ଛାତ୍ର ଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମିଳିବ ୧୫ ହଜାର ଟଙ୍କା ।

ଛାତ୍ର ଛାତ୍ରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ଘୋଷଣା କରିଛନ୍ତି ଯାହାକୁ ଜାଣିଲେ ସମସ୍ତେ ଖୁସି ହୋଇଯିବେ । ଏଣିକି +୩ ଏବଂ ପିଜି ପିଲାଙ୍କୁ ହଜାର ହଜାର ଟଙ୍କାର ସ୍କଲାରଶିପ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ 5T ସଚିବ ଭି.କେ ପଣ୍ଡିଆନ ଚାଲିଛନ୍ତି । ରାଜ୍ୟରେ ଶିକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି ।

ଆଉ ବର୍ତ୍ତମାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଭି.କେ ପାଣ୍ଡିଆନ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ସେହି ଘୋଷଣା ବିଷୟରେ ଜାଣିଲେ ସବୁ ଛାତ୍ର ଛାତ୍ରୀ ଖୁସି ହୋଇଯିବେ । ଏଥର +୩ ଏବଂ ପିଜି ଛାତ୍ର ଛାତ୍ରୀଙ୍କୁ ୧୫ ହଜାର ଟଙ୍କାର ସ୍କଲାରଶିପ ମିଳିବାକୁ ଯାଉଛି । ସେହି ଟଙ୍କା ଛାତ୍ର ଛାତ୍ରୀଙ୍କ ପାଠପଢ଼ାରେ ଖୁବ ସହାୟକ ହେବ ।

5T ଅଧ୍ୟକ୍ଷ ଭି.କେ ପଣ୍ଡିଆନ ଯାଜପୁର ଯାଇ ନୂଆ ସ୍କଲାରଶିପର ବଡ଼ ଘୋଷଣା କରିଛନ୍ତି । ଆଉ ଆଜି ଆମେ ଏହି ସ୍କଲାରଶିପକୁ ନେଇ ସବୁ ତଥ୍ୟ ଆପଣ ମାନଙ୍କୁ ଦେବାକୁ ଯାଉଛୁ । ମୁଖ୍ୟମନ୍ତ୍ରୀଙ୍କର ଏହି ବଡ଼ ଘୋଷଣା ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାରେ ଖୁବ ସହାୟକ ହେବ ।

ଛାତ୍ର ମାନଙ୍କୁ ୯୦୦୦ ଟଙ୍କାର ସ୍କଲାରଶିପ ମିଳିବାକୁ ଥିବାବେଳେ ଛାତ୍ରୀ ମାନଙ୍କୁ ୧୦ ହଜାର ଟଙ୍କାର ସ୍କଲାରଶିପ ମିଳିବ । ତେବେ ଏହି ସ୍କଲାରଶିପ କେବଳ +୩ ଏବଂ ପିଜି ପିଲାଙ୍କ ପାଇଁ ଉପଲବ୍ଧ ଅଟେ । ଏହି ସ୍କଲାରଶିପ ଆସନ୍ତା ୨୦ ରୁ ୨୫ ତାରିଖ ଭିତରେ ମିଳିବାକୁ ଯାଉଛି । ସେହି ଟଙ୍କା ସିଧାସଳଖ ଛାତ୍ର ଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ଚଳିତ ବର୍ଷରୁ ଏହି ସ୍କଲାରଶିପର ବ୍ୟବସ୍ଥା କରାଯାଇଛି , ଯାହାକି ୯୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ବହୁତ ସହାୟକ ହେବ ବୋଲି ଭି.କେ ପାଣ୍ଡିଆନ କହିଛନ୍ତି ।

ସେହିଭଳି ରାଜ୍ୟରେ ୩୫ ହଜାର ପିଜି ଛାତ୍ର ଛାତ୍ରୀଙ୍କୁ ମଧ୍ୟ ଏହି ବୃତ୍ତି ମିଳିବାକୁ ଯାଉଛି । ତେବେ ଏହି ଛାତ୍ର ବୃତ୍ତି , ସରକାରୀ କର୍ମଚାରୀ ଏବଂ ଆୟକର ଭରୁଥିବା ଅଭିଭାବକଙ୍କ ପିଲାଙ୍କୁ ମିଳିବ ନାହିଁ । ଛାତ୍ର ଛାତ୍ରୀଙ୍କୁ ଏଭଳି ବୃତ୍ତି ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ ଅଟେ । ଛାତ୍ର ବୃତ୍ତି ସହିତ ଛାତ୍ର ଛାତ୍ରୀ ଅଧିକ ଟଙ୍କା ମଧ୍ୟ ପାଇ ପାରିବେ ।

ସେଥିପାଇଁ ୩୦୦ କୋଟିର କର୍ପସ ଫଣ୍ଡ ରହିଛି । ଆସନ୍ତା ବର୍ଷରୁ ତାହା ଲାଗୁ ହେବ ବୋଲି କୁହାଯାଇଛି । କୋକରିକୁଲମ ଆକ୍ଟିଭିଟିରେ ପ୍ରଦର୍ଶନ ଅନୁଯାୟୀ ପଏଣ୍ଟ ମିଳିବ ଏବଂ ଅଧିକ ପଏଣ୍ଟ ସହିତ ଅଧିକ ଟଙ୍କାର ସ୍କଲାରଶିପ ମଧ୍ୟ ମିଳିବ । ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ହେବ । ଏସବୁରେ ଭାଗ ନେଲେ ସ୍କଲାରଶିପ ଟଙ୍କା ବଢ଼ି ଚାଲିବ । ଅଂଶ ଗ୍ରହଣ କଲେ ଅଧିକ ଇନସେନଟିଭ ମଧ୍ୟ ମିଳିବ ।

Leave a Reply

Your email address will not be published. Required fields are marked *