୭ ଜଣଙ୍କୁ ଦୁ-ଷ୍କର୍ମ କଲା । ଦେଖିଦେଲେ ଘରକୋକ, ଆଉ ତା ପରେ…..

ଘୃଣ୍ୟ, ବର୍ବରତା ଆଉ ହୀନ ମାନସିକତା ସବୁ କିଛିର ସୀମା ଟପିଗଲା ଦେହର ଭୋକ ଆଉ ମନର କାମନା । ଦେହର ଭୋକ ପାଇଁ ମଣିଷ ଏତେ ତଳକୁ ଖସିଗଲା ଯେ ଶେଷରେ କୁନି କୁନି ପିଲାଙ୍କୁ ବି ଛାଡିଲାନି ଭାଇ । ଜଙ୍ଗଲକୁ ଡାକି ନେଇ ଅପ୍ରାକୃତିକ ଯୌ-ନ ସମ୍ପର୍କ ରଖୁଥିଲା ପଡିଶା ଭାଇ । କେବଳ ପୁଅମାନଙ୍କ ସହ ନୁହେଁ ବରଂ ଝିଅମାନଙ୍କ ସହ ବି ଏଭଳି ସମ୍ପର୍କ ରଖି ଦୁ-ଷ୍କର୍ମ କରିଛି ଭାଇ, ଆଉ ଏ ସମ୍ପର୍କରେ କାହା ପାଖରେ କହିଲେ ମାଡ ମାରିବାକୁ ଧମକ ଦେଇଥିଲା ।

ଖାଲି ସେତିକି ନୁହେଁ ପୁଅ ସହ ଏଭଳି ଖରାପ କରିବା ଯୋଗୁଁ ମା’ ଅଭିଯୋଗ କରିବାରୁ ସେ ଅଭିଯୁକ୍ତଙ୍କ ମାଆ କହିଥିଲେ ଯେ କେବଳ ଛୁଆ ନୁହେଁ ମା’ ସହ ବି ଏମିତି କରିବା ଦରକାର । ତାଙ୍କ ପୁଅର ଯାହା ଇଚ୍ଛା ହେବ ସେ ସେୟା କରିବ । ତାକୁ କେହି ଏଥିରେ ବାଧା ଦେବେନି ଯିଏ ବାଧା ଦେବ ତାହା ସହ ମଧ୍ୟ ଏଭଳି ଖରାପ୍ କାମ କରିବ ତାଙ୍କ ପୁଅ । ହଁ ଆଜ୍ଞା ଏଭଳି ଏକ ଲଜ୍ୟାକର ଘଟଣା ସାମ୍ନାକୁ ଆସିଛି ରେମୁଣା ଥାନା ଅଂଚଳରେ ।

୭ଜଣ ଶିଶୁଙ୍କ ସହ ଅପ୍ରାକୃତିକ ଯୌ-ନକ୍ରିୟା ଅଭିଯୋଗ । ଏହି ଅଭିଯୋଗ ପରେ ଜଣେ ନାବାଳକ କୁ ରେମୁଣା ଥାନା ପୁଲିସ ଅଟକ ରଖିଛି । ରେମୁଣା ଏନ୍-ଏ-ସିର ୩ ନମ୍ବର ୱାର୍ଡ଼ ର ହରିପୁର ଗାଁ ରେ ଏଭଳି ଅଭାବନୀୟ ଘଟଣା ପରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଘଟଣାସ୍ଥଳରେ ରେମୁଣା ପୁଲିସ୍ ପହଞ୍ଚି ପରିସ୍ଥିତି କୁ ଶାନ୍ତ କରିଥିଲା । ଗାଁ’ର ୩ ଜଣ ନାବାଳିକା ଓ ୪ ଜଣ ନାବାଳକ ଶିଶୁଙ୍କୁ ନେଇ ଅନ୍ୟଜଣେ ନାବାଳକ ବୁଦା ମୂଳେ ଅପ୍ରାକୃତିକ ଯୌ-ନକ୍ରିୟା କରିଥିବା ରେମୁଣା ଥାନାରେ ଅଭିଯୋଗ ହୋଇଛି ।

ଘଟଣାକୁ ନେଇ ଦୁଇ ପକ୍ଷରୁ ରେମୁଣା ଥାନାରେ ୪ଟି ମାମଲା ରୁଜୁ କରାଯାଇଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି । ସେହିଭଳି ଅଟକ ନାବାଳକଙ୍କ ମାଆଙ୍କ ଅଭିଯୋଗ ମୂଳେ ରଥ ମୁର୍ମୁ ନାମକ ଜଣେ ଯୁବକ ଥାନାରେ ଅଟକ ରହିଛି ।

Leave a Reply

Your email address will not be published. Required fields are marked *