ପେଟର ବଢୁଥିବା ପିଲା ଦେଖୁଛି ମା ର ଯନ୍ତ୍ରଣା , ନିଜ ପାଇଁ ଖାଉ ନାହାଁନ୍ତି ବରଂ ପେଟରେ ବଢ଼ୁଥିବା ପିଲା ପାଇଁ ଖାଉଛନ୍ତି ମହିଳା , ଭିଡ଼ିଓ ଦେଖିଲେ ଆପଣ ବି କାନ୍ଦି ପକାଇବେ :-

ଜଣେ ମା ନିଜ ପିଲା ପାଇଁ କଣ କରିପାରେ ତାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ଏମିତି ଅନେକ ଉଦାହରଣ ଆପଣ ମାନେ ଶୁଣିଥିବେ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ଆପଣଙ୍କ ସାମ୍ନାରେ ଉପସ୍ଥାପନ କରିବୁ । ଜଣେ ମା ପେଟରେ ଛଅ ମାସର ଶିଶୁ ଏବଂ ହାତରେ ଟ୍ରଲି ଧରି କିପରି କାମ କରୁଛି । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । କେହିବି ଦେଖିଲେ କହିବେ ତାଙ୍କୁ ବିଶ୍ରାମ କରିବାକୁ କିନ୍ତୁ ତାଙ୍କର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ବାରିପଦା ର ରାସ୍ତା ଓ ଗଲିକନ୍ଦିରେ ୧୯ ବର୍ଷୀୟ ଗର୍ଭବତୀ ମହିଳା ଲକ୍ଷ୍ମୀପ୍ରିୟା ଦାସ ଙ୍କର ଏପରି ଟ୍ରଲି ଟାଣିବାର ଦୃଶ୍ୟ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତେ ଭାବିବେ ଯେ ଏପରି ଅବସ୍ଥାରେ ସେ କାମ କାହିଁକି କରୁଛନ୍ତି ? ତାଙ୍କ ପରିବାର ଲୋକେ କଣ ତାଙ୍କର ଯତ୍ନ ନେଉ ନାହାଁନ୍ତି ? ହସ ହସ ମୁହଁରେ ଉତ୍ତରରେ ଲକ୍ଷ୍ମୀପ୍ରିୟା ଦିଅନ୍ତି ” ଦୁଃଖ ତ ଆମ ପାଇଁ । ଆମେ ସହିବୁନି ତ ଆଉ କିଏ ସହିବ ?

ପ୍ରକୃତରେ ଲକ୍ଷ୍ମୀଙ୍କ ସ୍ୱାମୀ ଜଣେ ମଦ୍ୟପ ଲୋକ ଯିଏକି ଲକ୍ଷ୍ମୀଙ୍କ କଥା ନବୁଝି ସବୁବେଳେ ସାଙ୍ଗ ସାଥୀଙ୍କ ସହିତ ମଦ୍ୟ ପାନ କରିବା ରେ ଦିନ କାଟିଥାଏ । ଏମିତିକି ନିଜ ବାପା ମା ଙ୍କ କଥା ଶୁଣିଥାଏ । ଲକ୍ଷ୍ମୀ ବାରଣ କରିବାକୁ ତାଙ୍କୁ ତାଙ୍କ ଶାଶୁ ଘର ଲୋକେ ଘରୁ ତଡ଼ି ଦେଇଥିବା ସେ କହନ୍ତି । ପେଟରେ ଛଅ ମାସର ଶିଶୁ ଏବଂ ଆଉ ଜଣେ କୁନି ପୁଅକୁ ନେଇ ଅଲଗା ରହନ୍ତି ଲକ୍ଷ୍ମୀ । ପରିବାର କହିବାକୁ ଗଲେ ତିନି ସଦସ୍ୟ । ତେଣୁ ପରିବାର ଚଳାଇବାକୁ କିଛି ତ କରିବାକୁ ପଡ଼ିବ । ତେଣୁ ସେ ଏହିପରି ଏକ ଉପାୟ ବାଛି ନେଇଛନ୍ତି ।

ପେଟର ଓଜନ ଠାରୁ ବଢ଼ି ଯାଇଛି ଟ୍ରଲି ର ଓଜନ । ପ୍ରତ୍ୟେକ ଦିନ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରି ବ୍ରିକ୍ରି କରି ୨୦୦ ରୁ ୩୦୦ ଟଙ୍କା ରୋଜଗାର କରନ୍ତି । ଆଉ ଯେଉଁଦିନ କିଛି ରୋଜଗାର ନହୁଏ ସେଦିନ ଆଗରୁ ରଖିଥିବା ଟଙ୍କାରେ ଚଳି ଯାଆନ୍ତି । ଶାଶୁ ଘର ଲୋକଙ୍କୁ କଲ କଲେ ସେମାନେ କହନ୍ତି ଟଙ୍କା ନେଇ ତାଙ୍କ ସ୍ୱାମୀ ଆସିବେ କିନ୍ତୁ ତାହାବି ସବୁଦିନ ଶୁଣିବା ଭଳି କଥା ହୋଇଯାଏ । ତେଣୁ ନିଜର ସଂଘର୍ଷ ନିଜେ ଲଢ଼ୁଛନ୍ତି ଲକ୍ଷ୍ମୀ ।

ନିଜର କୁନି ପୁଅର ମୁଁହକୁ ଚାହିଁ କାମ କରୁଛନ୍ତି ଲକ୍ଷ୍ମୀ । ଏମିତିକି ପ୍ରତିଦିନ ଯାହା ରୋଜଗାର କରନ୍ତି ତାହାକୁ କୁମ୍ପି ରେ ପୁରାଇ ସଞ୍ଚୟ କରନ୍ତି । ପଚାରିଲେ କହନ୍ତି ଆଗକୁ ଡେଲିଭରି ସମୟରେ ଦରକାର ହେବ । ଏପରି ଜଣେ ମହିଳାଙ୍କ କଥା ଏବଂ ସଂଘର୍ଷ ଦେଖିଲେ ଆପଣ ମାନେ ଜଣେ ମା ର ନିଜ ଶିଶୁ ପ୍ରତି ଥିବା ଅବଦାନ ବିଷୟରେ ଜାଣି ପାରୁଥିବେ । ଏଇ ଲକ୍ଷ୍ମୀଙ୍କ ଭଳି ଆଉ ଯେ କେତେ ଲକ୍ଷ୍ମୀ ଦୁନିଆରେ ଥିବେ ତାହା ବା କିଏ କହିବ ।

Leave a Reply

Your email address will not be published. Required fields are marked *