ନିଜ ଜନ୍ମଦିନରେ ବାବୁଶାନ , ସକାଳୁ ବାପା ମାଆଙ୍କୁ ମାରିଲେ ମୁଣ୍ଡିଆ ଆଉ କହିଲେ ଏମିତି କଥା…

ଓଲିଉଡର ସୁପରଷ୍ଟାର ବାବୁଶାନ ମହାନ୍ତି । ନିଜର ନିଆରା ଅଭିନୟ ପାଇଁ ଘରେ ଘରେ ପରିଚିତ । ଆଉ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସେ । ତାଙ୍କ ଅଭିନୟ ପ୍ରେମରେ ସମସ୍ତେ ପାଗଳ । କଥା କଥାରେ ତାଙ୍କ କମେଡି ରହିଥାଏ , ଯାହା ସମସ୍ତଙ୍କୁ ଅତ୍ୟନ୍ତ ମନୋରଞ୍ଜନ କରିଥାଏ । ତେବେ ଏହି ସମୟ ମଧ୍ୟରେ ବାବୁଶାନ ଏବଂ ପ୍ରକୃତିଙ୍କୁ ନେଇ ବିବାଦ ଜୋର ଧରି ଥିବାବେଳେ ଆଜି ବାବୁଶାନଙ୍କର ଜନ୍ମଦିନ ।

ଯେଉଁ ଦିନକୁ ତାଙ୍କ ପ୍ରଶଂସକ ମାନଙ୍କର ଅପେକ୍ଷା ରହିଥିଲା ତାହା ଆଜି ଆସିଯାଇଛି । ତେବେ ଗତକାଲି ଗଣମାଧ୍ୟମକୁ ସାମ୍ନା କରି ନିଜ ଜନ୍ମଦିନ ବାବଦରେ ମୁହଁ ଖୋଲିଥିଲେ ବାବୁଶାନ । ନିଜ ଜନ୍ମଦିନ କିପରି ପାଳିବେ ଆଉ ନିଜ ସ୍ତ୍ରୀ ପିଲାଙ୍କୁ ଭେଟିବେ କି ନାହିଁ ମଧ୍ୟ ତାଙ୍କୁ ପ୍ରଶ୍ନ କରା ଯାଇଥିଲା । ଏହାପରେ ସେ କହିଥିଲେ ଜନ୍ମଦିନ ଅତ୍ୟନ୍ତ ସାଧାରଣ ଭାବରେ ପାଳନ କରାଯିବ । ନିଜ ପରିବାର ସହ ପାଳନ କରିବେ ।

ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ପିଲା ମଧ୍ୟ ଏଥିରେ ଯୋଗ ଦେବେ । ସେ ଆହୁରି ମଧ୍ୟ କହିଥିଲେ କି , ଯଦି ତାଙ୍କ ସ୍ତ୍ରୀ ଆଉ ପୁଅ ଆସିବେ ନାହିଁ , ତେବେ ସେ ନିଜେ ଯାଇ ତାଙ୍କୁ ଭେଟିବେ । ତେବେ ଏ କଥା ଆଜି ଜଣାପଡିବ , ପ୍ରକୃତରେ ବାବୁଶାନ ନିଜ କଥାକୁ ରଖୁଛନ୍ତି ନା ଫାଙ୍କି ଦେଉଛନ୍ତି । ତେବେ ଆଜି ନିଜ ଜନ୍ମଦିନରେ ବାବୁଶାନ ସକାଳୁ ଉଠି ନିଜ ବାପା ମାଆଙ୍କୁ ମୁଣ୍ଡିଆ ମାରିଛନ୍ତି । ଆଉ ଜନ୍ମଦିନରେ ଆଶୀର୍ବାଦ ନେଇଛନ୍ତି।

 

ଏହାପରେ ଆଗକୁ ସେ ନିଜ ଜନ୍ମଦିନ ପାଳନ କରିବେ ବୋଲି କୁହାଯାଉଛି । ଏହାବ୍ୟତୀତ ସମସ୍ତଙ୍କର ଅପେକ୍ଷା କେବେ ବାବୁଶାନ ଏବଂ ପ୍ରକୃତି ମିଶ୍ରଙ୍କ ବିବାଦର ଅନ୍ତ ଘଟିବ । ଘରେ ସୁଖ ଶାନ୍ତି ଫେରି ଆସିବ । ବାବୁ ନିଜ ପରିବାର ପାଖରେ ରହିବେ ଆଉ ସମୟ ଅତିବାହିତ କରିବେ । ପୁଣି ତାଙ୍କ ସୁଖର ସଂସାର ହେବ ଆଉ ତାଙ୍କ ସ୍ତ୍ରୀ ପିଲା ମଧ୍ୟ ତାଙ୍କ ସହ ରହିବେ । ଯଦି ଆପୋଷ ବୁଝାମଣା ହୋଇଯିବ , ତେବେ ସବୁ ଠିକ୍ ହୋଇଯିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *