ସ୍ତ୍ରୀ ଲୋକଙ୍କ ଭଳି ମୁଁ ଶାଢୀ ପିନ୍ଧି ଡିଆଁ ଡେଇଁ କଲେ ଭିଡିଓକୁ ବେଶୀ ପସନ୍ଦ କରନ୍ତି ଲୋକ ମାନେ : ଦେବା

ବନ୍ଧୁଗଣ ଆଜିକାଲି ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ଆପଣମାନେ ସ୍ମାର୍ଟଫୋନ ଦେଖିବାକୁ ପାଇବେ । ଆଉ ଏହି ସ୍ମାର୍ଟଫୋନ ଜରିଆରେ ସମସ୍ତେ ସୋସିଆଲ ପ୍ଲାଟଫର୍ମରେ ସକ୍ରିୟ ରହି ଆସୁଛନ୍ତି । ପୂର୍ବରୁ କେବଳ ଫୋନ ଯୋଗେ କଥା ହୋଇପାରୁଥିବା ବେଳେ ଏବେ କିନ୍ତୁ ସେହ ସ୍ମାର୍ଟ ଫୋନରେ ଅନେକ ସୁବିଧା ଉପଲବ୍ଧ ହେଉଛି ।

ଯେମିତି କିି ଟଙ୍କା ରୋଜଗାର କରିବାର ଜରିଆ ପାଲଟିଛି ଏହିି ସ୍ମାର୍ଟ ଫୋନ । ତେବେ ନିକଟରେ ଦେବାଙ୍କ ସହ ସାକ୍ଷାତକାର ବେଳେ ତାଙ୍କୁ ପଚରାଯାଇଥିଲା ଯେ ସେ କେମିତି ଜାଣିଲେ ଏଇ କଣ୍ଟେଣ୍ଟ କରିବେ ବୋଲି ଆଉ ଲକ୍ଡାଉନ ତାଙ୍କୁ ଫାଇଦା ଦେଲା କି ବୋଲି?

ଏହାର ଉତ୍ତରରେ ଦେବା କହିଥିଲେ ଯେ ଲକ୍ଡାଉନ୍ ରେ ତୋ ସାଧାରଣତଃ ଲୋକେ ବସିଥିଲେ । ଫୋନ୍ ବହୁତ୍ ଖେଳାଉଥିଲେ ସେହି ସମୟରେ ଲୋକମାନେ । ସେମାନଙ୍କର ମଧ୍ୟ ଟେନସନ୍ ଥିଲା ବାହାରକୁ ଯାଇ ହେଉନଥିଲା । ରୁଲ୍ ରେଗୁଲେସନ ମଧ୍ୟ ଥିଲା । ପୋଲିସ୍ ମାନେ ମଧ୍ୟ ଧ୍ୟାନ ଦେଉଥିଲେ । ତେଣୁ ଦେବା କହିଥିଲେ ସେତେବେଳ ସେମାନେ ଷ୍ଟ୍ରଗଲ କରିଥିଲେ ସିକ୍ରେଟ ଯାଗା ଦେଖି ଭିଡ଼ିଓ ସୁଟିଂ କରିବା ପାଇଁ ।

ପୁଣି ସେହି ସମୟରେ ଦେବାଙ୍କ ଘର ନିକଟରେ କାହାର ଗୋଟେ କୋଭିଡ ପଜିଟିଭ ବାହାରିଥିଲା । ତେଣୁ ସେଇଟା ମଧ୍ୟ ଡ଼ର ଥିଲା କାଳେ ତାଙ୍କୁ ମଧ୍ୟ ହୋଇଯିବ କି ମରିବେ କି ବଞ୍ଚିବେ । ତେବେ ସେହି ସମୟରେ ଏକ କମେଡି କରିଥିଲେ । କୋଭିଡ୍ ଉପରେ ମଧ୍ୟ ଗୋଟେ ଭିଡ଼ିଓ କରିଥିଲେ । କଣ୍ଟିନ୍ୟୁଅସ୍ ବହୁତ୍ ଭିଡ଼ିଓ କରିଥିଲେ ଏବଂ ପାରିବାରିକ ଭିଡ଼ିଓ ବେଶୀ ଚାଲିଥିଲା ।

ତାପରେ ସେମାନେ ଯୋଡ଼ା ଭାରିଜା, ମାଣ୍ଡୁ ପ୍ରେଗନେଣ୍ଟ, ଆହୁରି ଆମ ଗାଁ ମାଇପି କଥା ଏଇ ପ୍ରକାରର କେଣ୍ଟେଣ୍ଟ ସବୁ ଲୋକମାନେ ପସନ୍ଦ କଲେ । ଆଉ ଲୋକମାନେ ଯାହା ପସନ୍ଦ କରନ୍ତି ତା ଉପରେ କଣ୍ଟିନ୍ୟୁଅସ୍ ଭିଡ଼ିଓ କଲେ ଲୋକମାନେ ଖୁସି ହୁଅନ୍ତି ।

ତେଣୁ ଏବେ ଲୋକଙ୍କ ପସନ୍ଦ ହିସାବରେ ଚାଲୁଛନ୍ତି ବୋଲି କହିଥିଲେ ଦେବା । ତେବେ ଦେବାଙ୍କୁ ଲୋକେ ଶାଢ଼ୀରେ ବେଶୀ ଭଲ ପାଆନ୍ତି । ତାଙ୍କ କହିବା ଅନୁସାରେ ଆମ ଗାଁ ମାଇପି କଥାର ଫାଷ୍ଟ ଏପିସୋଡ ଯେବେ ପଡ଼ିଥିଲା ତାର ଏ ପର୍ୟ୍ୟନ୍ତ ୫/୬ ମିଲିୟନ ପର୍ଯ୍ୟନ୍ତ ଭ୍ୟୁ ଗଲାଣି । ସେଇଟା ଠାରୁ ଲୋକେ ତାଙ୍କୁ କହିଥିଲେ ଶାଢ଼ୀ ଗେଟଅପ୍ ତାଙ୍କୁ ମାନୁଛି ବୋଲି । ସ୍ତ୍ରୀ ଲୋକଙ୍କ ଭଳି ସେ ଶାଢୀ ପିନ୍ଧି ଡିଆଁ ଡେଇଁ କଲେ ଲୋକେ ତାଙ୍କ ଭିଡିଓକୁ ବେଶୀ ପସନ୍ଦ କରନ୍ତି ବୋଲି ଦେବା ଖୁଲାସା କରିଥିଲେ ।

Leave a Reply

Your email address will not be published. Required fields are marked *