ବିରିୟାନି ପାଇଁ ଚାଲି ଗଲା ପୁଅର ଜୀବନ, ବାପା ବିରିୟାନି ଆଣିବାକୁ ଭୁଲି ଯିବାରୁ ଆତ୍ମହତ୍ୟା କଲା ପୁଅ। ଦେଖନ୍ତୁ ଏହି ଭିଡ଼ିଓ।

ବର୍ତ୍ତମାନର ଆଧୁନିକ ସମୟରେ ଲୋକମାନେ ନିଜର ବେଶ ପୋଷାକ ଏବଂ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି। ଆଜିର ଯୁବପିଢ଼ି ମାଆ ହାତ ରନ୍ଧା ଖାଇବା ଅପେକ୍ଷା ବାହାର ଖାଦ୍ୟ ଖାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଆପଣ କେବେ ଜାଣିଛନ୍ତି ଖାଦ୍ୟ ପାଇଁ କେହି ନିଜର ଜୀବନ ହାରି ଦେବା। ଯଦି ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ଭଳି ଏକ ଖବର ବିଷୟରେ କହିବାକୁ ଯାଉଛୁ। ବାପା ବିରିୟାନି ଆଣିବା ପାଇଁ ଭୁଲି ଯିବାରୁ ପୁଅ ଆତ୍ମହତ୍ୟା କରିଦେଲା।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଘଟିଛି। ୭ ରୁ ୮ ବର୍ଷ ବାଳକ ଏଭଳି ପଦକ୍ଷେପ ନେବା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କୁନି ପିଲା ଟି ସାମାନ୍ୟ ବିରିୟାନି ପାଇଁ ନିଜର ଜୀବନ ହାରି ଦେଇଛି। ତେବେ ଏହି ଦୁଃଖରେ ସାରା ପରିବାର ଭାଙ୍ଗି ପଡିଛି। କେବଳ ସେତିକି ନୁହେଁ ଦୁଃଖଦ ସମ୍ବାଦ ଶୁଣି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଶୋକରେ ସାମିଲି ହୋଇଥିଲେ।

ପ୍ରତାପ ଷଡଙ୍ଗୀଙ୍କୁ ଯେତେବେଳେ ଏହି ବିଷୟରେ ପଚରା ଯାଇଥିଲା ସେ ପ୍ରଥମେ ଦୋଷ ଫୋନର ହିଁ ଦେଇଥିଲେ। କହିଥିଲେ କି ବର୍ତ୍ତମାନ ସମୟରେ ମାଆ ବାପା ମାନେ ନିଜ କାମ କରିବା ପାଇଁ ପିଲା ମାନଙ୍କୁ ମୋବାଇଲ ଫୋନ ଧରେଇ ଦେଉଛନ୍ତି। ଯାହାଫଳରେ ପିଲାମାନେ ଅନେକ ଅନୈତିକ କଥା ଶିଖିବାକୁ ପାଉଛନ୍ତି। ଆଗକାଳରେ ପିଲାମାନେ ବାଲିରେ ଖେଳୁଥିଲେ ସାଙ୍ଗ ସାଥି ହୋଇକରି। କିନ୍ତୁ ବର୍ତ୍ତମାନ ସମୟରେ ତାହା ଦେଖିବାକୁ ମିଳୁନାହିଁ। ପିଲାମାନେ ଏକାକୀ ହିଁ ମୋବାଇଲ ଫୋନରେ ଖେଳୁଛନ୍ତି। ତେବେ ଏହି ଖେଳ ପାଇଁ ପିଲାଙ୍କୁ ଅନ୍ୟ କୌଣସି ସାଥୀର ଆବଶ୍ୟକତା ପଡୁ ନାହିଁ।

ଯାହାଫଳରେ ପିଲାମାନେ ଦିନକୁ ଦିନ ଜିଦ କରିବା ଶିଖୁଛନ୍ତି। ତେବେ ଏହି ପିଲାର ଅବସ୍ଥା କିଛି ଏପରି ଥିଲା। ବିରିୟାନି ଖାଇବା ପାଇଁ ଏତେ ଜିଦ ଧରି ବସିଥିଲା ଯେ ବାପାର କୌଣସି କଥାକୁ ଶୁଣି ନଥିଲା। ଯାହାଫଳରେ ଆତ୍ମହତ୍ୟା ଭଳି ଜଘନ୍ୟ ପଦକ୍ଷେପ ନେବା ପାଇଁ ପଛେଇ ନଥିଲା। ବାପାର ପରିସ୍ଥିତି ଟିକେ ମଧ୍ୟ ବୁଝି ନଥିଲା। ବାପା ଇଲେକେସନ ଡିୟୁଟିରେ ବ୍ୟସ୍ତ ଥିବାରୁ ପୁଅ ବିରିୟାନି ଆଣିବାକୁ କହିଥିବା କଥା ଭୁଲି ଯାଇଥିଲେ। ତେବେ ବାପା ଖାଲି ହାତରେ ଘରକୁ ଫେରିଥିବା ଦେଖି ପୁଅ ନିଜ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲା ଏବଂ ଶେଷରେ ବେକରେ ଗାମୁଛା ଲାଗେଇକି ଆତ୍ମହତ୍ୟା କରିଥିଲା।

ତେବେ ଏହି ଘଟଣା ପରେ ସାରା ପରିବାର ଭାଙ୍ଗି ପଡିଛି। ସାରା ଗାଁରେ ଶୋକର ବାଦଲ ଖେଳି ଯାଇଛି। ପୁଅର ମର ଶରୀର ଦେଖି ଛାତି ପିଟି କାନ୍ଦୁଛି ମାଆ। ବାପା କାହାକୁ କିଛି କହି ପାରୁ ନାହିଁ। ପିଲାର ସାଙ୍ଗସାଥି ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତାଙ୍କ ସାଙ୍ଗ କାହିଁକି ଶୋଇ ରହିଛି ବୋଲି ଘର ଲୋକଙ୍କୁ ପ୍ରଶ୍ନ କରୁଛନ୍ତି।

Leave a Reply

Your email address will not be published. Required fields are marked *