୧୫ କୋଟି ଟଙ୍କା ସହିତ ମିଳିଲା କ୍ୟାପଟେନ ପଦ , ପାଞ୍ଚଥରର ଚାମ୍ପିୟନ କରାଇଥିବା ଅଧିନାୟକଙ୍କୁ ଦଳ କଲା ବାହାର ।

ଗତ କିଛିଦିନ ତଳେ ଆଇପିଏଲ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୧୫ କୋଟି ଦେଇ ନିଜ ଦଳରେ ସାମିଲ କରିଥିଲା । ୧୫ କୋଟିରେ ଦଳ ପରିବର୍ତ୍ତନ ସହିତ ସମସ୍ତେ ମଧ୍ୟ କହିଥିଲେ ଯେ ଟଙ୍କା ସହିତ ତାଙ୍କୁ ଦଳର ନେତୃତ୍ୱ ମିଳିପାରେ । କିନ୍ତୁ ତାହା ଯେ ସତ ହୋଇଯିବ ତାହା କେହି କଳନା ସୁଦ୍ଧା କରି ନଥିଲେ ।

ପାଞ୍ଚ ଥର ଚମ୍ପିୟନ କରାଇଥିବା ଅଧିନାୟକଙ୍କୁ ଆଜି ଦଳ ବାହାର କରି ଦେଇଛି । ମୁମ୍ବାଇ ଇଣ୍ଡିଆନସର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଦଳ ଗାଦିଚ୍ୟୁତ କରିଛି । ଆଉ ଏହା ବଦଳରେ ନୂଆ ଅଧିନାୟକ ଭାବରେ ହାର୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତି ମିଳିଛି । ଏ ବିଷୟରେ ପୂର୍ବରୁ ମଧ୍ୟ ଅନେକ ଆଲୋଚନା ଜୋର ଧରିଥିଲା ଯେ ହାର୍ଦିକ ପାଣ୍ଡ୍ୟା ଦଳ ପରିବର୍ତ୍ତନ କରି ପୁଣିଥରେ ମୁମ୍ବାଇ ଇଣ୍ଡିଆନସକୁ ଫେରିବେ ବୋଲି ।

ଆଉ ବର୍ତ୍ତମାନ ଖବର ଆସିଛି ଯେ ଏଥର ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହୋଇଛନ୍ତି ହାର୍ଦିକ ପାଣ୍ଡ୍ୟା । କୌଣସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରିଟେନ ଏବଂ ରିଲିଜ ସମୟରେ MI ପାଣ୍ଡ୍ୟାଙ୍କୁ ସାମିଲ କରିବ ବୋଲି । ଆଉ ତାହାହିଁ ହୋଇଛି । କିନ୍ତୁ ଖାଲି ସେତିକି ନୁହେଁ , ତାଙ୍କୁ ୧୫ କୋଟି ଟଙ୍କା ସହିତ ଅଧିନାୟକ ପଦ ମଧ୍ୟ ମିଳିଛି ।

ଆଇପିଏଲ ୨୦୨୪ ରେ ହାର୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳର ନେତୃତ୍ୱ ନେବେ । ୨୦୧୩ ରୁ ୨୦୨୩ ପର୍ଯ୍ୟନ୍ତ ରହିତ ନିଜ ଅଧିନୟକତ୍ୱ ଦ୍ୱାରା ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚଥର ଚାମ୍ପିୟନ କରାଇ ଥିଲେ । ଖାଲି ସେତିକି ନୁହେଁ MI କୁ ସେ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ବିଜେତା କରାଇଥିଲେ ।

ଆଉ ବର୍ତ୍ତମାନ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବା ପରେ ଦର୍ଶକ କହୁଛନ୍ତି ଯେ ମୁମ୍ବାଇ ଇଣ୍ଡିଆନ୍ସ କୁଆଡ଼େ ରୋହିତ ଶର୍ମାଙ୍କୁ ଧୋକା ଦେଇଛି । ପୁଣି ଗତ କିଛିଦିନ ତଳେ ହୋଇଥିବା ଦିନିକିଆ ବିଶ୍ୱକପ ୨୦୨୩ ରେ ଭାରତର ପରାଜୟରେ ରୋହିତ ପଡ଼ିଆରେ କାନ୍ଦି ପକାଇଥିଲେ । ଆଉ ବର୍ତ୍ତମାନର ଏହି ଖବର ହୁଏତ ତାଙ୍କୁ ଆହୁରି ବ୍ୟାଘାତ କରିପାରେ । ଆଉ ଏହାକୁ ନେଇ ଲୋକେ କହୁଛନ୍ତି ଯେ କୁଆଡ଼େ ରୋହିତ ଶର୍ମା ଦଳରୁ ଯିବା କାରଣରୁ ବୁମରା ମଧ୍ୟ ଦଳ ଛାଡ଼ିଦେବେ ।

ଥରେ ପୂର୍ବତନ ଖେଳାଳି ଇରଫାନ ପଠାନ କହିଥିଲେ ଯେ MI ଏକ ଏପରି ୟୁନିଭରସିଟି ଯେଉଁଠି ଗ୍ରାଜୁଏସନ କଲେ ସୁପରଷ୍ଟାର ବନିଯିବ । ସେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ରୋହିତ ଶର୍ମାଙ୍କ ଅଣ୍ଡରରେ କାଷ୍ଟ ଖେଳି ପାରିଥାନ୍ତି । ରୋହିତ ଶର୍ମା ମଧ୍ୟ ଅନେକ ଖେଳାଳିଙ୍କୁ ସୁପରଷ୍ଟାର କରାଇଛନ୍ତି । ସେଥିମଧ୍ୟରେ ଯଶପ୍ରୀତ ବୁମରା , ସୂର୍ଯ୍ୟ କୁମାର ଯାଦବ ଏବଂ ହାର୍ଦିକ ପାଣ୍ଡ୍ୟା ରହିଛନ୍ତି ।

Leave a Reply

Your email address will not be published. Required fields are marked *