ଭାଇରଲ ଅଡ଼ିଓକୁ ନେଇ ଏପରି କହିଲେ ବାବୁଶାନ :-

ବାବୁଶାନ, ପ୍ରକୃତି ଏବଂ ତୃପ୍ତି ବିବାଦ ଆରମ୍ଭ ହେବାପରେ ବର୍ତ୍ତମାନ ସମୟରେ ସେହି ଘଟଣା ସମ୍ବନ୍ଧୀୟ ଅନେକ ସୂଚନା ସାମ୍ନାକୁ ଆସିବାରେ ଲାଗିଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ କଲ ରେକର୍ଡ଼ିଂ ଭାଇରଲ ହୋଇଛି ଯାହାକୁ ନେଇ ବର୍ତ୍ତମାନ ବିବାଦ ଆହୁରି ବଢ଼ିବାରେ ଲାଗିଛି । ମିଡ଼ିଆ ବର୍ତ୍ତମାନ ଏହା ଜାଣିବାକୁ ଚେଷ୍ଟା କରିଛି ଯେ ଏହି କଲ ରେକର୍ଡ଼ିଂ ସତ କି ମିଛ । କିମ୍ବା ଏହାକୁ ନେଇ ବାବୁଶାନ କଣ ପ୍ରତିକ୍ରିୟା ରଖୁଛନ୍ତି ।

ତେବେ ଭାଇରଲ କଲ ରେକର୍ଡ଼ିଂ ବିଷୟରେ ବାବୁଶାନ ମଧ୍ୟ ନିଜ ମତ ରଖିଛନ୍ତି । ସେ ଖାଲି ଏତିକି କହିଛନ୍ତି ଯେ କଲ ରେକର୍ଡ଼ିଂ କୁ ଭଲ ଭାବରେ ଶୁଣିଲେ ଜାଣିହେବ ଯେ କଣ ସତ ଏବଂ କଣ ମିଛ । କିନ୍ତୁ ଏପଟେ କଲ ରେକର୍ଡ଼ିଂରୁ ବେଶ ସ୍ପଷ୍ଟ ଭାବରେ ଜାଣି ହେଉଛି ଯେ ତାହା ପ୍ରକୃତି ଏବଂ ବାବୁଶାନଙ୍କ ଭୋଏସ । କିନ୍ତୁ ବାବୁଶାନଙ୍କ ଏପରି ମନ୍ତବ୍ୟ ପରେ ସନ୍ଦେହ ପ୍ରକାଶ ପାଉଛି ଯେ ବୋଧହୁଏ କଲ ରେକର୍ଡ଼ିଂ ପଛରେ ଆଉ କିଛି କାରଣ ରହିଛି ।

ତେବେ ବାବୁଶାନଙ୍କ ଏପରି ମତ ପରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ନିଜ ଜନ୍ମଦିନକୁ କିପରି ପାଳନ କରିବେ । ସେ ଚଳିତ ବର୍ଷ ନିଜର ଜନ୍ମଦିନ ନିଜ ପରିବାର ଅର୍ଥାତ ବାପା, ମା , ପୁଅ ଏବଂ ସ୍ତ୍ରୀ ସହିତ ପାଳନ କରିବେ ବୋଲି କହିଛନ୍ତି । ଆଉ ଯାହା କିଛିବି ସେ ନିଜ ଜନ୍ମଦିନରେ କରିବେ ସେ ନିଶ୍ଚିତ ସମସ୍ତଙ୍କ ସହିତ ସେୟାର କରିବେ । ପୁଣି ମାମଲା ସମ୍ବନ୍ଧରେ ସେ ଇଣ୍ଟରଗେସନ ପରେ କହିବେ ବୋଲି କହିଛନ୍ତି । ତାଙ୍କ କହିବା କଥା ଯେ ଯାହା କିଛିବି ସେ ପ୍ରତିକ୍ରିୟା ରଖିବେ ତାହା କଥାବାର୍ତ୍ତା ହେବା ପରେ ନିଜେ ହିଁ ଜଣାଇବେ ।

ସେ କେବଳ ଏତିକି କହିଛନ୍ତି ଯେ ସେ ନିଜ ସ୍ତ୍ରୀ ଏବଂ ପରିବାର ସହିତ ଜନ୍ମଦିନ ପାଳନ କରିବେ । ଆଉ ଏସବୁକିଛି ଠିକ ଠାକ ହେବ । ତୃପ୍ତି ମଧ୍ୟ ଘରକୁ ଫେରି ଆସିବେ । କିନ୍ତୁ କଲ ରେକର୍ଡ଼ିଂ ମାମଲା ବାବୁଶାନଙ୍କ ପ୍ରତିକ୍ରିୟା ପରେ ବି ସ୍ପଷ୍ଟ ହୋଇ ପାରିନାହିଁ । ତାହା ଦେଖିବାର ଅଛି ଯେ କଲ ରେକର୍ଡ଼ିଂରେ କେତେ ସତ୍ୟତା ଅଛି ଏବଂ ସେହି ରେକର୍ଡ଼ିଂ ମିଡିଆରେ ଭାଇରଲ ହେଲା କିପରି ।

Leave a Reply

Your email address will not be published. Required fields are marked *