ପୂର୍ବତନ ପାକିସ୍ତାନୀ ବ୍ୟାଟରଙ୍କୁ ଶାମିଙ୍କ କଡା ଚେତାବନୀ , କହିଲେ ସେଦିନ …..

ବିଶ୍ୱକପ ସରିଯାଇଛି ଆଉ ଏଥିରେ ବାଜି ମାରି ନେଇଛି ଅଷ୍ଟ୍ରେଲିଆ । ବିଶ୍ୱକପ ଫାଇନାଲ ମ୍ୟାଚରେ ଭଲ ପ୍ରଦର୍ଶନ କରି ୬ ଉଇକେଟରେ ବିଜୟ ଲାଭ କରିଛି ଅଷ୍ଟ୍ରେଲିଆ ଟିମ୍ । ଆଉ ଏହା ସହିତ ଭାଙ୍ଗି ଦେଇଛି କୋଟି କୋଟି ଭାରତୀୟ ମାନଙ୍କର ବିଶ୍ଵକପ ଜିତିବାର ସ୍ବପ୍ନ । ତେବେ ବିଶ୍ଵକପ ହାରିବା ପରେ ଗୋଟିଏ କଥା କୁହାଯାଉଛି କି , ସେଦିନର ଦିନ ଆଦୌ ଭଲ ନଥିଲା । ଆଉ ଭାଗ୍ୟ ମଧ୍ୟ ସାଥ ଦେଲା ନାହିଁ , ଯାହା ଫଳରେ ଏମିତି ହେଲା । ଏହାପରେ ଅନେକ ଚର୍ଚ୍ଚା ଆଲୋଚନା ମଧ୍ୟ ଚାଲିଛି ।

ତେବେ ବିଶ୍ଵକପ ହାରୁ ହାରୁ ସମସ୍ତେ ନିଜ ନିଜ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଥିଲେ । ଭାରତୀୟ ଜନ ସାଧାରଣ ସମେତ ଅନ୍ୟ ମାନେ ମଧ୍ୟ ଭାରତର ଖରାପ ପ୍ରଦର୍ଶନ ଉପରେ ଆଙ୍ଗୁଠି ଉଠାଇ ଥିଲେ ଆଉ କହିଥିଲେ କି , ଆମେ ଏହା ଆଶା କରି ନଥିଲୁ । ତେବେ ଏହା ମଧ୍ୟରେ ଗୋଟିଏ କଥା ସାମ୍ନାକୁ ଆସିଛି ଆଉ ତାହା ହେଉଛି ଜଣେ ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କୁ କଡା ଜବାବ ଦେଇଛନ୍ତି ଭାରତୀୟ ପେଶର ମହମ୍ମଦ ଶାମି । ଯିଏକି ଏପରି କିଛି ମନ୍ତବ୍ୟ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ।

ତେବେ ସୂଚନା ଅନୁସାରେ , ବିସିସିଆଇକୁ ସମାଲୋଚନା କରିଥିବା ଯୋଗୁଁ ପୂର୍ବତନ ବ୍ୟାଟର ହସିନ ଜହାନଙ୍କୁ କଡା ଚେତାବନୀ ଦେଇଛନ୍ତି ମହମ୍ମଦ ଶାମି । ତେବେ ସୋସିଆଲ ମିଡିଆରେ ହସିନ ଜହାନ କହିଥିଲେ କି , ଭାରତୀୟ ଭଲ ଖେଳି ପାରନ୍ତି ନାହିଁ । ଆଉ ଯେତିକି ବି ସେମାନେ ବିଶ୍ଵକପରେ ଜିତି ଥିଲେ , ତାହା ପଛରେ ସେମାନଙ୍କର ଏକ ବଡ ଯୋଜନା ରହିଥିଲା । ସେମାନେ ସେହି ବଲ ବ୍ୟବହାର କରନ୍ତି ନାହିଁ , ଯାହାକୁ ସମସ୍ତେ ବ୍ୟବହାର କରନ୍ତି ।

କେବଳ ଏତିକି ନୁହେଁ , ଶାମିଙ୍କ ପାଇଁ ଆଜି ଟିମ୍ ଇଣ୍ଡିଆ ମଧ୍ୟ ଏତେ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ । ତେବେ ଏହାର କଡା ଜବାବ ଦେଇ ଶାମି କହିଥିଲେ ଯେ , ବିଶ୍ଵକପ ଆରମ୍ଭରୁ ମୁଁ ପ୍ଲେଇଂ ଇଲେଭେନରେ ନଥିଲି । ଯେତେବେଳେ ନ୍ୟୁଜିଲାଣ୍ଡ ସହ ମ୍ୟାଚରେ ହାର୍ଦିକ ପାଣ୍ଡ୍ୟା ଆହତ ହେଲେ ସେତେବେଳେ ମୁଁ ଦଳରେ ପ୍ରବେଶ କରିଲି । ତେଣୁ ଏଥିରେ ମୋର କିଛି ହାତ ନାହିଁ । ତେବେ ଆମେ ଆପଣଙ୍କୁ କହିରଖିବୁ ଯେ , ୭ ଟି ମ୍ୟାଚ୍ ଖେଳି ଶାମି ୨୪ଟି ୱିକେଟ ନେଇଥିଲେ । ଆଉ ବର୍ତ୍ତମାନ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *