ଏଠାରେ ବଡ଼-ବଡ଼ ଟାଙ୍କିରେ ବର୍ଷବର୍ଷ ଧରି ରଖା ଯାଇଛି ଶବ, ଶବକୁ ପୁଣିଥରେ ଜୀବନ୍ତ କରିବା ପାଇଁ ଚାଲିଛି ପରୀକ୍ଷଣ

ଜୀବନ ଏବଂ ମୃତ୍ୟୁ ଉପରଵାଲାଙ୍କ ହାତରେ ଥାଏ। ଯଦି ଭଗବାନ ଚାହିଁବେ ତ କାହାର ଜୀବନ ବଡରୁ ବଡ଼ ଦୁର୍ଘଟଣାରୁ ମଧ୍ୟ ରକ୍ଷା କରିଥାନ୍ତି। ନହେଲେ ଅନେକ ଥର ଶୋଇଥିବା ମନୁଷ୍ୟର ମଧ୍ୟ ଜୀବନ ଚାଲି ଯାଇଥାଏ। କିନ୍ତୁ ମନୁଷ୍ୟ ସବୁବେଳେ ପ୍ରକୃତି ସହିତ ଟକ୍କର ନେବାରେ ଲାଗିଥାଏ।ଏହାର ଫଳ ମଧ୍ୟ ତାଙ୍କୁ ଅନେକ ଥର ଭୋଗିବା ପାଇଁ ପଡି ସାରିଛି କିନ୍ତୁ ବର୍ତ୍ତମାନ ମଧ୍ୟ ମନୁଷ୍ୟ ସମ୍ଭାଳି ହେବାର ନାମ ହିଁ ଧରୁ ନାହିଁ। ସୋସିଆଲ ମିଡିଆରେ ଆମେରିକାର ଗୋଟିଏ ଏମିତି ଲ୍ୟାବର ଫଟୋ ସାମ୍ନାକୁ ଆସିଛି,ଯାହା ବିଷୟରେ କୁହାଯାଇଥାଏ କି ଏଠାରେ ଶବକୁ ଜୀବନ୍ତ କରିବାର କାମ ଚାଲୁଛି।

ଆଜ୍ଞା ହଁ, ମେଡିକାଲ ଜଗତ ସମୟ ସହିତ ବହୁତ ପରୀକ୍ଷଣ କରିବାରେ ଲାଗିଛି। ଏଥିରେ ଅନେକ ଏମିତି ଟେକ୍ନିକ ଆସିଯାଇଛି,ଯାହା ବିଷୟରେ କିଛି ଦିନ ପୂର୍ବରୁ କେହି ଚିନ୍ତା ମଧ୍ୟ କରି ପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ସମସ୍ତ ଟେକ୍ନିକୁ ପଛରେ ଛାଡ଼ିବା ବାଲା ଗୋଟିଏ ପରୀକ୍ଷଣ ଚର୍ଚ୍ଚାରେ ରହିଛି।ଏହି ଟେକ୍ନିକ ମାଧ୍ୟମରେ ମରି ଯାଇଥିବା ଲୋକଙ୍କୁ ପୁଣିଥରେ ଜୀବନ୍ତ କରାଯାଇ ପାରିବ। ଯଦି ଆପଣଙ୍କୁ ଲାଗୁଛି କି ଆମେ ମଜାକ କରୁଛୁ ତାହେଲେ ଆପଣ ଭୁଲ ଅଟନ୍ତି। ଆଜ୍ଞା ହଁ, ଗୋଟିଏ ଏମିତି ଟେକ୍ନିକ ଖୋଜା ଯାଉଛି ଯାହା ମାଧ୍ୟମରେ ମରି ଯାଇଥିବା ଲୋକଙ୍କୁ ପୁଣିଥରେ ଜୀବନ୍ତ କରାଯାଇ ପାରିବ।

ଆମେରିକାରେ ଚାଲିଛି ପ୍ରୟୋଗ

ଆମେରିକାରେ ଏହି ଟେକ୍ନିକୁ କ୍ରାୟୋନିକ୍ସ କୁହାଯାଏ।ଏରିଜୋନାରେ ଥିବା ଗୋଟିଏ ଲ୍ୟାବରେ ଏହି ଟେକ୍ନିକ ମାଧ୍ୟମରେ ଜୀବନ୍ତ ହେବାର ଆଶାରେ ଅନେକ ଶବକୁ ଷ୍ଟୋର କରି ରଖା ଯାଇଛି। ଏଥିରେ ଅନେକ ଧନୀ ଲୋକ ସାମିଲ ଅଛନ୍ତି,ଯିଏ ନିଜ ମୃତ୍ୟୁ ପୂର୍ବରୁ ପୁଣିଥରେ ଜୀବନ୍ତ ହେବାର ଆଶାରେ ନିଜ ଶବକୁ ଲ୍ୟାବକୁ ହସ୍ତାନ୍ତର କରି ଦେଇଥିଲେ।ଏହା ପରିବର୍ତ୍ତେ ସେ ଲ୍ୟାବକୁ ମରିବା ପୂର୍ବରୁ ବହୁ ପରିମାଣରେ ଟଙ୍କା ଦେଇଥିଲେ।ଏହି ଲୋକମାନଙ୍କର ପୁଣିଥରେ ଜୀବନ୍ତ ହେବାର ଆଶା ରହିଥିଲା। ଏଥିପାଇଁ ସେମାନେ ନିଜର ମୃତ ଶରୀରକୁ ପରୀକ୍ଷା କରିବା ପାଇଁ ଲ୍ୟାବକୁ ହସ୍ତାନ୍ତର କରି ଦେଇଛନ୍ତି।

ଏମିତି କାମ କରିଥାଏ ଟେକ୍ନିକ

ବର୍ତମାନ କହିବା କ୍ରାୟୋନିକ୍ସ ବିଷୟରେ। ଏଥିରେ ମୃତ ଶରୀରରକୁ ବହୁତ ଥଣ୍ଡା ତାପମାତ୍ରାରେ ରଖା ଯାଇଥାଏ। ଏଥିରେ ମରିବାର ବହୁତ ବର୍ଷ ପର୍ଯ୍ୟନ୍ତ ଶରୀରର କୈାଣସି କ୍ଷତି ହେବନାହିଁ।ଏହା ମଧ୍ୟରେ ଯେତେବେଳେ ଭବିଷ୍ୟତରେ ଜୀବନ୍ତ କରିବା ବାଲା ଟେକ୍ନିକ ଆସିଯିବ,ଏହି ଶବ୍ଦଗୁଡ଼ିକୁ ପୁଣିଥରେ ଜୀବନ୍ତ କରି ଦିଆଯିବ।ଏହି ଆଶାରେ ସେମାନଙ୍କୁ ଷ୍ଟୋର କରାଯାଉଛି।ଏହି ଟେକ୍ନିକୁ ନେଇ ଏକ୍ସପର୍ଟଙ୍କର କହିବା କଥା ହେଉଛି କି ଆଜିଠାରୁ ଶହେ ବର୍ଷ ପୂର୍ବରୁ ଚାନ୍ଦକୁ ଯିବା ଅସମ୍ଭବ ଲାଗୁଥିଲା। କିନ୍ତୁ ଆଜି ଏମିତି ହୋଇସାରିଛି। ଏହା ମଧ୍ୟରେ ଏହି ଆଶା କି କୈାଣସି ଟେକ୍ନିକ ମରି ଯାଇଥିବା ବ୍ୟକ୍ତିଙ୍କୁ ଜୀବନ୍ତ କରିଦେବ,ଭୁଲ ନୁହେଁ।

Leave a Reply

Your email address will not be published. Required fields are marked *