ବଡ ଭଉଣୀ ସାଜିଲା ର-କ୍ଷକ , ନିଜ ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ଦେଇ ଦେଲା ନିଜ ଜୀବନ

ଏ ହେଉଛି ଜଣେ ଭଉଣୀର ନିଜ ଭଉଣୀ ପ୍ରତି ଭଲ ପାଇବା ଆଉ ଏ ହେଉଛି ଜଣେ ଭଉଣୀର ଆଉ ଜଣକ ପାଇଁ ସ୍ନେହ ମମତା । କୁହାଯାଏ ମାଆ ପରେ ଆଉ ଗୋଟିଏ ମାଆ ହେଉଛି ବଡ ଭଉଣୀ । ମାଆ ଯେପରି ନିଜ ପିଲା ପାଇଁ କିଛି ବି କରିପାରେ , ସେହିଭଳି ଜଣେ ବଡ ଭଉଣୀ ନିଜ ସାନ ଭଉଣୀ ପାଇଁ କିଛି ବି କରିବାକୁ ରାଜି ଥାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘ-ଟଣା ବିଷୟରେ କହିବାକୁ ଯାଉଛୁ , ଯାହା ଆପଣଙ୍କ ଆଖିରୁ ଆଣିଦେବ ଲୁ-ହ । ତେବେ ହଁ ଆଜ୍ଞା ଏଠାରେ ଦେଖା ଯାଇଛି ଦୁହିଁଙ୍କ ନିଷ୍ପାପ ଭଲ ପାଇବା ।

ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ପୁରା ଗାଁରେ ଦୁଃ-ଖର ପାହାଡ ଛିଡା କରି ଦେଇଥିବା ବେଳେ ପୁରା ଗାଆଁ ଲୋକ ସେହି ବଡ ଭଉଣୀର ଭଲ ପାଇବାର ଉଦାହରଣ ଦେବାରେ ଲାଗିଛନ୍ତି । ତିନି ଦିନ ହେବ ଗାଆଁରେ କାହାର ପେଟକୁ ଦାନା ଗଣ୍ଡେ ଯାଇ ନାହିଁ । କାହିଁକି ନା ଗୋଟିଏ କୁନି ଝିଅ ସେମାନଙ୍କୁ ସବୁଦିନ ପାଇଁ ପର କରି ଚାଲି ଯାଇଛି । ସେ ସିନା ଚାଲିଗଲା କିନ୍ତୁ ଦେଇ ଗଲା ବଡପଣିଆର ଉଦାହରଣ । ଆଉ ଯାହାର ବର୍ତ୍ତମାନ ବେଶ୍ ଚର୍ଚ୍ଚା ।

ସୂଚନା ଅନୁଯାୟୀ , ଡେରାବିଶ ବ୍ଲକ ବାବୁଲାପାଟଣା ଗାଆଁରେ ଦେଖିବାକୁ ମିଳିଛି ଏକ ଦୁଃ-ଖଦ ଘ-ଟଣା । ତିନି ଦିନ ପୂର୍ବରୁ ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭଉଣୀ । ଆଉ ଦୁହେଁ ବେଶ ମଜା ମସ୍ତି କରୁଥିଲେ । କିନ୍ତୁ ହଠାତ୍ ସୁଅରେ ଭାସି ଯାଇଥିଲା ସାନ ଭଉଣୀ । ଆଉ ଯାହାକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲା ବଡ ଭଉଣୀ । ପ୍ରଥମେ ବାଡ଼ି ଫିଙ୍ଗି ଥିଲା ଆଉ ତାକୁ ଟାଣିବାକୁ ଚେଷ୍ଟା କରିଥିଲା । ତେବେ କିଛି ବାଟ ଟାଣିବା ଦେଇଥିଲା ବଡ ଭଉଣୀ।

ଆଉ ନିଜେ ମଧ୍ୟ ସେହି ଅକାତ କାତ ପାଣିରେ ବୁଡି ଯାଇ ଭାସି ଯାଇଥିଲା କୁଆଡେ । ତେବେ ଗାଆଁ ଲୋକ ଆସି ସାନ ଭଉଣୀକୁ ବହୁତ ଖୋଜା ଖୋଜି କରିବା ପରେ ବେହୋସ ଅବସ୍ଥାରେ ଉ-ଦ୍ଧାର କରିଥିଲେ । କିନ୍ତୁ ବଡ ଭଉଣୀକୁ ଆଦୌ ପାଇ ନଥିଲେ । ଏମିତି ତିନି ଦିନ ବିତିଯିବା ପରେ ବଡ ଭଉଣୀର ଶ-ବକୁ ଉ-ଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ତେବେ ବର୍ତ୍ତମାନ ସାନ ଭଉଣୀ ନିଜ ବଡ ଭଉଣୀର ଶ-ବକୁ ଦେଖି ସହି ପାରି ନାହିଁ । ଆଉ ବାହୁନି ବାହୁନି ନିଜ ଦିଦିକୁ ଖୋଜିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *