ କୋଟି ଅଧିକ ରୋଜଗାର କଲା ଭାରତ । ସବୁ ଦେଶ କରୁଛନ୍ତି ଈର୍ଷା ।

ଅକ୍ଟୋବର ଠାରୁ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ବିଶ୍ୱକପ ଆୟୋଜିତ ହୋଇଥିଲା । ଭଲରେ ଭଲରେ ବିଶ୍ୱକପର ସମାପ୍ତି ମଧ୍ୟ ହୋଇ ଯାଇଛି । କିନ୍ତୁ ଦୀର୍ଘ ୨୦ ଦିନ ପରେ ଏକ ଆଶ୍ଚର୍ଯ୍ୟ ଜନକ ସୂଚନା ସାମ୍ନାକୁ ଆସିଛି । ଯାହାକୁ ଶୁଣିବା ପରେ ଅନ୍ୟ ଦେଶ ମାନେ ମଧ୍ୟ ଭାରତ ଉପରେ ଈର୍ଷା କରିବାରେ ଆରମ୍ଭ କରିଛନ୍ତି ।

ଆଜ୍ଞା ହଁ , ବିଶ୍ୱକପ ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଥିଲା । ଯେଉଁଥିରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ମାତ୍ର ୨୪୧ ରନର ବିଜୟ ଲକ୍ଷ ଦେଇଥିଲା । କିନ୍ତୁ ଅଷ୍ଟ୍ରେଲିଆ ମାତ୍ର ଛଅଟି ବିକେଟରେ ବିଶ୍ୱକପ ମ୍ୟାଚକୁ ଅକ୍ତିଆର କରି ନେଇଥିଲା । ଭାରତ ହାରିଗଲା ସତ କିନ୍ତୁ ୨୨୦୦୦ କୋଟି ଇକୋନୋମି ଉନ୍ନତି ପାଇଲା ।

ଯେଉଁ କାରଣରୁ ଭାରତ ଉପରେ ଅନ୍ୟ ଦେଶ ମାନେ ଈର୍ଷା କରୁଛନ୍ତି । ବିଶ୍ୱକପରେ ଟ୍ରାଭେଲ ଏବଂ ହସ୍ପିଟାଲିଟିରେ ସବୁଠାରୁ ଅଧିକ ରୋଜଗାର ହୋଇଛି । ଯଦି ଭାରତର ଷ୍ଟାଡିୟମ କଥା ଦେଖିବା ତେବେ ପ୍ରତ୍ୟେକ ଷ୍ଟାଡିୟମରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା । କୌଣସି ଗୋଟିଏ ମ୍ୟାଚରେବି ଷ୍ଟାଡିୟମ ଖାଲି ପଡ଼ି ନଥିଲା ।

କ୍ରିକେଟ ପ୍ରେମୀ ହଜାର ହଜାର ଟଙ୍କାରେ ଟିକେଟ କିଣିଥିଲେ । ସବୁଠାରୁ ବଡ଼ କଥା ହେଉଛି ଯେ ରାଜ୍ୟ ରାଜ୍ୟ ଭିତରେ ଲକ୍ଷ ଲକ୍ଷ ଦର୍ଶକ କ୍ରିକେଟ ଦେଖିବାକୁ ଷ୍ଟାଡିୟମ ଆସିଥିଲେ । ଅନ୍ୟ ଦେଶର ହଜାର କ୍ରିକେଟ ପ୍ରଶଂସକ ମଧ୍ୟ ଭାରତକୁ ଆସି କ୍ରିକେଟ ବିଶ୍ୱକପର ମଜା ନେଇଥିଲେ । ଖାଲି ସେତିକି ନୁହେଁ , ଭାରତରେ ବିଭିନ୍ନ ସ୍ଥାନ ବୁଲିବା ସହିତ ଭାରତୀୟ ଖାଦ୍ୟକୁ ମଧ୍ୟ ଉପଭୋଗ କରିଛନ୍ତି ।

ସେଥିପାଇଁ ସେହି ସମୟରେ ହୋଟେଲ ଏବଂ ବିମାନର ଭଡ଼ା ଦୁଇ ଗୁଣା ବଢ଼ି ଯାଇଥିଲା । ଯାହାର ଲାଭ ଭାରତୀୟ ଅର୍ଥନୀତି ଉପରେ ପଡ଼ିଛି । ସେଥିପାଇଁ ଭାରତକୁ ୨୨୦୦୦ କୋଟି ଟଙ୍କାର ଲାଭ ହୋଇଛି । ଭାରତରେ କ୍ରିକେଟ ଖେଳକୁ ଖୁବ ପସନ୍ଦ କରାଯାଏ ଏବଂ ଏଠାକାର କ୍ରିକେଟର ମାନଙ୍କୁ ଭଗବାନଙ୍କ ଭଳି ପୂଜା କରାଯାଏ ।

ଆଉ ସେଥିରେ ଏଥରର ବିଶ୍ୱକପରେ ଭାରତ କୋଟି କୋଟି ଟଙ୍କା ରୋଜଗାର କରିଛି । ପ୍ରତ୍ୟେକ ଥର ଭାରତ ଯେତିକି ଲାଭ କରେ ଏ ବର୍ଷ ତାଠାରୁ ୨୨୦୦୦ କୋଟି ଅଧିକ ଲାଭ କରିଛି । ଯଦି ବିଶ୍ୱକପ ଅନ୍ୟ ଦେଶରେ ହୋଇଥାନ୍ତା ତେବେ ସେହି ଦେଶ ଏତେ ଲାଭପ୍ରଦ ହୋଇ ନଥାନ୍ତା । କାରଣ ଭାରତ ଭଳି କ୍ରିକେଟ ପ୍ରେମୀ ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳନ୍ତି ନାହିଁ ।

Leave a Reply

Your email address will not be published. Required fields are marked *