ବାବୁଶାନ ପ୍ରକୃତି ମାମଲାର ମୁଖ୍ୟ ଖଳନାୟିକା ଜୟିତା ରାୟ ! ସାମ୍ନାକୁ ଆସିଲା ସତ୍ୟ ଘଟଣା…

ବହୁ ବାଦ ବିବାଦ ପରେ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରାଯାଉଛି । ପ୍ରକୃତି ଏବଂ ବାବୁଶାନ ମହାନ୍ତି ପ୍ରେମ କାହାଣୀ ପଛରେ ଲୁଚି ରହିଥିବା ସତ୍ୟ କଥା କେବେ ସାମ୍ନାକୁ ଆସିବ , ତାହା ପାଇଁ ସମସ୍ତେ ଅନାଇ ବସିଛନ୍ତି । ଏସବୁ ମଧ୍ୟରେ ଚେନ୍ନାଇରେ ରହିଥିବା ବାବୁଶାନ ବର୍ତ୍ତମାନ ଭୁବନେଶ୍ବର ଫେରି ଆସିଛନ୍ତି ଏବଂ ଦୁଇ ଦିନ ବିଶ୍ରାମ ନେବେ ବୋଲି କହିଛନ୍ତି କାରଣ ତାଙ୍କ ଶରୀର ବହୁତ ଅସୁସ୍ଥ ରହିଛି ।

ତେଣୁ ଦୁଇ ଦିନ ପରେ ଗଣମାଧ୍ୟମକୁ ଭେଟି ସେ ସବୁ କଥା କହିବେ ବୋଲି କହିଛନ୍ତି । ତେବେ ଦେଖାଯାଉ ବାବୁଶାନ ଗଣମାଧ୍ୟମ ଆଗରେ କଣ କହୁଛନ୍ତି । ଭୁଲ୍ କାହାର ସେ କଥା ତ ସମୟ କହିବ। ତେବେ ଏସବୁ ମଧ୍ୟରେ ବର୍ତ୍ତମାନ ଜଣେ ଖଳନାୟିକାଙ୍କର ନାମ ସାମ୍ନାକୁ ଆସିଛି । ଯିଏ ବାବୁଶାନ ଆଉ ପ୍ରକୃତ ମାମଲାରେ ଛନ୍ଦି ହୋଇଛନ୍ତି । ସେ ହେଉଛନ୍ତି ବାବୁଶାନଙ୍କର ଜଣେ ପି ଆର ମ୍ୟାନେଜର ଜୟିତା ରାୟ ।

ଆଜି ଭାଇରାଲ ହୋଇଥିବା ଅଡିଓକୁ ସେ ଭାଇରାଲ କରିଛନ୍ତି ବୋଲି କୁହାଯାଉଛି । କାରଣ ତାଙ୍କର ରାଗ ପ୍ରକୃତି ମିଶ୍ରଙ୍କ ଉପରେ ଥିବା କଥା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ତୃପ୍ତିଙ୍କୁ ମଧ୍ୟ ସେ ବାବୁଶାନ ଏବଂ ପ୍ରକୃତି ମାମଲା କହିଥିବା କୁହାଯାଉଛି । ବାସ୍ତବରେ ଜୟିତା ହେଉଛନ୍ତି ସିଗନେଚର ୨୪ ପ୍ରଡକ୍ସନର ମ୍ୟାନେଜର ଯିଏକି ବାବୁଶାନଙ୍କର ସମସ୍ତ ଚଳଚ୍ଚିତ୍ରର ପ୍ରମୋଶନ କରିଥାନ୍ତି । ଲକଡାଉନ ପରେ ପ୍ରକୃତି ମଧ୍ୟ ଆସି ତାଙ୍କ ସହ ଜଡିତ ହୋଇଥିଲେ ।

କିନ୍ତୁ କିଛି ମାସ ପରେ ପ୍ରକୃତି ସେହି ପ୍ରଡକ୍ସନ ଛାଡି ଦେଇଥିଲେ ଆଉ ଅନ୍ୟ ସମସ୍ତ ପ୍ରଡକ୍ସନରେ ଯୋଡି ହୋଇଥିଲେ । ବୋଧେ ସେଥିପାଇଁ ଜୟିତାଙ୍କର ରାଗ ବଢିଥିଲା ଆଉ ସେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ ବୋଲି ଚର୍ଚ୍ଚା ହେବାରେ ଲାଗିଛି । ଜୟିତା ନିଶ୍ଚିତ ଭାବରେ ବାବୁଶାନ ଏବଂ ପ୍ରକୃତି ମିଶ୍ରଙ୍କ କଥା ଜାଣିଥିଲେ ତେଣୁ ସେ ଏଭଳି ପଦକ୍ଷେପ ନେଇଥିବା କଥା କୁହାଯାଉଛି । ତେବେ ଆଗକୁ ତଦନ୍ତ ହେଲେ ସବୁ କଥା ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *