କ୍ରିକେଟ ଖେଳିବା ପାଇଁ ଦିନେ ଲାଗୁଥିଲେ ମଜୁରୀ । ଆଉ ଏବେ କ୍ରିକେଟ ପଡ଼ିଆରେ କରୁଛନ୍ତି ରାଜ ।

୨୦୦୦ ମସିହା ସେପ୍ଟେମ୍ବର ୫ ରେ ରାଜସ୍ଥାନ ଜୋଧପୁରର ଏକ ଛୋଟ ଗ୍ରାମରେ ରବି ବିଷ୍ଣଇ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ସରକାରୀ ସ୍କୁଲ ଶିକ୍ଷକ ଥିବା ବେଳେ ମା’ ଥିଲେ ଗୃହିଣୀ । ପିଲାଦିନେ ରବି ଅନ୍ୟ ପିଲାଙ୍କ ଭଳି ମଧ୍ୟ କ୍ରିକେଟ ଖେଳିବାକୁ ପସନ୍ଦ କରୁଥିଲେ । ସ୍କୁଲରୁ ଆସି ଟେନିସ ବଲରେ ଖେଳିବା ସହିତ ଘର ପାଖ ଆର୍କିୟ ଗ୍ରାଉଣ୍ଡକୁ ଖେକିବାକୁ ଯାଉଥିଲେ । ସେ ପ୍ରଥମରୁ ହିଁ ପେସ ବୋଲିଂ କରିବାକୁ ପସନ୍ଦ କରୁଥିଲେ । ତେବେ ଘର ଠାରୁ ଅଳ୍ପ ଦୂରରେ ନରେନ୍ଦ୍ର ଶର୍ମା ନାମକ ଜଣେ ବ୍ୟକ୍ତି ପିଲାଙ୍କୁ ଖେଳ ଶିଖାଉଥିଲେ । କିନ୍ତୁ ସେଠାରେ କଂକ୍ରିଟ ପିଚ ଥିଲା । ତେଣୁ ଡେ ବାପାଙ୍କ ଠାରୁ ଟଙ୍କା ବ୍ୟୟ ନେଇ ସେଠାରେ ଖେଳ ଶିଖିବାକୁ ଲାଗିଲେ ।

କିନ୍ତୁ କୋଚ୍ ତାଙ୍କୁ ପେସ ଛାଡ଼ି ସ୍ପିନ ବୋଲିଂ କରିବାକୁ ନିର୍ଦେଶ ଦେଇଥିଲେ । ପ୍ରଦତ୍ତ ସିଂହ ରାଠୋର ଏବଂ ଶାହରୁଖ ପଠାନ ନାମକ ଦୁଇଜଣ ସିନିୟର ଖେଳାଳିଙ୍କ ସହିତ ବିଷ୍ଣଇଙ୍କର ସାକ୍ଷାତ ହୋଇଥିଲା । କିନ୍ତୁ ୨୦୦୨ରେ ସେମାନେ ବାହାରକୁ ଚାକିରୀ ପାଇଁ ଚାଲିଯିବା ପରେ ସବୁକିଛି ବଦଳିଗଲା ଏବଂ ବିଷ୍ଣଇଙ୍କୁ ଅଣ୍ଡର 16 ରେ ମଧ୍ୟ ଜାଗା ମିଳିଲା ନାହିଁ । ଆଉ ଦୁଇବର୍ଷ ପରେ ପ୍ରଦତ୍ତ ଏବଂ ଶାହରୁଖ ଘରକୁ ଫେରି କ୍ରିକେଟ ଖେଳୁଥିବା ପିଲାଙ୍କ ପାଇଁ କିଛି କରିବାକୁ ଚିନ୍ତା କଲେ । ନିଜ ଗାଁରେ ଏକ କ୍ରିକେଟ ଗ୍ରାଉଣ୍ଡ କରିବା ପାଇଁ ଏକ ପଡ଼ିଆ ଭଡ଼ାରେ ନେଇ କାମ ଆରମ୍ଭ କଲେ । ଏଥିରେ ବିଷ୍ଣଇ ଏବଂ ଅନ୍ୟ ପିଲାମାନେ ସାହାଯ୍ୟ କରିଥିଲେ ।

ମାର୍ଚ୍ଚ ୨୦୧୬ ରେ ସ୍ପର୍ଟନ କ୍ରିକେଟ ଏକାଡେମୀ ନାମରେ ଗ୍ରାଉଣ୍ଡ ଲଞ୍ଚ ହେବାପରେ ସେଠାରେ ରବି ପ୍ରାକ୍ଟିସ କଲେ । ଏହାପରେ ନିଜ ପ୍ରଦର୍ଶନ ଦ୍ୱାରା ରାଜସ୍ଥାନ ଅଣ୍ଡର 19 ରେ ସେ ମନୋନୀତ ହେଲେ । ୨୦୧୮ ମସିହା ଆଇପିଏଲ ଟିମ ରାଜସ୍ଥାନ ରୟାଲସ ଦଳରେ ସେ ସାମିଲ ହୋଇଥିଲେ । କିନ୍ତୁ କିଛି ମ୍ୟାଚରେ ତାଙ୍କୁ ସୁଯୋଗ ନମିଳି ପରେ ଦ୍ଵାଦଶ ପରୀକ୍ଷା ପାଇଁ ଘରକୁ ଯିବାକୁ ବାହାରି ଥିଲେ । କିନ୍ତୁ କୋଚ୍ ମନା କରିଥିଲେ । ଏହାପରେ ଡୋମେଷ୍ଟିକରେ ପ୍ରଥମ ମ୍ୟାଚରେ ଦୁଇଟି ବିକେଟ ନେଇଥିଲେ ବିଷ୍ଣଇ । ଏହାପରେ ତାଙ୍କୁ ଅଣ୍ଡର 19 ଭାରତୀୟ ଦଳରେ ସୁଯୋଗ ମିଳିଗଲା । ଆଉ ଏହାପରେ ସେ ଅଣ୍ଡର 19 ବିଶ୍ୱକପ ଏବଂ ଆଇପିଏଲରେ ମଧ୍ୟ ବଡ଼ ଡିମାଣ୍ଡ ଥିବା ଖେଳାଳି ହୋଇଗଲେ ।

୨୦୨୦ ରେ ସେ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷ ଆଇପିଏଲ ମ୍ୟାଚରେ ଡେବ୍ୟୁ କରିଥିଲେ । ସେଥିରେ ଭଲ ପ୍ରଦର୍ଶନ କାରଣରୁ ତାଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଗଲା । ୨୦୨୨ ରେ ODI ଏବଂ ଟି20 ରେ ସେ ସାମିଲ ହୋଇଥିଲେ କିନ୍ତୁ ଦିନିକିଆରେ ତାଙ୍କୁ ସାମିଲ କରାଯାଇ ନଥିଲା । ଜାନୁୟାରୀ ୧୬ , ୨୦୨୨ ରେ ସେ 20/20 ରେ ସେ ଡେବ୍ୟୁ କରିଥିଲେ । ପ୍ରଥମ ମ୍ୟାଚରେ ହିଁ ଘାତକ ବୋଲିଂ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ । ୨୦୨୨ ରେ ଲକ୍ଷ୍ନୌ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ଅକ୍ଟୋବର ୬ , ୨୦୨୨ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଦିନିକିଆରେ ପଦାର୍ପଣ କରିଥିଲେ । ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ମଧ୍ୟ ବିଷ୍ଣଇ ସର୍ବାଧିକ ୯ ଟି ବିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *